ଗୁଣୁପୁର ପୋଲିସ ର ସଫଳତା, ବାଇକ ଚୋରି ଘଟଣାର ପର୍ଦ୍ଦାଫାସ ୨ ନାବାଳକ ସହ ମୁଖ୍ୟ ଅଭିଯୁକ୍ତ ଗିରଫ ୪ ବାଇକ ଜବତ।

5

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ରାୟଗଡା ଜିଲ୍ଲା ଗୁଣୁପୁର ସହର ରେ କିଛି ଦିନ ପୂର୍ବରୁ କିଛି ବାଇକ୍ ଚୋରି ଅଭିଯୋଗ ହୋଇଥିଲା। ଗୁଣୁପୁର ପୁଲିସ ଏହି ବାଇକ ଚୋରି ଘଟଣାର ପର୍ଦ୍ଦାଫାସ କରିଛି । ପୁଲିସର ସୂଚନା ଅନୁଯାୟୀ ଗୁଣୁପୁର ଆମ୍ବେଦକର ନଗର ର କୁନାଲ ମିଶାଲ ନାମକ ଜଣେ ଯୁବକ ଓ ଦୁଇ ଜଣ ନାବାଳକ ବିଭିନ୍ନ ସ୍ଥାନରୁ ବାଇକ ଚୋରି କରିବା ଘଟଣାରେ ସଂପୃକ୍ତ ଥିଲେ । ବିଶାଖାପାଟଣା, ପାରଳାଖେମୁଣ୍ଡି ଓ ଗୁଣୁପୁର ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ନିକଟ,ଲକ୍ଷ୍ମଣ ଢେପ, ଗୁଣୁପୁର ପ୍ରଭୃତି ସ୍ଥାନରୁ ବିଭିନ୍ନ ପ୍ରକାରର ମଟର ସାଇକେଲ ଚୋରି କରିଥିଲେ । ମଟର ସାଇକେଲ ଚୋରି କରି ବେଆଇନ ଭାବେ ବିକ୍ରି କରୁଥିବା ଏମାନଙ୍କ ବୃତ୍ତି ହୋଇ ଯାଇଥିଲା । ଗୁଣୁପୁର ପୁଲିସ ପକ୍ଷରୁ ଅଭିଯୋଗ ପାଇବା ପରେ ଏକ ସ୍ୱତନ୍ତ୍ର ସ୍ୱ।ର୍ଡ଼ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରି ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ସହ ଚୋରି ହୋଇଥିବା ଚାରୋଟି ବାଇକ ଉଦ୍ଧାର କରିଛି ଓ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଗୁଣୁପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ ବାବୁଲି ନାୟକ, ଥାନା ଅଧିକାରୀ ଉତ୍ତମ କୁମାର ସାହୁ ଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ମାନେ ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ ।

 

Leave A Reply

Your email address will not be published.