ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ନିଖିଳ ଉତ୍କଳ କୂର୍ମି କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ଏକ ବୈଠକ ଆଜି ବାଉଁଶଲୁଣ୍ଡି ଠାରେ ଅନୁଷ୍ଟିତ ହୋଇଯାଇଛି। ନିଖିଳ ଉତ୍କଳ କୂର୍ମି କ୍ଷତ୍ରିୟ ପ୍ରଦେଶ ସଂସ୍ଥା (ଓଡ଼ିଶା) ତରଫରୁ ବନ୍ଧୁ ମିଳନ ଓ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ , ଭଞ୍ଜନଗରସ୍ଥ ବାଉଁଶଲୁଣ୍ଡି ପଞ୍ଚାୟତ ତରଫରୁ ସ୍ଥାନୀୟ କୁରୁମ ପେଣ୍ଠ ଠାରେ ଆଜି ଜୁଲାଇ ମାସ ୨୧ ତାରିଖ ରବିବାର ଦିନ ୧୧ ଘଣ୍ଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମ୍ନାନୀତ ଓ ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି।
ବୈଠକରେ ନବ ନିର୍ବାଚିତ କୁଳର ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏଥିସହ ବିଭିନ୍ନ ଅଞ୍ଚଳ ପକ୍ଷରୁ ମଧ୍ୟ ବିଧାୟକ ଙ୍କୁ ସମ୍ବର୍ଧନା ଦିଆଯାଇଥିଲା।
ବିଧାୟକ ଶ୍ରୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ କୁର୍ମୀ କ୍ଷତ୍ରିୟ ସଂସ୍ଥାର
ବିକାଶ ପାଇଁ ଯାହାକିଛି ସହଯୋଗ ଲୋଡ଼ା ତାହା ଆଗାମୀ ଦିନରେ ଯୋଗାଇଦିଆଯିବ। କୂଳର ଯୁବ ପ୍ରତିଭା ମାନକୁ ଆଗାମୀ ବାରୁଡ଼ା ଅଧିବେଶନରେ ସମ୍ବର୍ଦ୍ଧିତ କରାଯିବ। ଦଳୀୟ ଚିନ୍ତାଧାରାରୁ ଉର୍ଦ୍ଧରେ ରହି କୂଳର ଉନ୍ନତି ପାଇଁ ସମସ୍ତେ ମିଳିମିଶି କାମ କରିବାକୁ ଶ୍ରୀ ନାୟକ ଉପସ୍ଥିତ କର୍ମକର୍ତ୍ତା ମାନଙ୍କୁ ଆହ୍ବାନ କରିଥିଲେ। ବୈଠକରେ ଉପ ସଭାପତି କଂଗ୍ରେସ ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ସମ୍ପାଦକ ବିଶ୍ଵନାଥ ରାଉତ ବିବରଣୀ ପଠନ କରିବା ସହ ସଭାକୁ ସଂଯୋଜନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ସଙ୍ଗଠନ ସମ୍ପାଦକ ଭବାନୀ ଶଙ୍କର ପ୍ରଧାନ, ସହ ସମ୍ପାଦକ ପ୍ରଶାନ୍ତ କୁମାର ସାହୁ, କୋଷାଧ୍ୟକ୍ଷ ବିପିନ ଚନ୍ଦ୍ର ନାୟକ, ରାଷ୍ଟ୍ରୀୟ ସଦସ୍ୟ ଗଙ୍ଗାଧର ନାୟକ, ରାଷ୍ଟିୟ ସଚିବ ନେତାଜୀ ବିଷୋୟୀ, ଓ ରାଷ୍ଟିୟ ପ୍ରଚାର ପ୍ରସାର ମନ୍ତ୍ରୀ ପଠାଣୀ ଭଞ୍ଜ ପ୍ରମୁଖ ଯୋଗଦାନ କରିଥିଲେ। ଏହା ସହିତ ନିମନ୍ତ୍ରିତ ଅତିଥି ମାନଙ୍କ ମଧ୍ୟରେ ଦେବଦତ୍ତ ପ୍ରଧାନ, ଡ଼ଃ ପୁର୍ଣ୍ଣଚନ୍ଦ୍ର ପ୍ରଧାନ ଓ ପ୍ରକାଶ ଚନ୍ଦ୍ର ନାୟକ। ଉକ୍ତ ଉତ୍ସବ ରେ ବରେଣ୍ୟ ଓ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗଦାନ କରି କୂଳର ବିକାଶ କିଭଳି ହେବ ସେ ନେଇ କହିଥିଲେ। ବୈଠକରେ ରାଜ୍ୟର ବିଭିନ୍ନ ଅଞ୍ଚଳ ରୁ ଆସିଥିବା କର୍ମକର୍ତ୍ତା ଯୋଗଦାନ କରିଥିଲେ ।