ପଦ୍ମପୁର :- ସ୍ଥାନୀୟ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ (କଲ୍ୟାଣ ବିଭାଗ) ପରିସର ମଧ୍ୟରେ ପ୍ରଧାନ ଶିକ୍ଷକ ଶ୍ରୀ ପର୍ଶୁରାମ ଧରୁଆଙ୍କ ସଭାପତିତ୍ବରେ ଔଦ୍ୟୋଗିକ ଚିନ୍ତାଧାରାବୃଦ୍ଧି ଜନିତ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜବୋଡ଼ାସମ୍ବର, ଗାଇସିଲେଟ, ପାଇକମାଲ ଓ ଝାରବନ୍ଧ ବ୍ଲକର ୯୮ ଜଣ ବିଜ୍ଞାନ ଶିକ୍ଷକ ଓ ଶିକ୍ଷୟତ୍ରୀ ଯୋଗଦେଇ ଥିଲେ। ଆମେରିକା ଆଧାରିତ ମେକରଘାଟ୍ ଏକ ବେସରକାରୀ (ଏନ୍ ଜି ଓ) ଅନୁଷ୍ଠାନ ଯିଏକି ମାଧ୍ୟମିକ ବିଦ୍ୟାଳୟ ସ୍ତରୀୟ ଛାତ୍ର ଛାତ୍ରୀଙ୍କର ଔଦ୍ୟୋଗିକ ଚିନ୍ତାଧାରାକୁ ବିକଶିତ କରିବାକୁ ମେକର ଶିକ୍ଷା କାର୍ଯ୍ୟକ୍ରମ ମାଧ୍ୟମରେ ସହାୟକ ହୋଇଥାଏ। ଗତ ୨୦୨୨ ମସିହାରୁ ବରଗଡ଼ ଶିକ୍ଷା ଜିଲ୍ଲାରେ ଆରମ୍ଭ ହୋଇଥିବା ଏହି ମେକରଘାଟ୍ କାର୍ଯ୍ୟକ୍ରମ ସମସ୍ତ ମାଧ୍ୟମିକ ସ୍କୁଲରେ ସଫଳତାର ସହିତ ଚାଲୁଅଛି ଏବଂ ଚଳିତବର୍ଷ ସେଥିରେ ଆଉକିଛି ନୂତନ ଚିନ୍ତାଧାରା ସମ୍ମିଳିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସାଧନକର୍ମୀ ଭାବରେ ଶ୍ରୀ ଆଦର୍ଶ ପଟ୍ଟନାୟକ,ଶ୍ରୀ ସତ୍ୟଜିତ ନାଏକ ଓ ଶ୍ରୀ କପିଳାସ ଅଦାବର୍ ସୁନ୍ଦର ଭାବରେ ଉପସ୍ଥାପନ କରିବା ସହ କ୍ରିୟାକଳାପରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ଧୀରୋଜ ପଟ୍ଟନାୟକ ଓ ବରିଷ୍ଠ ବିଜ୍ଞାନ ଶିକ୍ଷକ ଶ୍ରୀ ମାନସ ଶତପଥୀ ମଧ୍ୟାହ୍ନ ବିରତି ଆଗରୁ ଶିବିରରେ ଯୋଗଦେଇ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ପ୍ରଶିକ୍ଷଣ ରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.