ଭବାନିପାଟଣାଠାରେ ଜିଲ୍ଲାସ୍ତରୀୟ ୭୮ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

5

ଭବାନିପାଟଣା:(ଶାସକ ପ୍ରଶାସକ )ତା ୨୪.୦୭.୨୦୨୪ – ଜିଲ୍ଲା ସଦର ମହକୁମା ଭବାନୀପାଟଣାଠାରେ ଆସନ୍ତା ୭୮ ତମ ସ୍ବାଧିନତା ଦିବସ ପାଳନ ଉପଲକ୍ଷେ ଆଜି ସ୍ଥାନୀୟ ଜିଲ୍ଲପାଳଙ୍କ ସମ୍ମିଳନୀ ଗୃହରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ତ୍ରିଲୋଚନ ପାତ୍ରଙ୍କ ସମେତ ଆମନ୍ତ୍ରିତ ବିଭିନ୍ନ ଶିକ୍ଷାନଷ୍ଠାନର କର୍ମକର୍ତ୍ତା, ଦିବସ ପାଳନ ସହ ସଂପୃକ୍ତ ବିଭାଗୀୟ ଅଧିକାରୀ, ବିଶିଷ୍ଟ ବ୍ୟକ୍ତି,ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ତଥା ଗଣମାଧ୍ୟମ ପ୍ରତନିଧି ଉପସ୍ଥିତ ଥିଲେ । ଡି.ଆଇ.ପି.ଆର୍.ଓ ମନୋଜ କୁମାର ବେହେରା ଦିବସ ପାଳନର କାର୍ଯ୍ୟକ୍ରମ ବିବରଣୀ ପାଠ କରିଥିଲେ। ୧୪.୮.୨୦୨୪ ରିଖ ମଧ୍ୟରାତ୍ର ରେ ମଶାଲ ଶୋଭାଯାତ୍ରା,
Imageସ୍ୱାଧୀନତା ଦିବସ ୧୫.୮.୨୦୨୪ ରିଖ ରେ ଦିନ ସକାଳ ଘ ୪.୩୦ ମି ସମୟରେ ରାମଧୂନ୍, ସକାଳ ଘ୬.୩୦ ମୀ ସମୟରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଛାତ୍ର ଛାତ୍ରୀଙ୍କ ଦ୍ୱାରା ପ୍ରଭାତ ଫେରି ସହ ସହରସ୍ଥିତ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ସକାଳ ୭.୩୦ ମି. ସମୟରେ ସରକାରୀ ଓ ବେସରକାରୀ ଅନୁଷ୍ଠାନମାନଙ୍କରେ ଜାତୀୟ ପତାକା ଉତ୍ତୋଳନ ଏବଂ ସକାଳ ୯.୧୫ ମି. ସମୟରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ, ପ୍ୟାରେଡ ଅଭିବାଦନ ସହ ଉଦବୋଧନ କାର୍ଯ୍ୟକ୍ରମ ରହିଛି । ବ୍ୟାରିକେଡିଂ, ରାସ୍ତା ଓ ନାଳନର୍ଦ୍ଦମା ସଫା ସୁତୁରା, ଟ୍ରାଫିକ ନିୟନ୍ତ୍ରଣ , ସାମୁହିକ ପ୍ୟାରେଡ୍, ଅଭିବାଦନ ମଞ୍ଚକୁ ସୁସଜ୍ଜିତ, ବିଭିନ୍ନ ଅନୁଷ୍ଠାନମାନଙ୍କରେ ଫଳ ଓ ମିଷ୍ଟାନ୍ନ ବଣ୍ଟନ, ଅବକାରୀ,ବିଭିନ୍ନ ପ୍ରତିଯୋଗିତା, ସୁନ୍ଦର ଶିଶୁ ସ୍ୱାସ୍ଥ୍ୟ ପ୍ରତିଯୋଗିତା, ଜିଲ୍ଲାପାଳ ଏକାଦଶ ଓ ସାମ୍ବାଦିକ ଏକାଦଶ ମଧ୍ୟରେ ଏକ ପ୍ରଦର୍ଶନୀ ଫୁଟବଲ ମ୍ୟାଚ୍ , ପିଇବା ପାଣି, ପ୍ରାଥମିକ ଚିକିତ୍ସା,ଆମ୍ବୁଲାନ୍ସ, କୋଠା ବାଡି ଆଲୋକ ସଜ୍ଜା, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ସୂଚାରୁରୂପେ ନିର୍ବାହ କରିବା ପାଇଁ ସଂପୃକ୍ତ ଆର୍ ଏଣ୍ଡ ବି, ପୌର ପରିଷଦ, ସ୍ବାସ୍ଥ୍ୟ ,ପୋଲିସ୍, ଉଦ୍ୟାନ ବିଭାଗ, କ୍ରୀଡା ବିଭାଗ, ପି.ଏଚ୍. ଡି. ,ଯୋଗାଣ ବିଭାଗ, ଅବକାରୀ ବିଭାଗ , ଶିକ୍ଷା ବିଭାଗ, ସମାଜ କଲ୍ୟାଣ , ସଂସ୍କୃତି ବିଭାଗ ଅଧିକାରୀ ଏବଂ ଦାତା ଅନୁଷ୍ଠାନଙ୍କୁ ଦାୟିତ୍ଵ ଦିଆଗଲା । ବିଦ୍ୟାଳୟସ୍ତର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସ୍ଥାନୀୟ ବ୍ରଜ ମୋହନ ଉଚ୍ଚ ବିଦ୍ୟାଳୟରେ ଏବଂ ମା ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ଠାରେ କଲେଜ ସ୍ତର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆସନ୍ତା ୨୯ ତାରିଖ ଦିନ ଅନୁଷ୍ଠିତ ହେବ।ଚଳିତ ବର୍ଷ ପ୍ୟାରେଡ ରେ ୪୩ଟି ପ୍ଲାଟୁନ୍ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ପ୍ୟାରେଡ୍ ଅଭ୍ୟାସ ପାଇଁ ପ୍ରତ୍ୟେକ ପ୍ଲାଟୁନ୍ ୧୧/୦୮,ଏବଂ ୧୨/୦୮ ଅପରାହ୍ନ ଘ: ୦୨.୩୦ ମି ଏବଂ ୧୩/୦୮/୨୦୨୪ ସକାଳ ୦୮.୦୦ ଘ: ସମୟରେ ଲାଲ୍ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ଉପସ୍ଥିତ ରହି ପ୍ୟାରେଡ ଅଭ୍ୟାସ କରିବେ । ଜିଲ୍ଲାପାଳ ସମସ୍ତ ସମ୍ପୃକ୍ତ ଅଧିକାରୀ ଓ ଅନୁଷ୍ଠାନ ନିଜ ନିଜର ଦାୟିତ୍ଵ ଠିକ୍ ରୂପେ ତୁଲାଇବାକୁ କହିବା ସହ ସମସ୍ତଙ୍କ ସହଯୋଗ କାମନା କରି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.