ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡ଼ ସହର ଚେକାଗୁଡ଼ା ସ୍ଥିତ DiC ଅଫିସ ନିକଟରେ ରହୁଥିବା 65ବର୍ଷୀୟ ବୃଦ୍ଧ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମ ହତ୍ୟା କରିଛନ୍ତି କାରଣ ଅସ୍ପଷ୍ଟ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ
ବୃଦ୍ଧ ଜଣକ ନିଜ ଘର ନିକଟରେ ପେଟ୍ରୋଲ ବିକ୍ରୟ କରି ନିଜ ଗୁଜୁରାଣ ମେଣ୍ଟାଉ ଥିଲେ।
ତାଙ୍କର ଦୁଇ ପୁତ୍ର ପି. ଗୌରୀ 18ବର୍ଷ, ପି ସାତିଶ 22ବର୍ଷୀୟ ଦୁଇଜଣ ପୁତ୍ର ଓ ସ୍ତ୍ରୀ ଦିନ ମଜୁରିଆ ଭାବେ ବାହାରେ କାମ କରନ୍ତି। ଏହିଭଳି ଘଟଣାର ଖବର ପାଇ ଘରେ ଆସି ଦେଖିଲା ବେଳେ ମୃତକ ପି ମୁରଲୀଙ୍କୁ ଅର୍ଦ୍ଧ ଦଗ୍ଧ ଅବସ୍ତାରେ ଦେଖିବାକୁ ପାଇଥିଲେ। ପରିବାର ସଦସ୍ୟ ଙ୍କ କହିବା ଅନୁସାରେ ମୃତକ ପି ମୁରଲିଙ୍କର କାହାରି ସହିତ ଶତ୍ରୁତା ନ ଥିଲା। କିମ୍ୱା ସେ କାହାଠାରୁ କିଛି ଋଣ ମଧ୍ୟ ନେଇ ନାହାଁନ୍ତି। ତେବେ ଏହିଭଳି କାଣ୍ଡ କାହିଁକି କରିଲେ ଦୁଇ ପୁତ୍ର ଓ ସ୍ତ୍ରି ଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି। ସ୍ଥାନୀୟ ବାସିନ୍ଦା ଙ୍କ ମନରେ ମଧ୍ୟ ମୃତ ପେଦିନା ମୁରଲୀଙ୍କ ଏହିପରି ଅଭାବନୀୟ ଘଟଣା ଘଟିଥିବା ଜାଣି ଚିନ୍ତା ପ୍ରକଟ କରିଛନ୍ତି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଏକ ଅପମୃତ ମାମଲା ରୁଜୁ କରି ଅଧିକ ତଦନ୍ତ କରିବା ସହ ସବ ବ୍ୟବଚ୍ଛେଦ କରିବା ପାଇଁ ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Next Post