ତେନ୍ତୁଳିଖୁଣ୍ଟି :ନବରଙ୍ଗପୁର, ଅଶୋକ ସାହୁ, ଶାସକ ପ୍ରଶାସକ 19/07/24.ତେନ୍ତୁଳିଖୁଣ୍ଟି ବ୍ଲକ ର ପଞ୍ଚାୟତ ସମିତି ର ସଭା ଗୃହ ଗୃହ ଠାରେ ବ୍ଲକ ଅଧକ୍ଷା ନିଁଳେନ୍ଦ୍ରି ନାୟକ ଙ୍କ ଅଧ୍ୟକ୍ଷତା ରେ ପଞ୍ଚୟତ ସମିତି ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ! ବି,ଡି,ଓ ମନୋଜ କୁମାର ପାଣିଗ୍ରାହୀ ପ୍ରଥମେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ! ବୈଠକ ରେ ନବରଙ୍ଗପୁର ବିଧାୟକ ଶ୍ରୀ,ଗୌରୀ ଶଙ୍କର ମାଝି ମଂଚାସୀନ ରହି ପାରମ୍ପରିକ ଢଙ୍ଗରେ ପୂର୍ବରୁ ଚାଲିଥିବା ପଞ୍ଚୟତ ସମିତି ବୈଠକ ରେ ପରିବର୍ତନ ଆଣିବା ଆବଶ୍ୟକ ବୋଲି କହିଥିଲେ ! ପୂର୍ବ ବୈଠକ ର ବିବରଣୀ ପଠନ ସହ ଚଳିତ ବୈଠକରେ ଆଲୋଚନା କରି ପରବର୍ତୀ ସମୟରେ ତାହାକୁ ଅନୁକରଣ ନକରିବା ପରମ୍ପରା ରେ ସୁଧାର ଆସିବା ଦରକାର ବୋଲି ବିଧାୟକ ଶ୍ରୀ ମାଝି ପ୍ରକାଶ କରିଛନ୍ତି ! ନବରଙ୍ଗପୁର ଜିଲ୍ଲା ପରିଷଦ ଅଧକ୍ଷ ,ମତିରାମ ନାୟକ,ଉପାଧକ୍ଷା ରାଜେନ୍ଦ୍ର ବିଷୋୟୀ, ଜିଲ୍ଲା ପରିଷଦ ସଭ୍ୟ ରତିକାନ୍ତ ପଣ୍ଡା,ଜିଲ୍ଲା ପରିଷଦ, ସଭ୍ୟା କ୍ରିଷ୍ଣା ମଞ୍ଜୁରୀ ବିଷୋୟୀ,ଭାରପ୍ରାପ୍ତ ତହସିଲଦାର ସିମାଞ୍ଚଳ ପାତ୍ର,ସହକାରୀ ନିର୍ବାହୀ ଯନ୍ତ୍ରୀ ଶଙ୍କର ବୁଡ଼େକ ପ୍ରମୁଖ ମଂଚାସୀନ ଥିଲେ ! ଗ୍ରାମ ପଞ୍ଚୟତ ସମ୍ପ୍ରସାରଣ ଅଧିକାରୀ ରାଧାକାନ୍ତ ରଣା ପୂର୍ବ ବୈଠକ ର ବିବରଣୀ ପାଠ କରିଥିଲେ ! ପ୍ରଥମେ ସ୍ୱାସ୍ଥ୍ୟ ସମ୍ପର୍କିତ ବିଷୟରେ ଆଲୋଚନା ହୋଇଥିଲା ! ତେନ୍ତୁଳିଖୁଣ୍ଟି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଅଧକ୍ଷ ଡା ସୋମଲାଇ ପ୍ରସାଦ ପଣ୍ଡା ସ୍ୱାସ୍ଥ୍ୟ ସେବା ସମ୍ପର୍କ ରେ ସୂଚନା ଦେଇଥିଲେ ! ତେବେ ପଣସ ପଦର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରବିବାର ଦିନ ଖୋଲା ହେଉନଥିବା ଦିଗୀ ପଂଚାୟତ ସରପଞ୍ଚ କିଶୋର ନାୟକ ଅଭିଯୋଗ କରିଥିଲେ ! ସେହିପରି ପୂର୍ବ ବୈଠକ ରେ ତେନ୍ତୁଳିଖୁଣ୍ଟି ଠାରେ ଏକ ଶବ ବ୍ୟବଛେଦ ଗୃହ ନିର୍ମାଣ ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲେ ହେଁ ଏଯାବତ କାହିଁକି କାର୍ଯ୍ୟକାରୀ ହୋଇନି ଏବଂ ସ୍ୱାସ୍ଥ୍ୟ ବିଭାଗ କିଭଳି ପଦକ୍ଷେପ ଗ୍ରହଣ କରୁଛି ବୋଲି ବିଧାୟକ ଶ୍ରୀ ମାଝି ପ୍ରଶ୍ନ କରିଥିଲେ ! ତେନ୍ତୁଳିଖୁଣ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ନିର୍ମାଣଧୀନ ଚକ୍ଷୁ ୱାର୍ଡ ଗୃହ କାର୍ଯ୍ୟ ଅତ୍ୟନ୍ତ ନିମ୍ନ ମାନର ହୋଇଥିବା ସାଂସଦ ପ୍ରତିନିଧି ତଥା ଜିଲ୍ଲା ବିଜେପି ସଭାପତି ଜଗଦୀଶ ଚନ୍ଦ୍ର ବିଷୋୟୀ ଅଭିଯୋଗ କରିବା ସହ ଠିକାଦାର ଙ୍କ ପ୍ରାପ୍ୟ ସ୍ଥଗିତ ରଖିବାକୁ କହିଥିଲେ ! ପାତ୍ରପୁଟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ରହୁନଥିବା ପାତ୍ରପୁଟ ସରପଞ୍ଚ ଶିବାନନ୍ଦ ପ୍ରଧାନୀ ଅଭିଯୋଗ କରିଥିଲେ ! ବୈଠକ ରେ ଶିକ୍ଷା,କୃଷି,ଉଦ୍ୟାନ ବିଭାଗ,ଉନ୍ନୟନ,ପଶୁ ସମ୍ପଦ,ସାଧାରଣ ବଣ୍ଟନ, ସୋମବାୟ,ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ,ମୃତିକା ସଂରକ୍ଷଣ,ରାଜସ୍ବ ବିଭାଗ,ପାନୀୟ ଜଳ ଆଦି ବିଷୟରେ ଆଲୋଚନା ହୋଇଥିଲା ! ପଞ୍ଚୟତ ସମିତି ବୈଠକ ରେ ଗୃହୀତ ପ୍ରସ୍ତାବ ପରବର୍ତୀ ସମୟରେ କାର୍ଯ୍ୟକାରୀ ହେଉନଥିବା ଝରିଗୁମ୍ମା ସରପଞ୍ଚ ମନମୋହନ ଦଳପତି ଅଭିଯୋଗ କରିଥିଲେ ! ସେହିପରି ନିୟମିତ ବ୍ୟବଧାନ ରେ ପଞ୍ଚାୟତ ସମିତି ବୈଠକ ଆୟୋଜନ କରିବା ପାଇଁ ଗୌଡ଼ ଦେୟପାଲି ସମିତି ସଭ୍ୟ ସୁଧୀର ଖୁରା ମତ ରଖିବା ସହ ଆବାସ ଗୃହ ନିର୍ମାଣ ପାଇଁ ବାଲି ପଥର ଆଣୁଥିବା ହିତାଧିକାରୀ ଙ୍କ ଉପରେ ଜରିମାନା ଆଦାୟ କୁ ବନ୍ଦ କରିବା ନିମନ୍ତେ ପ୍ରକାଶ କରିଥିଲେ ! ମଞ୍ଚା ଗାଁ ସମିତି ସଭ୍ୟା ,ଅଧିକାଂଶ ଲାଇନ ଡିପାର୍ଟମେଣ୍ଟ ର ଅଧିକାରୀ ମାନେ ପଞ୍ଚୟତ ସମିତି ବୈଠକ ରେ ଉପସ୍ଥିତ ରହୁନଥିବା ଯୋଗୁଁ ପୁ୍ଖାନୁପୁଙ୍ଖ ଆଲୋଚନା ହୋଇ ପାରୁନଥିବା ଅଭିଯୋଗ କରିଥିଲେ ! ଓ ପ୍ରତ୍ୟେକ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକ ଲୋକ ପ୍ରତିନିଧି ମାନେ ଜାଣିବା ଜୁରୁରୀ ପ୍ରକାଶ କରିଥିଲେ ।
Sign in
Sign in
Recover your password.
A password will be e-mailed to you.