ବଳପୂର୍ବକ ଦୁଷ୍କର୍ମ ମାମଲା : ଅଭିଯୁକ୍ତ ପୁତୁରାକୁ ଜେଲ ଓ ଜୋରିମାନା

0

 

ବାରିପଦା/ dillip mohanty ‏- ଶଶୁର ଘରୁ ବାପ ଘରକୁ ଛାଡ଼ିବାକୁ ସାଇକେଲରେ ନେଇ ଯାଉଥିବା ବେଳେ ନିଛାଟିଆ ରାସ୍ତାରେ ଖୁଡ଼ି ସହିତ ବଳପୂର୍ବକ ଦୁଷ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତ ପୁତୁରା ବାରିପଦା ସଦର ଥାନା ଅନ୍ତର୍ଗତ ଶଙ୍ଖାଭଙ୍ଗା ଗ୍ରାମର ନାଗା ଓରଫ ବୁଦ୍ଧରାୟ ମାର୍ଣ୍ଡିକୁ ଜେଲ ଓ ଜୋରିମାନାରେ ଦଣ୍ଡିତ କରାଇଛନ୍ତି ବାରିପଦା ଅତିରିକ୍ତ ଜିଲା ଓ ଦୌରା ଜଜ୍ ସମର ବିଳାସ ବେହେରା । ଭାରତୀୟ ପିଙ୍ଗଳ କୋଡର଼୍ ଧାରା ୩୭୬ ଅନୁସାରେ ୭ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୫ ହଜାର ଟଙ୍କା ଜରିମାନା ଓ ଅନାଦେୟରେ ଅଧିକ ୬ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ହେବ ବୋଲି ତାଙ୍କ ରାୟରେ ଦର୍ଶାଇଛନ୍ତି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ବାରିପଦା ବ୍ଲକ ଅଧୀନରେ ରହିଥିବା ବାଉରା ଗ୍ରାମରେ ଥିବା ନିଜ ବାପ ଘରୁ ଶାଶୁ ଘରରେ ରହୁଥିବା ପୁଅକୁ ଦେଖିବାକୁ ଯାଇଥିଲେ ଏକ ଆଦିବାସୀ ମହିଳା । ୧୨.୦୪.୨୦୧୫ରେ ସେଠାରେ ଆଦିବାସୀ ଯାତ୍ରା ଦେଖି ନିଜର ପୁତୁରା ନାଗା ଓରଫ ବୁଦ୍ଧରାୟ ମାର୍ଣ୍ଡି(୨୫) ସହିତ ସାଇକେଲରେ ପୁଣି ବାଫ ଘର ବାଉରାକୁ ଫେରି ଆସିବା ରାସ୍ତାରେ ମଇଳାଖାଦାନ ନିକଟ ଜିଲପି ଛକ ନିକଟରେ ଏକ ହାଣ୍ଡିଆ ବିକାଳିଠାରୁ ପୁତୁରା ଓ ଖୁଡ଼ି ମିଶି ଉଭୟ ହାଣ୍ଡିଆ ପିଇ ଘରକୁ ଯାଉଥିବା  ରାସ୍ତାର ନିଛାଟିଆ ସ୍ଥାନରେ ପୁତୁରା ନାଗା ସାଇକେଲରୁ ଉହ୍ଲାଇ ବଳପୂର୍ବକ ତାର ଖୁଡ଼ି ରାସ୍ତା ପାଶ୍ୱର୍କୁ ଟାଣି ନେଇ ଦୁଷ୍କର୍ମ କରୁଥିଲା । ସେହି ସମୟରେ ଉକ୍ତ ରାସ୍ତା ଦେଇ ମହିଳା ତାର ଝିଅ ସାଇକେଲରେ ଯାଉଥିବାର ଦେଖି ଚିକ୍ରାର କରିବାରୁ ନାଗା ଖୁଡ଼ିର ଅଣ୍ଟିରେ ରହିଥିବା ୫ ହଜାର ୪ ଶହ ଟଙ୍କା ଛଡ଼ାଇ ନିଜର ସାଇକେଲ ଧରି ପଳାଇଯାଇ ଥିଲା । ଏହି ଘଟଣାକୁ ନେଇ ମହିଳା ଜଣକ ପୁତୁରା ନାଗାର ଅପକର୍ମକୁ ନେଇ ଅଭିଯୋଗ କରିବାରୁ  ଗ୍ରାମରେ ବୈଠକ ବସିଥିଲା । ମାତ୍ର ସମାଧାନର କୌଣସି ରାସ୍ତା ବାହାରି ନ ପାରିବାରୁ ୧୫.୦୪.୨୦୧୫ରେ ପିଡ଼ିତା ମହିଳା ବାରିପଦା ସଦର ଥାନାରେ ପୁତୁରା ନାମରେ ଲିଖିତ ଅଭିଯୋଗ ଆଣିବା ପରେ ଥାନାରେ ୩୩/୨୦୧୫ରେ ଏକ ମାମଲା ରୁଜୁ ହୋଇଥିଲା । ଆଜି ମାମଲାରେ ରହିଥିବା ୧୬ ଜଣ ସାକ୍ଷୀମାନଙ୍କର ବୟାନ ଓ ସମସ୍ତ ପ୍ରମାଣପତ୍ରକୁ ଭିତ୍ତି କରି କୋର୍ଟ ପକ୍ଷରୁ ଚୁଡ଼ାନ୍ତ ରାୟ ପ୍ରକାଶ ପାଇଥିଲା । ମୋକର୍ଦ୍ଧମାକୁ ସରକାରଙ୍କ ପକ୍ଷରୁ ଆଇନଜୀବୀ ଶାନ୍ତନୁ କୁମାର ଦାସ ପରିଚାଳନା କରିଥିଲେ । 

Leave A Reply

Your email address will not be published.