ପୁରୀ ଜିଲ୍ଲାର ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କୃଷି ସହାୟତା ଦାବି

0

 

କଂଗ୍ରେସ କୃଷକ ସେଲ୍ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

bhubaneswar/dinabandhu nayak : ପୁରୀ ଜିଲ୍ଲା ଏକ ଚାଷୀ ବହୁଳ ଅଞ୍ଚଳ । ଏହି ଜିଲ୍ଲାର ମୋଟ୍ ୧୧ଟି ବ୍ଳକ ଓ ୪ଟି ନଗରାଞ୍ଚଳର  ପ୍ରାୟ ୧ଲକ୍ଷ ୮୦ ହଜାର ଚାଷୀ ପରିବାର ଚାଷ ଉପରେ ପ୍ରତ୍ୟକ୍ଷ ଭାବେ ନିର୍ଭରଶୀଳ । ଧାନ, ପାନ, ମୀନ ଓ ପନିପରିବା ଚାଷ ଏହି ଅଞ୍ଚଳର ଚାଷୀଙ୍କ ମୁଖ୍ୟ ଜୀବୀକା । ଜିଲ୍ଲାରେ ମୋଟ୍ ୧ ଲକ୍ଷ ୪୧ ହଜାର ହେକ୍ଟର ଧାନ ଚାଷ  ୧୭ ହଜାର ହେକ୍ଟରରେ ଅଣଧାନ ଚାଷ କରାଯାଉଥିବା ବେଳେ ଚଳିତ ବର୍ଷ ୧ ଲକ୍ଷ ୪୧ ହଜାର ହେକ୍ଟର ଧାନ ଚାଷରେ ଗତ ୧୫ ରୁ ୧୮ ତାରିଖ ମଧ୍ୟରେ ଲଘୁଚାପ ଜନିତ ବର୍ଷା ଦ୍ୱାରା ବିଭିନ୍ନ ଅଞ୍ଚଳର ଚାଷୀମାନଙ୍କ କହିବା ଅନୁଯାୟୀ ୫୦ ହଜାର ହେକ୍ଟରରୁ ଅଧିକ ଜମିରେ ଧାନ ଓ କେତେକ ଅଞ୍ଚଳରେ ଅଣଧାନ  ନଷ୍ଟ ହୋଇ ଯାଇଛି । ସରକାରୀ ସ୍ତରର ହିସାବ ବର୍ତ୍ତମାନ ଆନୁମାନିକ ୨୫ ହଜାର ହେକ୍ଟର ଆକଳନ କରଯାଉଥିବା ଅତ୍ୟନ୍ତ ଦୁଃର୍ଭାଗ୍ୟର ବିଷୟ । ଏପରିକି ଖାଲୁଆ ଜମିରେ ପାଣି ଜମି ରହିବା ହେତୁ ଏହି ଧାନ ଅମଳ କରିବା ଆଉ ସମ୍ଭବପର ନୁହେଁ । ଅନେକ ଅଞ୍ଚଳରେ ଧାନ ସଢିଯିବା ଦ୍ୱାରା ରଙ୍ଗ ବିହିନ ହୋଇ ପଡ଼ିଛି ।  ଯାହାକି ବିକ୍ରି କରିବା ସମ୍ଭବ ନୁହେଁ ।  ପ୍ରଶାସନ ପକ୍ଷରୁ ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କ ବାସ୍ତବ ସ୍ଥିତିକୁ ସଠିକ୍ ଭାବରେ ଆକଳନ କରାଯାଉ ନ ଥିବା  ଓଡିଶା ପ୍ରଦେଶ କଂଗ୍ରେସ କମିଟି କୃଷକ ସେଲ୍ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ କହିଛନ୍ତି ।   ପ୍ରଶାସନ ଓ ସରକାରଙ୍କ ଅବହେଳା ଯୋଗୁଁ ବହୁ ଚାଷୀ ଗତ ଖରିଫ ଚାଷରେ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନାମ ପଞ୍ଜିକରଣରୁ ବଞ୍ଚôତ ହୋଇଥିବା ନଜିର ରହିଛି । ଯଦ୍ୱାରା ବୀମା କ୍ଷତି ପୂରଣ ସହାୟତା ପାଇବାରେ ବହୁ ଅସୁବିଧାର ସମ୍ମୁଖୀନ ହେବେ ।  ସରକାରୀ ଅବହେଳା ଯୋଗୁଁ ବ୍ରହ୍ମଗିରୀ, କୃଷ୍ଣପ୍ରସାଦ ଅଞ୍ଚଳର ବହୁ ଚାଷୀ ଆଜି ପର୍ଯ୍ୟନ୍ତ ମଧ୍ୟ ହୁଡୁହୁଡୁ, ଫାଇଲିନ୍ ପ୍ରଭୃତି ପ୍ରାକୃତିକ ବିପର୍ଯ୍ୟୟ ସହାୟତା ପାଇ ପାରି ନାହାନ୍ତି ବୋଲି ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି । ସରକାର ଓ ଜିଲ୍ଲା ପ୍ରଶାସନ ଅବିଳମ୍ବେ ଲଘୁଚାପ ଜନିତ ବର୍ଷାଦ୍ୱାରା କ୍ଷତିଗ୍ରସ୍ତ ଚାଷୀମାନଙ୍କ ଫସଲ କ୍ଷୟକ୍ଷତିର ସଠିକ୍ ଆକଳନ, କ୍ଷତିଗ୍ରସ୍ତ ଚାଷୀଙ୍କୁ ପ୍ରତି ଏକର ପିଚ୍ଛା ଅନୁନ୍ୟ ୨୦ ହଜାର ଟଙ୍କା କୃଷି ସହାୟତା, ଚଳିତ ରବି ଚାଷ ପାଇଁ ଚିନାବାଦାମ, ମୁଗ, ବିରି, ସୋରିଷ ବିହନ ଓ ଆଳୁ, ପିଆଜ ପ୍ରଭୃତି ପନିପରିବା ମଞ୍ଜି ମାଗଣାରେ ଯୋଗାଣ ଓ ଠିକଣା ସମୟରେ କେନାଲରେ ପାଣି ଦେବାକୁ ଶ୍ରୀ ପଟ୍ଟନାୟକ ଆଜି ପୁରୀ ଜିଲ୍ଲାପାଳଙ୍କ ନିକଟକୁ ଏକ ଦାବିପତ୍ର ପ୍ରଦାନ କରିବା ସହିତ  ମୁଖ୍ୟମନ୍ତ୍ରୀ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ, କୃଷି ମନ୍ତ୍ରୀ, ପ୍ରମୁଖ ଶାସନ ସଚିବ, କୃଷି ବିଭାଗ ଓ ରିଲିଫ୍ କମିଶନର ଓଡିଶାଙ୍କୁ ଏହି ମର୍ମରେ ଏକ ଲିଖିତ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

 

Leave A Reply

Your email address will not be published.