– ବେଆଇନ୍ କରତ କଳ ଉପରେ ଚଢ଼ାଉ ପରେ ଯନ୍ତ୍ରାଂଶ ସହ କାଠ ଜବତ୍।

5

ବାସୁଦେବପୁର: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ବାରାପୁର ଗ୍ରାମ ରେ ଥିବା ଏକ ବେଆଇନ କରତ କଳ ଉପରେ ଚଢାଉ । ସୂଚନା ଅନୁଯାୟୀ ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତି ରେ ଭଦ୍ରକ ରେଞ୍ଜର ପିତାମ୍ବର ନାୟକ ଙ୍କ ସହିତ ବାସୁଦେବପୁର ବନ ବିଭାଗ ର ସମସ୍ତ କର୍ମଚାରୀ ସହ ପୋଲିସ ବିଭାଗ ର ମିଳିତ ଚଢଉ କରି କରତ କଳର କିଛି ଯନ୍ତ୍ରାଂଶ ସହିତ ୧୦୦ ସିପ୍ଟ କାଠ ଜବତ୍ କରାଯାଇଛି , ଜବତ ସାମଗ୍ରୀ ର ମୂଲ୍ୟ ଆନୁମାନିକ ଅଢେଇ ଲକ୍ଷ ଟଙ୍କା ହେବ ବୋଲି ବାସୁଦେବପୁର ବନବିଭାଗ ର ଡେପୁଟି ରେଞ୍ଜର କପିଳେନ୍ଦ୍ର ପ୍ରଧାନ ଗଣମାଧ୍ୟମ ପ୍ରତିନିଧି ଙ୍କୁ ସୂଚନା ଦେଇଛନ୍ତି। ଉକ୍ତ ଚଢ଼ାଉ ରେ କେହି ଗିରଫ ହୋଇ ନଥିବା ବେଳେ କରତ କଳ ଅବସ୍ଥାପିତ ହୋଇଥିବା ଜମିର ମାଲିକଙ୍କ ନାମରେ କେଶ୍ ହୋଇଥିବା କହିଛନ୍ତି ଡେପୁଟି ରେଞ୍ଜର କପିଳେନ୍ଦ୍ର ପ୍ରଧାନ।

Leave A Reply

Your email address will not be published.