ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଡିଗ୍ରୀ ମହାବିଦ୍ୟାଳୟ ରେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ପାଳିତ

5

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ଶଶାଙ୍କ ଶେଖର ତ୍ରିପାଠୀ ଙ୍କୁ ଆଜି ଭୈରବ ଡିଗ୍ରୀ ମହାବିଦ୍ୟାଳୟ ତରଫରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶଙ୍କର ପ୍ରସାଦ ଗନ୍ତାୟତ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ନିକଟରେ ଅବସର ଗ୍ରହଣ କରିଥିବା ପୂର୍ବତନ ଅଧ୍ୟକ୍ଷ ଶଶାଙ୍କ ଶେଖର ତ୍ରିପାଠୀ ଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ସହ ଉପ ଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶଙ୍କର ପ୍ରସାଦ ଗନ୍ତାୟତ ୧୯୮୭ ମସିହାରେ ପ୍ରଥମ କରି ଭୈରବ ମହାବିଦ୍ୟାଳୟ ଆରମ୍ଭ ହୋଇଥିବା ବେଳେ ସେହି ସମୟରୁ ଅର୍ଥନୀତି ଅଧ୍ୟାପକ ଭାବେ ଶଶାଙ୍କ ଶେଖର ତ୍ରିପାଠୀ କାର୍ଯ୍ୟ ରେ ଯୋଗ ଦେଇ ନିରନ୍ତର ଭାବେ ଦୀର୍ଘ ୩୭ ବର୍ଷ କାଳ ମହାବିଦ୍ୟାଳୟରେ ସେବା ଯୋଗାଇ ଥିଲେ। ଏହି ସମୟରେ ସହ ସହ ପିଲାଙ୍କ ଭବିଷ୍ୟତ ଗୋଢି ତୋଳିଥିଲେ ବୋଲି କହିଥିଲେ। ଅଧ୍ୟାପିକା ଉର୍ମିଳା ବ୍ରହ୍ମା ଭୈରବ ମହା ବିଦ୍ୟାଳୟ ର ଜଣେ ଆଦର୍ଶ ଅଧ୍ୟାପକ ଭାବେ ଶଶାଙ୍କ ଶେଖର ତ୍ରିପାଠୀ ନିଜର ଛାପ ଛାଡି ଯାଇଛନ୍ତି ବୋଲି କହିବା ସହ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଛାତ୍ରଛାତ୍ରୀଙ୍କୁ କହିଥିଲେ। ଅବସର ଗ୍ରହଣ କରିଥିବା ପୂର୍ବତନ ଅଧ୍ୟକ୍ଷ ଶଶାଙ୍କ ଶେଖର ତ୍ରିପାଠୀ କାର୍ଯ୍ୟ ରେ ସର୍ବଦା ସମୟାନୁବର୍ତ୍ତିତା,କର୍ତବ୍ୟନିଷ୍ଟ ଓ କାର୍ଯ୍ୟ ଦକ୍ଷତା ଉପରେ ବିସ୍ତୃତ ଭାବେ କହିଥିଲେ। ଏହି ଅବସରରେ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଶ୍ରୀ ତ୍ରିପାଠୀ ଙ୍କୁ ଅବସର ସମୟ ସୁସ୍ଥ ଓ ନିରାମୟ ହେଉ ବୋଲି କହିଥିଲେ।କାର୍ଯ୍ୟକ୍ରମକୁ ଅଧ୍ୟାପିକା ଉର୍ମିଳା ବ୍ରହ୍ମା ପରିଚାଳନା କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପିକା ଚନ୍ଦନା ପଣ୍ଡା, ପୁଷ୍ପଲତା ସାହୁ, ମନିଷା ସରକାର,ଜ୍ୟୋତ୍ସ୍ନା ମାଝୀ,ଅଧ୍ୟାପକ ମେକ୍ସ ମଦ୍ରକ୍ଷ ନାୟକ,ଦୟାରାମ ମନୋହର,ମହେନ୍ଦ୍ର ଦେବରପଲ୍ଲି, ଯୁକ୍ତ ଦୁଇ ବାଣିଜ୍ୟ ଅଧ୍ୟାପକ ଶିବ ପ୍ରସାଦ ସାହୁ ସହ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.