ପଦ୍ମପୁର :ସୌରା ଆମ୍ବକୁଲା ନିକଟ ଜଙ୍ଗଲରୁ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

5

 ପୋଲିସ ତନାଘନା,ପରିବାର ଲୋକ କହିଲେ ବିଷାକ୍ତ ପାଣି ଦେଇ ମାରିଥିବା ଅଭିଯୋଗ

ପଦ୍ମପୁର :୨୦/୭:- ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଅଞ୍ଚଳର ସୌରା ଆମ୍ଭାକୁଲା ରାସ୍ତା ନିକଟ ଜଙ୍ଗଲରୁ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରିଛି ପଦ୍ମପୁର ପୋଲିସ । ମୃତକ ଜଣକ ହେଲେ କେନ୍ଦୁଗୁଡ଼ା ନିକଟ ନନ୍ଦରାମପୁର ଗ୍ରାମର ନହୋସନ ପ୍ରଧାନ।ବୟସ ପାଖାପାଖି ୬୦ ଅଟେ ।ଶନିବାର ସକାଳୁ ପୋଲିସ ଖବର ପାଇ ପରିବାର ଲୋକଙ୍କୁ ଜଣାଇ ଥିଲେ।ପରିବାର ଲୋକ ଆସି ଚିହ୍ନଟ କରିବା ପରେ ଏହା ଏକ ସୂପରି କଳ୍ପିତ ହତ୍ୟାକାଣ୍ଡ ବୋଲି ପୁଅ ,ଜୋଇଁ ଅଭିଯୋଗ କରିଛନ୍ତି ।ପରିବାର ଲୋକ କହିବା ଅନୁସାରେ ଶୁକ୍ରବାର ସକାଳ ୧୧ ଟାରୁ ନିଜ ମୋଟର ସାଇକେଲ ଧରି କୁଆଡେ ଯାଇଥିଲେ ।ଆଉ ସନ୍ଧ୍ୟା ବେଳକୁ ଘରକୁ ଫେରିନଥିଲେ ।ଫଳରେ ପରିବାର ଲୋକ ବର୍ଷା ରାତିରେ ଆଖ ପାଖ ଗାଁ ନିଜ ବନ୍ଧୁ ବାନ୍ଧବଙ୍କ ଘରକୁ ପଚାରି ବହୁ ଖୋଜା ଖୋଜି କରିଥିଲେ।କିନ୍ତୁ କିଛି ପତା ମିଳି ନ ଥିଲା।ଶନିବାର ସକାଳୁ ସୌରା ଆମ୍ଭାକୁଲା ରାସ୍ତାକୁ ଲାଗି ଏକ ଜଙ୍ଗଲରୁ ତାଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ଜଣା ପଡ଼ିଥିଲା।ପୋଲିସ ତାଙ୍କ ଫୋଟ ଓ ବାଇକ୍ ପରିବାରକୁ ଦେଖାଇ ଚିହ୍ନଟ କରାଇଥିଲେ।
ତେବେ ଖବର ପାଇଁ ପରିବାର ଲୋକ ଏବଂ ତାଙ୍କ ପ୍ରିୟଜନ ମାନେ ସୌରା ଆମ୍ଭକୁଲା ଜଙ୍ଗଲ ନିକଟକୁ ଆସି ଦେଖି ନହୋସନଙ୍କୁ ଚିହ୍ନଟ କରିଥିଲେ।ତାଙ୍କ ଦେହ ଖୋଲାଥିବା ବେଳେ ନାକ ପାଟିରୁ ରକ୍ତସ୍ରାବ ହେଉଥିଲା। ଯେଉଁ ଠାରେ ସେ ପଡ଼ିଥିଲେ ପାଖାପାଖି ରାସ୍ତାରୁ ବାଇକ୍ ଶହେ ମିଟର ଦୂରରେ ଛିଡ଼ା ହୋଇଥିଲା।ଏହା ଏକ ସୁପରକଳ୍ପିତ ହତ୍ୟାକାଣ୍ଡ ବୋଲି ପୋଲିସକୁ ଅଭିଯୋଗ କରିଥିଲେ।କେହି ଦୁବୃର୍ତ୍ତ ମାନେ ତାଙ୍କୁ ଡାକି କେହି ପାଣିରେ ବିଷାକ୍ତ ଦ୍ରବ୍ୟ ଦେଇଥିବା ଅଭିଯୋଗ କରିଥିଲେ ପରିବାର ଲୋକେ।ଏପଟେ ପଦ୍ମପୁର ପୋଲିସ ଥାନାରେ କେସ ନମ୍ବର ୪/୨୦୨୪ ରେ ମାମଲା ରୁଜୁ କରି ଶବକୁ ଜବତ କରି ସାଇଣ୍ଟଫିକ ଟିମ୍ ଆସି ତଦନ୍ତ ଆରମ୍ଭ କରିଥିଲା।ପରେ ଶବ ବ୍ୟବଚ୍ଛେଦ ପାଇଁ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠେଇ ତଦନ୍ତ ଆରମ୍ଭ କରିଛି ପୋଲିସ।ଏହି ରିପୋର୍ଟ ଆସିଲେ ସବୁ ଜଣା ପଡ଼ିବ ବୋଲି ପୋଲିସ କହିଛି।ଏହି ସମୟରେ ପଦ୍ମପୁର ଆଇଆଇସି ରଞ୍ଜନ କୁମାର ମାଝି,ଏସ .ଆଇ ଛବିନ୍ଦ୍ର ସେଠୀ ଏବଂ କେନ୍ଦୁଗୁଡା ଫାଣ୍ଡି ଅଧିକାରୀ ଜଝକେତନ ସାହୁ ଏବଂ ତାଙ୍କ ଟିମ୍ ଉପସ୍ଥିତ ରହିଥିଲେ।ଏହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ ହେଉ,କିଏ ଏବଂ କେଉଁ ମାନେ ତାକୁ ଡାକି ନେଇ ହତ୍ୟା କରିଛନ୍ତି ଏହାର ପରଦା ଫାସ କରିବାକୁ ପୋଲିସକୁ ନିବେଦନ କରିଛନ୍ତି ପରିବାର ଲୋକେ। ନହୋସନ ପ୍ରଧାନ ଜଣେ ଖିଷ୍ଟାଲମ୍ଭି ପାଷ୍ଟେର ଥିଲେ।ତାଙ୍କୁ କିଏ ମାରିଲା ଏହାର ତଦନ୍ତ ହେଉ ବୋଲି ପରିବାର ଲୋକେ ସୂଚନା ଦେଇଛନ୍ତି ।

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି

Leave A Reply

Your email address will not be published.