ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରାଣୀବିଜ୍ଞାନ ବିଭାଗର ୬୫ତମ ପ୍ରତିଷ୍ଠା ଦିବସ ପାଳନ

5

ଛାତ୍ର ଜୀବନର ସ୍ମୃତିଚାରଣ କଲେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଓ ମନ୍ତ୍ରୀ ଡ. ମହାଲିଙ୍ଗ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାଣୀବିଜ୍ଞାନ ବିଭାଗର ୬୫ତମ ପ୍ରତିଷ୍ଠା ଦିବସ ବିଭାଗ ପରିସରରେ ପାଳିତ ହୋଇଯାଇଛିା ଏହି ଉତ୍ସବରେ ଅତିଥି ଭାବେ ଯୋଗଦେଇ ଆଇନ, ପୂର୍ତ୍ତ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ ଯେ ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦର ସଭାପତି ଭାବରେ ନିର୍ବାଚିତ ହୋଇ ସେ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲୋ ନିଜ ଛାତ୍ରଜୀବନର ସ୍ମୃତିଚାରଣ ସହ ବିଦ୍ୟାର୍ଥୀମାନଙ୍କୁ ନିଜ ଅଧ୍ୟବସାୟ ବଳରେ ପ୍ରାଣୀବିଜ୍ଞାନ ବିଭାଗର ଗୌରବକୁ ଅକ୍ଷୁଣ୍ଣ ରଖିବା ପାଇଁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଆହ୍ୱାନ ଦେଇଥିଲୋ
Imageଅନ୍ୟତମ ଅତିଥି ଭାବେ ଯୋଗଦେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ନିଜ ସଫଳତାର ଶ୍ରେୟ ଏହି ବିଭାଗକୁ ଦେବା ସହ ଏହାକୁ ଏକ ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବାକୁ ପ୍ରତିଶ୍ରୁତି ଦେଇଥିଲୋ ଓଡ଼ିଶାର ସାମଗି୍ରକ ଉନ୍ନତି ପାଇଁ ସରକାରଙ୍କ ୨୦୩୬ ଓ ୨୦୪୭ ମସିହା ପାଇଁ ରୂପରେଖ ବିଷୟରେ ପ୍ରାକ୍ ସୂଚନା ପ୍ରଦାନ କରି ଏହି ଆଭିମୁଖ୍ୟକୁ ସଫଳ କରିବା ପାଇଁ ବିଶ୍ୱବିଦ୍ୟାଳୟର ସହଯୋଗ କାମନା
କରିଥିଲୋ ବିଭାଗର ଲାଇବ୍ରେରୀ, ମୁ୍ୟଜିୟମ୍, ଲାବୋରେଟୋରୀ ଓ ନିଜର ପୁରାତନ ଶ୍ରେଣୀ କକ୍ଷକୁ ଦୁଇ ମନ୍ତ୍ରୀ ପରିଦର୍ଶନ କରିଥିଲୋ ବିଶ୍ୱବିଦ୍ୟାଳୟର ଉନ୍ନତି ପାଇଁ ସର୍ବଦା ଉଦ୍ୟମ କରିବେ ବୋଲି ସେମାନଙ୍କର ପ୍ରତିବଦ୍ଧତା ଦୋହରାଇଥିଲୋ
ପଦ୍ମଶ୍ରୀ ପ୍ରଫେସର ପ୍ରିୟମ୍ବଦା ମହାନ୍ତି ହେଜମାଦି ଓଡ଼ିଶାରେ ପ୍ରାଣୀବିଜ୍ଞାନର ସଫଳତା ବର୍ଣ୍ଣନା କରିବା ସହ ବିଭାଗର ଭବିଷ୍ୟତ କାର୍ଯ୍ୟପନ୍ଥାର ସମ୍ଭାବ୍ୟ ଦିଗଗୁଡ଼ିକ ଉପରେ ସୂଚନା ଦେଇଥିଲୋ ପ୍ରାଣୀବିଜ୍ଞାନ ବିଭାଗର ମୁଖ୍ୟ ଡ. ଗୁଣନିଧି ସାହୁ ସ୍ୱାଗତ ଭାଷଣରେ ଛାତ୍ରଛାତ୍ରୀଙ୍କ ଗବେଷଣାଲବ୍ଧ ଉପଲବ୍ଧି ସଂପର୍କରେ ବର୍ଣ୍ଣନା କରିଥିଲୋ
Imageବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ କାର୍ଯ୍ୟକ୍ରମରେ ସଭାପତିତ୍ୱ ଅଭିଭାଷଣରେ ଅତିଥିମାନେ ବିଶ୍ୱବିଦ୍ୟାଳୟକୁ ଗୌରବାନ୍ୱିତ କରିଛନ୍ତି ବୋଲି ପ୍ରକାଶ କରିଥିଲୋ ବିଶ୍ୱବିଦ୍ୟାଳୟର ସାମଗି୍ରକ ଉନ୍ନତିରେ ପ୍ରାଣୀବିଜ୍ଞାନ ବିଭାଗର ଯୋଗଦାନକୁ ସେ ଭୂୟସୀ ପ୍ରଶଂସା କରିଥିଲୋ ୨୧ ଜୁଲାଇ ୧୯୬୦ରେ ପ୍ରତିଷ୍ଠିତ ପ୍ରାଣୀବିଜ୍ଞାନ ବିଭାଗ ଇତି ମଧ୍ୟରେ ଏହାର ରୌପ୍ୟ ଓ ସୁବର୍ଣ୍ଣ ଜୟନ୍ତୀ ପାଳନ କରିସାରିଛିା ବେଙ୍ଗଫୁଲା ଓ ସାମୁଦି୍ରକ ଅଲିଭ୍ ରିଡଲେ କଇଁଛମାନଙ୍କର ଗବେଷଣା ପାଇଁ ଆନ୍ତର୍ଜାତିକ ସ୍ତରରେ ଏହି ବିଭାଗ ଖ୍ୟାତି ଅର୍ଜନ କରିଛି ବୋଲି ସେ ପ୍ରକାଶ କରିଥିଲୋ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଏବଂ ଶ୍ରୀ ହରିଚନ୍ଦନଙ୍କୁ ଉତ୍ତରୀୟ ଓ ଉପଢୌକନ ଦେଇ କୁଳପତି ଓ ପ୍ରଫେସର ହେଜମାଦୀ ସମ୍ମାନିତ କରିଥିଲୋ ପ୍ରଫେସର ପ୍ରଭାତୀ କୁମାରୀ ମହାପାତ୍ର ଧାନ୍ୟବାଦ ଅର୍ପଣ କରିଥିଲୋ

Leave A Reply

Your email address will not be published.