ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା): ଦିନକୁ ଦିନ ଯେପରି ଭାବରେ ଜଳବାୟୁରେ ପରିବର୍ତ୍ତନ ଘଟି ବାୟୁମଣ୍ଡଳର ତାପମାତ୍ରା ବଢ଼ି ଚାଲିଛି ତାହା ମାନବ ସଭ୍ୟତା ପାଇଁ ସତର୍କ ଘଣ୍ଟି ନିଶ୍ଚୟ । ତେବେ ଏହି ସଂକଟରୁ ଉଦ୍ଧାର ପାଇବାକୁ ହେଲେ ଚାରା ରୋପଣ ଦ୍ଵାରା ବୃକ୍ଷର ଅଭିବୃଦ୍ଧି ହିଁ ଗୋଟିଏ ମାଧ୍ୟମ।
ତେଣୁ ଭଞ୍ଜନଗର ସହରର ଅଗ୍ରଣୀ ଜୟ ଶ୍ରୀ ସ୍ଵେଚ୍ଛାସେବୀ ସଂଘ ଶ୍ରୀ ରଘୁନାଥ ମନ୍ଦିର ତରଫରୁ ଏକ ୧୦୮ ଚାରା ରୋପଣ କାର୍ଯ୍ୟକ୍ରମ ଆଜି ଜୁଲାଇ ମାସ ୨୧ ତାରିଖ ରବିବାର ପବିତ୍ର ଗୁରୁପୁର୍ଣ୍ଣିମା ଅବସରରେ ଅନୁଷ୍ଠିତ ହୋଇଯାଇଅଛି । ସଂଘର ସଭାପତି ଏ.ମନୋଜ କୁମାର ଓ ଉପସଭାପତି ପି.ନିଗମ ପ୍ରସାଦ ପାତ୍ର ଙ୍କ ଅଧ୍ୟକ୍ଷତାରେ ଆଜିର ମହାନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଭଞ୍ଜନଗର ବାଉଁଶଲୁଣ୍ଡି ପଞ୍ଚାୟତ ର ଚାକୁଣ୍ଡା ପଲ୍ଲୀ ଗ୍ରାମରେ ଥିବା ମାଁ ହାତିମୁଣ୍ଡା ଠାକୁରାଣୀ ମନ୍ଦିର ଜାଗା, ସତ୍ୟସାଇ ବିଦ୍ୟାଳୟ ପଛପଟ ପୋଖରୀ ହୁଡ଼ା, ଓ ମାଁ ଠିକୁରାଣୀ ମନ୍ଦିର ଶ୍ମଶାନ ଭଞ୍ଜନଗର ଠାରେ ୧୦୮ ବୃହତ୍ତମ ବୃକ୍ଷର ଚାରା ରୋପଣ କରାଯାଇଛି। ଏହି କାର୍ଯ୍ୟକ୍ରମ କୁ ସଂଘର ପରିଚାଳକ ପି. ହେମନ୍ତ କୁମାର ରାଓ ଓ ଆର୍ ବୁଟୁ ସୁଚାରୁ ରୁପେ ପରିଚାଳନା କରିଥିଲେ। ଏଥିରେ ସମ୍ପାଦକ ଲିଙ୍ଗରାଜ ନାୟକ, ସହ ସମ୍ପାଦକ ଆଶ୍ରୀବାଦ ମହାନ୍ତି, କୋଷାଧ୍ୟକ୍ଷ ପବିତ୍ର ନାୟକ, ଉପଦେଷ୍ଟା କିଶୋର ଚନ୍ଦ୍ର ବେହେରା ଙ୍କ ସହିତ ହନୁମାନ ସ୍ଵେଚ୍ଛାସେବୀ ସଂଘ ର ଅନ୍ୟାନ୍ୟ ୩୪ ଜଣ ସଦସ୍ୟ ଏଥିରେ ସହଯୋଗ କରିଥିଲେ।