ଭଞ୍ଜନଗର ସହରରେ ମିଡ଼ିଆ କ୍ଳବ୍ ପକ୍ଷରୁ ସଚେତନତା ରଥ ପରିକ୍ରମା ସହିତ ୨୦୦ ଚାରା ରୋପଣ କାର୍ଯ୍ୟକ୍ରମ

5

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:ଭଞ୍ଜନଗର ସହରର ଅଗ୍ରଣୀ ପଞ୍ଜିକୃତ କବିସମ୍ରାଟ ମିଡ଼ିଆକ୍ଳବ୍ ତରଫରୁ ଆଜି ଜୁଲାଇ ମାସ ୨୩ ତାରିଖ ମଙ୍ଗଳବାର ୨୦୨୪ ଦିନ ପ୍ରାୟ ୨୦୦ ଚାରା ରୋପଣ କାର୍ଯ୍ୟକ୍ରମ ସହିତ ସହରରେ ସଚେତନତା ରଥର ନଗରପରିକ୍ରମା ହୋଇପାରିଛି। ଏଥିରେ ଯୋଗଦାନ କରିଥିଲେ ଉତ୍ତର ଓ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ, ବନ୍ୟଞ୍ଚଳ ଅଧିକାରୀ, ରାଇପଲ୍ଲୀ ଗ୍ରାମବାସୀ ଓ ସ୍କୁଲର କିଛି ଛାତ୍ରିଛାତ୍ର।

 ଏହି ପରିପ୍ରେକ୍ଷୀରେ ଭଞ୍ଜନଗରସ୍ଥିତ କବିସମ୍ରାଟ ମିଡ଼ିଆ କ୍ଳବ ପ୍ରାୟ ୨୦୦ ରୁ ଉର୍ଦ୍ଧ ଚାରା ରୋପଣ ଆଜି କରିଥିଲେ । ଆଜି ସକାଳ ୮ ଘଣ୍ଟ ସମୟରେ ଏକ ସଚେତନତା ରଥ ଉତ୍ତର ଘୁମୁସର ବନଖଣ୍ଡ ଶ୍ରୀଯୁକ୍ତ ହିମାଂଶୁ ଶେଖର ମହାନ୍ତିଙ୍କ ଦ୍ୱାରା ଉଦ୍‍ଘାଟତ ହୋଇ ସହର ପରିକ୍ରମା କରିଥିଲା । ଏଥିରେ ୪୦ଜଣ ସାମ୍ବାଦିକ ଏକ ବାଇକ ର‌୍ୟାଲିରେ ସାମିଲ ହୋଇ ପ୍ଲାକାର୍ଡ଼ ଧରିବା ସହିତ ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ । ଏହି ପରିକ୍ରମା ରାଲି ଭଞ୍ଜନଗର ସହର ହୋଇ କୁଲାଡ ରାଇପଲ୍ଲୀ ବ୍ରିଜ ଠାରେ ପହଞ୍ଚି ସେଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ହିମାଂଶୁ ଶେଖର ମହାନ୍ତି ଏବଂ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟ, ମୁଜାଗଡ଼ ବନାଞ୍ଚଳ ଅଧିକାରୀ ବିମ୍ବାଧର ସାହୁ , ବନରଖି ଶ୍ରୀମତୀ ବର୍ଷା ରାଣୀ ସାହୁ, ବନପାଳ ଲଷ୍ମିନାରାୟଣ ସେଠି, ବନ କର୍ମଚାରୀ ପ୍ରଶାନ୍ତ, କେଶବ, ଭଗବାନ ସମେତ ମିଡ଼ିଆ କ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଏହାପରେ ରାଇପଲ୍ଲୀ ଗ୍ରାମବାସୀ, ଭିଏସ୍‍ଏସ୍‍ ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହିତ ଗ୍ରାମ ପରିକ୍ରମା କରାଯାଇଥିଲା । ପରେ ବିଦ୍ୟାଳୟ ଠାରେ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା । ଏହି ସଭାରେ ଉତ୍ତର ଓ ଦକ୍ଷିଣ ବନଖଣ୍ଡ ଅଧିକାରୀ ସହିତ ବନାଞ୍ଚଳ ଅଧିକାରୀ, ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ, ବିଦ୍ୟାଳୟ କମିଟି ସଭାନେତ୍ରୀ ଯୋଗଦେଇଥିଲେ । କ୍ଲବର ସଭାପତି ପ୍ରଦୀପ କୁମାର ସ୍ୱାଇଁ ସଭାପତିତ୍ୱ କରିଥିବା ସମୟରେ ସମ୍ପାଦକ ଚିନ୍ମୟ କୁମାର ବେବର୍ତ୍ତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏବଂ କବିସମ୍ରାଟ ମିଡ଼ିଆକ୍ଳବ୍ ର ସହ ସମ୍ପାଦକ ଉଦୟନାଥ ପଣ୍ଡା, ଦୁଇ ମୁଖ୍ୟ ଅତିଥି ଉତ୍ତର ଓ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ଙ୍କୁ ଉପଢୋକନ ପ୍ରଦାନ କରିବା ସହ ସେମାନଙ୍କର ମାନ ପତ୍ର କୁ ସର୍ବ ସମ୍ମୁଖରେ ପାଠ କରିଥିଲେ।ଅତିଥିମାନଙ୍କ ସହ ବୃକ୍ଷ ପ୍ରେମୀ ଭାବେ ଶ୍ରୀମତୀ କନକଲତା ନାୟକଙ୍କୁ କ୍ଲବ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଠିକ୍‍ ସେହିପରି ଉତ୍ତର ଘୁମୁସର ବନଖଣ୍ଡ ତରଫରୁ ସମସ୍ତ ସାମ୍ବାଦିକଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା । କ୍ଲବର ସମସ୍ତ ସଦସ୍ୟ ବୃକ୍ଷରୋପଣ ଓ ସଚେତନତା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ ଉପସଭାପତି ଶ୍ରୀଯୁକ୍ତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.