ସହକାରୀ ଶିକ୍ଷକ ସ୍ବର୍ଗତ ବିଦ୍ୟାଧର ବୈଦ୍ୟଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ

6

ଶାସକ ପ୍ରଶାସକ/ ଖଲ୍ଲିକୋଟ ରୁ ଶିବରାମ ଜେନା :ଖଲ୍ଲିକୋଟ ବ୍ଳକ୍ ଅନ୍ତର୍ଗତ କେଶପୁର ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ବିଦ୍ୟାଧର ବୈଦ୍ୟଙ୍କ ବ୍ରେନ୍ ଷ୍ଟ୍ରୋକ୍ ରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସ୍ବର୍ଗତ ବିଦ୍ୟାଧର ବୈଦ୍ୟ ଉକ୍ତ ବିଦ୍ୟାଳୟ ରେ ୨୦୦୬ ମସିହାରୁ ଏପର୍ଯ୍ୟନ୍ତ କାର୍ଯ୍ୟ ନିର୍ବାହ କରିଥିଲେ। ସେ ଜଣେ ସରଳ,
ନିଷ୍ଠାପର, ପରୋପକାରୀ ତଥା ପରିବେଶ ପ୍ରେମୀ,ଓ ରାଜ୍ୟସ୍ତରୀୟ ଚେସ୍ ଖେଳାଳି ରୂପେ ବେଶ୍ ପରିଚିତ ଥିଲେ। ଆଧ୍ୟାତ୍ମିକ, ପୌରାଣିକ,ଓ ଐତିହାସିକ କ୍ଷେତ୍ରରେ ତାଙ୍କର ଗଭୀର ପାଣ୍ଡିତ୍ୟ ଅର୍ଜ୍ଜନ କରିଥିଲେ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଶିକ୍ଷକତା ସମୟରେ ଛାତ୍ର ଛାତ୍ରୀଙ୍କ ପ୍ରତି ତାଙ୍କର ଅମାପ ଭଲପାଇବା ଏବଂ ସହକର୍ମୀ ମାନଙ୍କୁ ସହଯୋଗ କରିବାରେ ସଫଳତା ହାସଲ ଦିଗରେ କଳନା କରାଯାଇପାରିନାହିଁ।
ଆଜି ସ୍ଥାନୀୟ କେଶପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ପ୍ରଧାନ ଶିକ୍ଷକ ତଥା ଛାତ୍ରଛାତ୍ରୀ ମାନେ ସମବେତ ହୋଇ ସ୍ବର୍ଗତ ବିଦ୍ୟାଧର ବୈଦ୍ୟ ଙ୍କ ଉଦ୍ଦେଶ୍ୟରେ ଶୋକସଭାରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

 

Leave A Reply

Your email address will not be published.