ଶ୍ରୀ ସତ୍ୟସାଇ ବାବା ଙ୍କ ଦିବ୍ୟ ପାଦୁକା ଯାତ୍ରା

5

ବେଲଗୁଣ୍ଠା-(ଶିବରାମ ଚୌଧୁରୀ )-ପବିତ୍ର ବ୍ୟାସ ପୁର୍ଣ୍ଣିମା ତଥା ଗୁରୁ ପୂର୍ଣ୍ଣିମା ଅବସରରେ ବେଲଗୁଣ୍ଠା ସହରରେ ଶ୍ରୀ ସତ୍ୟସାଇ ବାବାଙ୍କ ଦିବ୍ୟ ପାଦୁକା ଯାତ୍ରା ମହାସମାରୋହରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଅଛି । ଦିବ୍ୟ ପାଦୁକା ଯାତ୍ରାର ଏହା ଦ୍ଵିତୀୟ ବାର୍ଷିକ ହୋଇଥିବା ବେଳେ ଶ୍ରୀ ସତ୍ୟସାଇ ବାବାଙ୍କ ବହୁ ଆଶ୍ରିତ ଯୋଗ ଦେଇ ସାଇ କୃପା ଲାଭ କରିଥିଲେ । ଶ୍ରୀ ସତ୍ୟସାଇ ସେବା ସମିତି,ବେଲଗୁଣ୍ଠା ଆନୁକୂଲ୍ୟରେ ହୋଇଥିବା ଏହି ଆଧ୍ୟାତ୍ମିକ ଯାତ୍ରାରେ ପ୍ରଭାତରେ ଓଁକାର ସୁପ୍ରଭାତମ୍, ନଗର ସଂକୀର୍ତ୍ତନ,ତ୍ରୟୀ ରୁଦ୍ରମ୍,ସାଇ ଷୋଡଶ ଉପଚାର ପୂଜା,ସାଇ ହୋମ, ସତସଙ୍ଗ,ସାଈ ଆରତୀ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ
ହୋଇଥିଲା ।ପରେ ଅପରାହ୍ନ ଚାରି ଘଟିକା ସମୟରେ ଶ୍ରୀ ସତ୍ୟସାଇ ଙ୍କ ଦିବ୍ୟ ପାଦୁକା କୁ ଏକ ସୁସଜ୍ଜିତ ରଥରେ ବିରାଜିତ କରାଇ ବହୁ ଶ୍ରଦ୍ଧାଳୁଙ୍କ ଗହଣରେ ବେଲଗୁଣ୍ଠା ନଗର ପରିକ୍ରମା କରାଯାଇଥିଲା । ସାଇ ନାମ ଧ୍ୱନୀରେ ବେଲଗୁଣ୍ଠା ସହର ଉତ୍ସବମୁଖର ହୋଇଉଠିଥିଲା ।ଛକ ଛକରେ ଦିବ୍ୟ ପାଦୁକାକୁ ସତ୍ୟ ସାଇ ଭକ୍ତ ମଣ୍ଡଳୀ ଭବ୍ୟ ସ୍ୱାଗତ କରିଥିଲେ । ପ୍ରଭାତରୁ ରାତି ପର୍ଯ୍ୟନ୍ତ ଶ୍ରୀ ସତ୍ୟସାଇ ସେବା ସମିତି ବେଲଗୁଣ୍ଠା ମନ୍ଦିରରେ ଉତ୍ସବ ଲାଗି ରହିଥିଲା ।ଏହି ସମସ୍ତ କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ସତ୍ୟ ସ୍ୱରୂପ ପଟ୍ଟନାୟକ, ରାଜ୍ୟ ଆଧ୍ୟାତ୍ମିକ ସଂଯୋଜକ ରମା ବଲ୍ଲଭ ରଥ, ରାଜ୍ୟ ସେବା ଦଳ ପ୍ରଶିକ୍ଷକ ସଂଯୋଜକ ପ୍ରତାପ କୁମାର ସ୍ୱାଇଁ, ଜିଲ୍ଲା ସଭାପତି ଦେବାଶିଷ ମିଶ୍ର, ଜିଲ୍ଲା ଆଧ୍ୟାତ୍ମିକ ସଂଯୋଜକ ମଧୂସୁଦନ ମହାପାତ୍ର, ଜିଲ୍ଲା ଶିକ୍ଷା ସଂଯୋଜକ ପ୍ରଶନ୍ନ କୁମାର ପ୍ରଧାନ, ଆବାହକ ଡ଼ାଃ ବିଷ୍ଣୁ ଚରଣ ପାଢୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିବା ବେଳେ ଓଡ଼ିଶାର ସମସ୍ତ ସାଇ ଜିଲ୍ଲାର ସଭାପତି, ଆବାହକ,ସାଇ ଭକ୍ତ ଭାଇ ଭଉଣୀ ମାନେ ଉପସ୍ଥିତ ଥିଲେ ।ଏହି ଅବସରରେ ସାଇ ପ୍ରେମ ତରୁ କାର୍ଯ୍ୟକ୍ରମରେ ବେଲଗୁଣ୍ଠା ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟରେ ବୃକ୍ଷ ରୋପଣ କରାଯାଇଥିଲା ।

Leave A Reply

Your email address will not be published.