ଡିସେମ୍ବର ୨୭ରେ ପ୍ରାଥମିକ ଶିକ୍ଷକମାନଙ୍କର ଦରମା ସଂକ୍ରାନ୍ତୀୟ ଚୂଡାନ୍ତ ନିଷ୍ପତ୍ତି 

0

ନୂତନ ପେନ୍ସନ୍ ଯୋଜନାଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ-ଗଣଶିକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ବୈଠକ 

ଭୁବନେଶ୍ୱର : ଆଜି ନୂତନ ପେନ୍ସନ୍ ଯୋଜନାଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘର ଏକ ପ୍ରତିନିଧି ଦଳ ସଭାପତି ରାଜେଶ ମହାନ୍ତିଙ୍କ ନେତୃତ୍ୱରେ ମାନ୍ୟବର ଗଣଶିକ୍ଷାମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚ କ୍ଷମତାସମ୍ପନ୍ନ କମିଟି ସହିତ ଆଲୋଚନା କରିଥିଲେ ଏବଂ ସରକାର ଦାବୀଗୁଡ଼ିକ ପୁରଣ କରିବା ପାଇଁ ସାକରାତ୍ମକ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି ବୋଲି ସଂଘ ତରଫରୁ କୁହାଯାଇଛି  । ପ୍ରାଥମିକ ଶିକ୍ଷକମାନଙ୍କର ପଦବୀ ମାଟ୍ରିକ  ଓ ସି.ଟି. ରୁ ଉନ୍ନୀତ କରି ଯୁକ୍ତ ୨ ଓ ସି.ଟି. କରିବା ସହିତ ୨୨୦୦ ଟଙ୍କା ଗ୍ରେଡ୍ ପେ ପରିବର୍ତ୍ତେ ୨୮୦୦ ଟଙ୍କା ଧାର୍ଯ୍ୟ କରି ୭ମ ବେତନ କମିଶନରେ ୧.୧.୨୦୧୬ ମସିହାରୁ ଦରମା ଧାର୍ଯ୍ୟ କରିବା, ୬ ବର୍ଷ ଶିକ୍ଷା ସହାୟକ ଚାକିରୀକୁ ସରକାରୀ ଚାକିରୀରେ ଗଣନା କରିବା ଆଦି ଦାବୀଗୁଡ଼ିକ ବିଷୟରେ ଆଲୋଚନା ହୋଇଛି । ଏ ବିଷୟରେ ଗତ ୧୩ତାରିଖରେ ବିଭାଗୀୟ କମିଟି ଓ ୧୭ତାରିଖରେ ପ୍ରଥମ ପର୍ଯ୍ୟାୟ ଉଚ୍ଚ କ୍ଷମତାସମ୍ପନ୍ନ କମିଟିର ବୈଠକ ହୋଇସାରିଛି  । ମନ୍ତ୍ରୀଙ୍କ ପୂର୍ବ ଘୋଷଣା ଅନୁଯାୟୀ ଆଜିର ବୈଠକ ବସିଥିଲା ଏବଂ ସବୁଦିଗକୁ ତର୍ଜମା କରାଯାଇ ଆସନ୍ତା ନଭେମ୍ବର ୨୭ତାରିଖ ଦିନ ଉଚ୍ଚ କ୍ଷମତାସମ୍ପନ୍ନ କମିଟି ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରିବେ ଏବଂ ତାହା ଘୋଷଣା କରାଯିବ ବୋଲି ଆଜିର ବୈଠକରେ ମାନ୍ୟବର ମନ୍ତ୍ରୀ ସଂଘ କର୍ମକର୍ତ୍ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଆଜିର ବୈଠକରେ ସଂଘ ତରଫରୁ  ସଭାପତି ରାଜେଶ ମହାନ୍ତି, ସାଧାରଣ ସମ୍ପାଦକ ଖଗେନ୍ଦ୍ରନାଥ ପାଲ ମହାସଚିବ ବିକ୍ରମ ରଥ, ଦୋଳଗୋବିନ୍ଦ ପଣ୍ଡା,କାର୍ଯ୍ୟକାରୀ ସଭାପତି ସହସ୍ରାଂଶୁ ଶେଖର ମହାନ୍ତି, ପ୍ରଶାନ୍ତ କୁମାର ମହାପାତ୍ର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ଓ ଅନ୍ୟମାନଙ୍କ ମଧ୍ୟରେ ମନୋଜ ମହନ୍ତ, ମହେନ୍ଦ୍ର କୁମାର ମିଶ୍ର, ରାଜଲକ୍ଷ୍ମୀ ମହାପାତ୍ର, ପ୍ରମୋଦ ଭଞ୍ଜ, ପବିତ୍ରମୋହନ ଜେନା, ମାୟାଧର ମଲ୍ଲିକ ଓ  ଗଣମାଧ୍ୟମ ସଂଯୋଜକ ସୁନିଲ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । 

 

 

Leave A Reply

Your email address will not be published.