ରାଜ୍ୟ ଭିନ୍ନକ୍ଷମ ଅୟୁକ୍ତ ଓଡ଼ିଶାଙ୍କ ଅଦାଲତ ଶିବିର ଅନୁଷ୍ଠିତ

6

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ଓଡ଼ିଶା ଓ ଜିଲ୍ଲାପ୍ରଶାସନ ମିଳିତ ଆନୁକୂଲ୍ୟରେ ଭିନ୍ନକ୍ଷମ ଅଦାଲତ ଶିବିର ଅନୁଷ୍ଠିତ ହୋଇଯାଇଛି।
ଏହି ଶିବିରରେ ଶ୍ରୀମତୀ ବ୍ରତତୀ ହରୀଚନ୍ଦନ , ଅଧ୍ୟକ୍ଷ , ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ସାହୁ , ଓଏସଡି. ଭିନ୍ନକ୍ଷମ ବିଭାଗ , ଭୁବନେଶ୍ୱର , ଶ୍ରୀ ସନ୍ତୋଷ କୁମାର ନାୟକ , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗଜପତି , ଶ୍ରୀ ସୁରେନ୍ଦ୍ର ବରାଳ , କାଉନସିଲର , ରାଜ୍ୟ ଭିନ୍ନକ୍ଷମ ବିଭାଗ ଓଡ଼ିଶା ପ୍ରମୁଖ ଉପସ୍ଥିତ ରହି ସମସ୍ତ କେଶକୁ ଶୁଣାଣି କରିଥିଲେ।
ଆଜି ଗଜପତି ଜିଲ୍ଲାରେ ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତଙ୍କ ଅଦାଲତ ଶିବିରରେ ୨୧ ଗୋଟି ଅଭିଯୋଗ କେଶ ଶୁଣାଣି ମଧ୍ୟରୁ ୧୭ ଅଭିଯୋଗକାରୀ ଉପସ୍ଥିତ ଥିଲେ। ସେଥି ମଧ୍ୟରୁ ୪ ଗୋଟି ଅଭିଯୋଗକୁ ତୁରନ୍ତ ଫୌସଲା କରାଯାଇ ସମାଧାନ କରାଯାଇଛି ଓ ୫ ଗୋଟି ନୂତନ ଅଭିଯୋଗ ଗ୍ରହଣ କରାଯାଇଛି , ସେଥିମଧ୍ୟରୁ ଦୁଇଜଣଙ୍କୁ ହୁଇଲ୍ ଚେୟାର ଓ ୩ ଜଣଙ୍କୁ ଟ୍ରାଏ ସାଇକେଲ ପ୍ରଧାନ କରାଯାଇଛି।
ରାଜ୍ୟ ସରକାର ସମାଜରେ ଭିନ୍ନକ୍ଷମ ଜନ ସାଧାରଣଙ୍କୁ ଅଧିକାରକୁ ଅଧିକ ଗୁରୁତ୍ୱ ଦେଉଛନ୍ତି , ସେମାନଙ୍କୁ ଯଥା ସମ୍ଭବ ସବୁ କାର୍ଯ୍ୟରେ ଯୋଗଦାନ କରିବାର ଅଧିକାର ଦେବା ଆମ ସମାଜର ପ୍ରଥମ କର୍ତ୍ତବ୍ୟ। ଭିନ୍ନକ୍ଷମ ମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ଓ ନ୍ୟାୟ ଯୋଗାଇଦେବା ନିମନ୍ତେ ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ଗଠନ କରାଯାଇଛି। ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଭିନ୍ନକ୍ଷମ ଭାଇ ଭଉଣୀ ମାନଙ୍କୁ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାକୁ ତ୍ବରିତ୍ ଯୋଗେଇ ଦେବା ନିମନ୍ତେ ତପ୍ତରତା ସହ କାର୍ଯ୍ୟ କରି ଆସୁଛି। ବିଶେଷକରି ଭିନ୍ନକ୍ଷମ ଅଧିକାରକୁ ସୁରକ୍ଷିତ ରଖିବାପାଇଁ ସେମାନଙ୍କ ସାମାଜିକ , ଅର୍ଥନୈତିକ , ଶିକ୍ଷା , ସ୍ୱାସ୍ଥ୍ୟ କିଭଳି ସୁଦୃଢ ରହିବ ସେଥିପାଇଁ ରାଜ୍ୟ ସରକାର ଭିନ୍ନକ୍ଷମ ଅଧିକ ଗୁରୁତ୍ୱ ଦେଉଛନ୍ତି ବୋଲି ରାଜ୍ୟ ଭିନ୍ନକ୍ଷମ ଆୟୋଗର ଅଧ୍ୟକ୍ଷା କହିଥିଲେ।
ଆଜିର ଭିନ୍ନକ୍ଷମ ଅଭିଯୋଗ ଶୁଣାଣି ଶିବିରରେ ଶ୍ରୀ ଲୋକନାଥ ଶବର , ଗୋଷ୍ଠୀ ଉନ୍ନୟନ ଅଧିକାରୀ ନୂଆଗଡ , ଶ୍ରୀ ଡ଼ମ୍ବୁରୁଧର ମଲ୍ଲିକ , ଗୋଷ୍ଠୀ ଉନ୍ନୟନ ଅଧିକାରୀ , କାଶୀନଗର , ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ଉତ୍ସର୍ଗିତା ବଡରଇତ , ଶ୍ରୀ ତୁଷାର ହେମ୍ବ୍ରମ , ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଗଜପତି ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଓ ବିଭାଗୀୟ ସମସ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.