ଜଗତସିଂହପୁର,ତା-୨୪.୦୭.୨୦୨୪/ସୁମନ୍ତ କୁମାର ଦାସ: ଜଗତସିଂହପୁରରେ ମଧ୍ୟ ନାହାନ୍ତି ଜିଲ୍ଲାପାଳ | ଏଠାରେ ଜିଲ୍ଲାପାଳ ଥିବା ଅନୁପମ ସାହାଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ କରାଯାଇଛି ବଦଳି l ୧୯ ତାରିଖଠାରୁ ଚାଲିଯିବାପରେ ବର୍ତ୍ତମାନ ଜଗତସିଂହପୁର ଜିଲ୍ଲାରେ ଜିଲ୍ଲାପାଳ କେହିବି ନାହାନ୍ତି l ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି l ବର୍ତ୍ତମାନ ବନ୍ୟା ସମୟ ନନ୍ଦୀବନ୍ଧର ସ୍ଥିତି କିପରି ରହିଛି,ଚାଷ ଜମିକୁ ପାଣି ଯାଇପାରୁନାହିଁ, କେନାଲରେ ପାଣିର ଦେଖା ନାହିଁ l ଏପରି ଅନେକ ଅଭିଯୋଗ ଆସିଲେ ବି ଜିଲ୍ଲାପାଳଙ୍କ ଅନୁପସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଜଗତସିଂହପୁର ବାସିନ୍ଧା l ଜିଲ୍ଲାପାଳ ନ ଥିବାରୁ ଜିଲ୍ଲାରେ ବହୁ କାର୍ଯ୍ୟ ବାଧା ପ୍ରାପ୍ତ ହେଉଥିବା ଅଭିଯୋଗ ହେଉଛି l
Sign in
Sign in
Recover your password.
A password will be e-mailed to you.