ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଜାତୀୟ ଶିକ୍ଷାନୀତି-2020 ର ଚତୁର୍ଥ ବାର୍ଷିକି ପୂର୍ତ୍ତି ଉପଲକ୍ଷେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟର ନିର୍ଦ୍ଦେଶ କ୍ରମେ ସମଗ୍ର ଦେଶର ବିଦ୍ୟାଳୟ ଗୁଡ଼ିକରେ ସୋମବାର ଠାରୁ ଆରମ୍ଭ ହୋଇଛି ଶିକ୍ଷା ସପ୍ତାହ ପାଳନ କାର୍ଯ୍ୟକ୍ରମ I ଆସନ୍ତା 28 ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଜାରି ରହିବ I ଏହି ପ୍ରରିପ୍ରେକ୍ଷୀରେ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧୀନରେ କାର୍ଯ୍ୟରତ ସମସ୍ତ ବିଦ୍ୟାଳୟରେ ମଧ୍ୟ ଶିକ୍ଷା ସପ୍ତାହ କାର୍ଯ୍ୟକ୍ରମ ଚାଲୁ ରହିଛି I ଏହି କାର୍ଯ୍ୟକ୍ରମ ଅବସରରେ ସୋମବାର ଦିନ ଶିକ୍ଷଣ ସାମଗ୍ରୀ ଦିବସ ପାଳନ ହୋଇଥିବା ବେଳେ ମଙ୍ଗଳବାର ଦିନ ଏଫ୍ଏଲ୍ଏନ୍ ଦିବସ ପାଳିତ ହୋଇଯାଇଛି I ସେହିପରି ବୁଧବାର ଦିନ କ୍ରୀଡ଼ା ଦିବସ, ଗୁରୁବାର ଦିନ ସାଂସ୍କୃତିକ ଦିବସ, ଶୁକ୍ରବାର ଦିନ ସ୍କିଲିଂ ଓ ଡିଜିଟାଲ୍ ଦିବସ, ଶନିବାର ଦିନ ଇକୋକ୍ଲବ୍ ଦିବସ ଏବଂ ରବିବାର ଦିନ ସମ୍ପ୍ରଦାୟ ଅଂଶଗ୍ରହଣ ଦିବସ ପାଳନ କରାଯିବ I ବ୍ଳକ୍ ର ସମସ୍ତ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକ ଆଗ୍ରହର ସହିତ ଏହି କାର୍ଯ୍ୟକ୍ରମର ଆୟୋଜନ କରୁ୍ଥିବା ବେଳେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ସମେତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ପାଢୀ, ଭାଗ୍ୟଲତା ପ୍ରଧାନ, ପ୍ରତିଭା ରଥ, ସିଆରସିସି ମୃତ୍ୟୁଞ୍ଜୟ ପଣ୍ଡା, ଛାୟାକାନ୍ତ ମହାପାତ୍ର, ବିଦେଶୀ ବାଡତ୍ଯା,ହରେକୃଷ୍ଣ ଶତପଥି, ସୁଧୀର କୁମାର ଦାସ, ନୀଳକଣ୍ଠ ନନ୍ଦ, କାଳୁ ଚରଣ ଗୌଡ଼, ମନୋଜ କୁମାର ପଟ୍ଟନାୟକ,ରମେଶ କୁମାର ପାଣିଗ୍ରାହୀ, ପ୍ରଶାନ୍ତ କୁମାର ପଟ୍ଟନାୟକ ଏବଂ ଶଙ୍କର ନାରାୟଣ ସେଠୀ କାର୍ଯ୍ୟକ୍ରମ ଗୁଡ଼ିକର ତଦାରଖ କରୁଛନ୍ତି I
Sign in
Sign in
Recover your password.
A password will be e-mailed to you.