ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ): ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଶିକ୍ଷା ବିଭାଗ ଅଧିନ ସମସ୍ତ ବିଦ୍ୟାଳୟ ରେ ଗତ ୨୨ ତାରିଖ ଠାରୁ ଶିକ୍ଷା ଶପଥ ଉତ୍ସବ ପାଳିତ ହୋଇଯାଇଛି। ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଏହି ଶିକ୍ଷା ଶପଥ ସପ୍ତାହ କାର୍ଯ୍ୟକ୍ରମ ଜାରି ରହିବ। ଜାତୀୟ ଶିକ୍ଷାନୀତି ୨୦୨୦ ର ୪ର୍ଥ ସ୍ଵନକ୍ଷତ୍ର ଉତ୍ସବ ପାଳନ ଅବସରରେ ସମସ୍ତ ସରକାରୀ ଶିକ୍ଷାନଷ୍ଠାନ ରେ ଶିକ୍ଷା ଶପଥ ସପ୍ତାହ କାର୍ଯ୍ୟକ୍ରମ ପାଳନ କରାଯାଉଛି। ସ୍ଥାନୀୟ ପ୍ରସଙ୍ଗ, ସାଧନର ଗୁରୁତ୍ବ ଓ ଶ୍ରେଣୀ କକ୍ଷ ର ତାହାର ବ୍ୟବହାର ଉପରେ ଆଲୋକପାତ କରିବା ଏହି ଦିବସ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ରହିଛି। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ମାର୍ଗଦର୍ଶିକା ତଥା ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ( ଓସେପା) ର ନିର୍ଦ୍ଦେଶ ଅନୁସାରେ ପ୍ରତ୍ୟେକ ଦିନକୁ ବିଦ୍ୟାଳୟ ଗୁଡିକରେ ସ୍ଵତନ୍ତ୍ର ଭାବେ ପାଳନ କରାଯିବ। ଛାତ୍ରଛାତ୍ରୀ,ଶିକ୍ଷକ ଶିକ୍ଷୟତ୍ରୀ,ଶିକ୍ଷାବିତ୍,ନୀତି ପ୍ରଣେତା ଓ ସମସ୍ତ ଅଂଶୀଦାର ମଧ୍ୟରେ ସହଯୋଗ ଓ ଉତ୍ସାହିତ କରିବା ମୂଳ ଲକ୍ଷ୍ୟ ରହିଛି। ଛାତ୍ରଛାତ୍ରୀଙ୍କୁ ଏହି ସପ୍ତାହ ରେ ନୂଆ ନୂଆ କଥା ଶିଖିବା ପାଇଁ ଅନୁପ୍ରାଣିତ କରିବା ସହ ଶିକ୍ଷାର ମୂଲ୍ୟବୋଧ ଉପରେ ସଚେତନ କରାଯିବ। ପ୍ରଥମ ଦିନ ଟି ଏଲ ଏମ ଦିବସ, ଦ୍ଵିତୀୟ ଦିନ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଦିବସ, ତୃତୀୟ ଦିବସରେ କ୍ରୀଡା,ଚତୁର୍ଥ ଦିବସରେ ସାଂସ୍କୃତିକ, ପଞ୍ଚମ ଦିନ ଦକ୍ଷତା ଓ ଡିଜିଟାଲ ପ୍ରୋତ୍ସାହନ ଦିବସ,ଷଷ୍ଠ ଦିବସରେ ଇକୋ କ୍ଳବ୍ ଓ ବିଦ୍ୟାଳୟ ପୋଷଣ ଦିବସ ଓ ଶେଷ ଦିବସରେ ଗୋଷ୍ଠୀ ଭାଗିଦାରିତା ଦିବସ ପାଳିତ ହେବ। ଏହି ଅବସରରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶିବ ଶଙ୍କର ମଣ୍ଡଳ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଏବିଇଓ ଭଗବାନ ମାଝୀ ଡାବୁଗାଁ ଏକ୍ସ ବୋର୍ଡ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗ ଦେଇ ପରିଦର୍ଶନ କରିଥିଲେ।
Sign in
Sign in
Recover your password.
A password will be e-mailed to you.