ବ୍ୟବସାୟୀକ ସୁଯୋଗର ବିଭିନ୍ନ ଆହ୍ବାନ ଓ ଅନୁସନ୍ଧାନ ଉପରେ ଗୁରୁତ୍ୱ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଆଜି ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟ ଗୁଣୁପୁର ଆନୂକୁଲରେ ପ୍ରଥମ ଥର ପାଇଁ ସର୍ବ ଓଡ଼ିଶା ଅନୁସୁଚିତ ଜାତି ଓ ଉପଜାତି ବାଣିଜ୍ୟ ଓ ଶିଳ୍ପ ସଂଗଠନ ତରଫରୁ ଭାରତ ସରକାରଙ୍କ ‘ଖାଦ୍ୟ ପ୍ରକ୍ରିୟାକରଣ ଏବଂ ଶିଳ୍ପ ମନ୍ତ୍ରଣାଳୟ’ ଦ୍ଵାରା ପ୍ରାୟୋଜିତ ‘ରାୟଗଡ଼ା ଖାଦ୍ୟ ପ୍ରକ୍ରିୟାକରଣ ସମ୍ମିଳନୀ’ ଉଦଘାଟିତ ହୋଇଯାଇଛି। ଏହି ଉଦ୍ଘାଟନୀ ସମ୍ମିଳନୀରେ, ଓ.ଏସ୍.ସିଆ.ଇ ର ସଭାପତି ଶ୍ରୀ ସାଧୁ ଛତ୍ରିୟ ସ୍ବାଗତ ଭାଷଣ ଦେଇଥିଲେ। ଗୁଣୁପୁର ଉପଜିଲ୍ଲାପାଳ କିରଣ୍ ଦୀପ୍ କୌର ସାହୋଟା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖାଦ୍ୟ ପ୍ରକିୟାକରଣ ବିଷୟରେ ଅଧିକ ଜ୍ଞାନ ଅର୍ଜନ କରିବା ନିମନ୍ତେ ଆହ୍ବାନ ଦେଇଥିଲେ। ଵିଶ୍ଵବିଦ୍ୟାଳୟର ଉପସଭାପତି ଡ଼ଃ ଚନ୍ଦ୍ରଧ୍ବଜ ପଣ୍ଡା ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଖାଦ୍ୟ ପ୍ରକ୍ରିୟାକରଣରେ ସମସ୍ତ ସୁଯୋଗର ଉପଲବ୍ଧି କରି ଉଦ୍ୟୋଗୀ ହେବା ପାଇଁ ମତବ୍ୟକ୍ତ କରିଥିଲେ। କୁଳପତି ଡ଼. ଏ ଭି ଏନ୍ ଏଲ୍ ଶର୍ମା , ନୁଆଦିଲ୍ଲୀ ସ୍ଥିତ ଭାରତ ସରକାରଙ୍କ ଦୁଗ୍ଧ ଏବଂ ପଶୁପାଳନ ମନ୍ତ୍ରାଳୟର ଅବସରପ୍ରାପ୍ତ ଡେପୁଟି କମିଶନର ଡ. ବାସୁଦେବ ସୁନାନୀ ,ରାୟଗଡ଼ା ସ୍ଥିତ ମୃତ୍ତିକା ସଂରକ୍ଷଣ ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକ ଡ଼ଃ ଦୟାନିଧି ବାଗ,ରାୟଗଡ଼ା ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ବିଜୟ କୁମାର ସାହୁ ଯୋଗ ଦେଇ ଗୁଣାତ୍ମକ ଉତ୍ପାଦନ ସହ ଏହି କ୍ଷେତ୍ର ରେ ଆତ୍ମନିର୍ଭର ହେବା ପାଇଁ ମତ ରଖିଥିଲେ।ସର୍ବ ଓଡ଼ିଶା ଅନୁସୁଚିତ ଜାତି ଓ ଉପଜାତି ବାଣିଜ୍ୟ ଓ ଶିଳ୍ପର ଉପଦେଷ୍ଟା ଶ୍ରୀ ବରୁଣ ଯାଦବ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅଧ୍ୟାପିକା ବି ପ୍ରିୟଙ୍କା ପାତ୍ର ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ଖାଦ୍ୟ ପ୍ରକ୍ରିୟାକରଣ ସମ୍ବନ୍ଧିତ ବିଭିନ୍ନ ବିଷୟରେ ବକ୍ତାମାନେ ଆଲୋଚନା କରିଥିଲେ।ଏହି ସମ୍ମିଳନୀରେ ଜିଲ୍ଲାର ବିଭିନ୍ନ ଉଦ୍ୟୋଗୀଙ୍କ ସହ ବିଶ୍ଵବିଦ୍ୟାଳୟର ବିଭାଗର ମୁଖ୍ୟ, ଅଧ୍ୟାପକ , ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।ଏହି ସମ୍ମିଳନୀ କୁ ଡ. ପ୍ରତିଭା କର, ରାଧାନାଥ ପାତ୍ର ପରିଚାଳନା କରିଥିଲେ।