ବରଗଡ଼ ଜିଲ୍ଲାରେ ଷଷ୍ଠ ଜିଲ୍ଲା ପରିଷଦର ପଞ୍ଚମ ବୈଠକ ଅନୁଷ୍ଠିତ।

6

ବରଗଡ଼ :- ବରଗଡ଼ରେ ଷଷ୍ଠ ଜିଲ୍ଲା ପରିଷଦର ୫ମ ବୈଠକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆଜି ପୂର୍ବାହ୍ନରେ ମାନ୍ୟବର ସାଂସଦ ବରଗଡ଼ ଲୋକସଭା ମଣ୍ଡଳୀ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଜିଲ୍ଲାପାଳ ବରଗଡ଼ ଶ୍ରୀଯୁକ୍ତ ଆଦିତ୍ୟ ଗୋୟଲ, ମାନ୍ୟବର ବିଧାୟକ ବରଗଡ଼ ଶ୍ରୀଯୁକ୍ତ ଅଶ୍ବିନୀ କୁମାର ଷଡଙ୍ଗୀ, ମାନ୍ୟବର ବିଧାୟକ ଅତାବିରା ଶ୍ରୀଯୁକ୍ତ ନିହାର ରଞ୍ଜନ ମହାନନ୍ଦ, ମାନ୍ୟବର ବିଧୟିକା ପଦ୍ମପୁର ଶ୍ରୀମତୀ ବର୍ଷା ସିଂ ବରିହା, ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସନତ କୁମାର ଗଡ଼ତିଆ, ମାନ୍ୟବର ବିଧାୟକ ଭଟଲି ଶ୍ରୀଯୁକ୍ତ ଇରାଶିଷ ଆଚାର୍ଯ୍ୟ, ମାନ୍ୟବର ଅଧ୍ୟକ୍ଷା ଜିଲ୍ଲା ପରିଷଦ ବରଗଡ଼ ଶ୍ରୀମତୀ ମାନିନୀ ଭୋଇ, ଉପାଧ୍ୟକ୍ଷ ଶ୍ରୀଯୁକ୍ତ ମୋହନ ଲୁହା, ପଞ୍ଚାଯତ ସମିତି ଅଧ୍ୟକ୍ଷ ଓ ଅଧ୍ୟକ୍ଷା, ଜିଲ୍ଲା ପରିଷଦର ସଭ୍ୟ ଓ ସଭ୍ୟା, ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଓ ବିଭିନ୍ନ ବିଭାଗର ଅଧିକାରୀଗଣ ଯୋଗ ଦେଇଥିଲେ। ମାନ୍ୟବର ବିଧାୟକ ବରଗଡ଼ ଶ୍ରୀଯୁକ୍ତ ଅଶ୍ବିନୀ କୁମାର ଷଡଙ୍ଗୀ ବୈଠକର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ମାନ୍ୟବର ଅଧ୍ୟକ୍ଷା ଜିଲ୍ଲା ପରିଷଦ ବରଗଡ଼ ଶ୍ରୀମତୀ ମାନିନୀ ଭୋଇ ଉପସ୍ଥିତ ସମସ୍ତ ଅଧିକାରୀଙ୍କୁ ସ୍ଵାଗତ କରିଥିଲେ। ମାନ୍ୟବର ସାଂସଦ ବରଗଡ଼ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କର କାର୍ଯ୍ୟଦକ୍ଷତା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ସରକାରୀ କାର୍ଯ୍ୟକାରୀମାନେ ଚାପଗ୍ରସ୍ତ ନ ହୋଇ କାର୍ଯ୍ୟ ସମ୍ପାଦନ କରିବା ପାଇଁ ଉପସ୍ଥିତ ଅଧିକାରୀଙ୍କୁ ମାନ୍ୟବର ବିଧାୟକ ବରଗଡ଼ ଶ୍ରୀଯୁକ୍ତ ଅଶ୍ବିନୀ କୁମାର ଷଡଙ୍ଗୀ ନିଜ ବକ୍ତବ୍ୟରେ କହିଥିଲେ। ସାମୁହିକ ଭାବରେ କାର୍ଯ୍ୟକଲେ ବରଗଡ ଜିଲ୍ଲାର ଉନ୍ନତି ହୋଇପାରିବ ବୋଲି ବକ୍ତବ୍ୟରେ ପ୍ରକାଶ କରିଥିଲେ। ମାନ୍ୟବର ବିଧାୟକ ପଦ୍ମପୁର ଶ୍ରୀମତୀ ବର୍ଷା ସିଂ ବରିହା, ଅଧିକାରୀମାନେ ଚାପଗ୍ରସ୍ତ ହୋଇ କାର୍ଯ୍ୟ ନ କରିବା ପାଇଁ ପରାମର୍ଶ ଦେଇଥିଲେ।
କୃଷି ବିଭାଗର କାର୍ଯ୍ୟ ସମୀକ୍ଷା ବେଳେ, ଜିଲ୍ଲା କୃଷି ଅଧିକାରୀ ବରଗଡ, ଚାଷୀ ଭାଇମାନେ କେବଳ ଧାନ ଚାଷ ନ କରି ଅର୍ଥ ଉପାର୍ଜନ ନିମନ୍ତେ ପନିପରିବା ଚାଷ, ଛତୁ ଚାଷ, କୁକୁଡା ପାଳନ ଇତ୍ୟାଦି କରିବା ପାଇଁ ବୈଠକରେ ପ୍ରକାଶ କରିଥିଲେ। ଚାଷୀ ଭାଇମାନେ ବୀମା ଅର୍ଥ ନ ପାଇବା ସମ୍ପର୍କରେ ଜିଲ୍ଲା ପରିଷଦ ସଭ୍ୟଙ୍କର ପ୍ରଶ୍ନର ଉତ୍ତର କୃଷି ଅଧିକାରୀ ପ୍ରଦାନ କରିଥିଲେ। ପରବର୍ତ୍ତୀ ସମୟରେ ଜଳ ସେଚନ ଓ ପଶୁ ସମ୍ପଦ ବିଭାଗର କାର୍ଯ୍ୟ ସମୀକ୍ଷା କରଯାଇଥିଲା। ପଦ୍ମପୁର ପଶୁ ସମ୍ପଦ କାର୍ଯ୍ୟାଳୟ ତାଲା ପଡିବା ସମ୍ପର୍କରେ ଜିଲ୍ଲା ପରିଷଦ ସଭ୍ୟଙ୍କର ପ୍ରଶ୍ନର ଉତ୍ତର ଅଧିକାରୀ ପ୍ରଦାନ କରିଥିଲେ। ମାନ୍ୟବର ଅଧ୍ୟକ୍ଷା ଜିଲ୍ଲା ପରିଷଦ ବରଗଡ଼, ବରଗଡରେ ଏକ ଗୋଶାଳା ନିର୍ମାଣ କରିବା ନିମନ୍ତେ କରିଥିବା ପ୍ରଶ୍ନର ଉତ୍ତର ଜିଲ୍ଲାପାଳ ବରଗଡ ପ୍ରଦାନ କରିଥିଲେ ଓ ପରବର୍ତ୍ତୀ ସମୟରେ ମାନ୍ୟବର ବିଧାୟକ ବରଗଡ଼ଙ୍କର ପ୍ରଶ୍ନର ଉତ୍ତର ଅଧିକାରୀ ପ୍ରଦାନ କରିଥିଲେ। ସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟ ସମୀକ୍ଷା ବେଳେ ଜିଲ୍ଲାରେ ମ୍ୟାଲେରିଆ ଓ ଡେଙ୍ଗୁର ପ୍ରାଦୁର୍ଭାବ ନିୟନ୍ତ୍ରଣାଧୀନ ଅଛି ବୋଲି ଅଧିକାରିଣୀ ପ୍ରକାଶ କରିଥିଲେ। ଜିଲ୍ଲାରେ ୨୪୬ ଡାକ୍ତର ପଦବୀ ଖାଲି ଅଛି। ଚିକିତ୍ସାଳଯରେ ଡାକ୍ତର ନ ଥିବା ସମ୍ପର୍କରେ ଜିଲ୍ଲାପରିଷଦ ସଭ୍ୟଙ୍କର ପ୍ରଶ୍ନର ଉତ୍ତର ଜିଲ୍ଲାପାଳ ବରଗଡ ପ୍ରଦାନ କରିଥିଲେ। ବିଜେପୁର C.H.C. ରେ ଷ୍ଟାଫ ନର୍ସ ଯୋଗାଇଦେବା ନିମନ୍ତେ ଜିଲ୍ଲାପରିଷଦ ସଭ୍ୟଙ୍କର ପ୍ରଶ୍ନର ଉତ୍ତର CDMO ପ୍ରଦାନ କରିଥିଲେ। ଅମ୍ବଭୋନା C.H.C. ରେ ଷ୍ଟାଫ ନର୍ସ ଯୋଗାଇଦେବା ନିମନ୍ତେ ଜିଲ୍ଲାପରିଷଦ ଅଧ୍ୟକ୍ଷାଙ୍କର ଉତ୍ତର CDMO ପ୍ରଦାନ କରିଥିଲେ। ଆଉଟ ସୋର୍ସିଂ କର୍ମଚାରୀଙ୍କର ଦରମା ବନ୍ଦ କରାଯିବା ସମ୍ପର୍କରେ ମାନ୍ୟବର ଅଧ୍ୟକ୍ଷା ଜିଲ୍ଲାପରିଷଦ ବରଗଡଙ୍କର ପ୍ରଶ୍ନର ଉତ୍ତର CDMO ପ୍ରଦାନ କରିଥିଲେ। ଲାଉମୁଣ୍ଡାରେ ଷ୍ଟାଫ ମାନଙ୍କର କ୍ଵାଟର ରେ ଛାତରୁ ପଣି ଗଳୁଥିବା ସମ୍ପର୍କରେ ଅଧ୍ୟକ୍ଷା ପୌରପରିଷଦ ବରଗଡ଼ଙ୍କର ପ୍ରଶ୍ନର ଉତ୍ତର CDMO ପ୍ରଦାନ କରିଥିଲେ। ସାମାଜିକ ମଙ୍ଗଳ ତଥା ମହିଳା ଓ ଶିଶୁ କଲ୍ୟାଣ ବିଭାଗର କାର୍ଯ୍ୟ ସମୀକ୍ଷା ବେଳେ ଚାରପାଲି ଗ୍ରାମପଞ୍ଚାୟତର ୩ଟି ଅନାଥ ଶିଶୁଙ୍କ ଥଇଥାନ ନିମନ୍ତେ ଜିଲ୍ଲାପରିଷଦ ସଭ୍ୟଙ୍କର ପ୍ରଶ୍ନର ଉତ୍ତରକୁ ସମାଧାନ କରାଯିବା ନିମନ୍ତେ ଜିଲ୍ଲାପାଳ DSWO ଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ଅଙ୍ଗନବାଡି ସେଣ୍ଟରରେ ପ୍ରଦାନ କରାଯାଉଥିବା ଛତୁଆ ବ୍ୟବହାର ଯୋଗ୍ୟ ନୁହେଁ ବୋଲି ଜିଲ୍ଲାପରିଷଦ ସଭ୍ୟଙ୍କର ପ୍ରଶ୍ନର ଉତ୍ତର DSWO ପ୍ରଦାନ କରିଥିଲେ। ଯେଉଁ SHG ବ୍ୟବହାର ଯୋଗ୍ୟ ଛତୁଆ ଯୋଗାଉ ନଥିବେ, ଉକ୍ତ SHG ସଂସ୍ଥାକୁ ବାଦ ଦିଆଯାଇ ନୂତନ SHG ଙ୍କୁ ପ୍ରଦାନ କରାଯିବା ନିମନ୍ତେ ମାନ୍ୟବର ବିଧାୟକ ବରଗଡ଼ ଗୃହରେ ଦାବୀ ଉପସ୍ଥାପନ କରିଥିଲେ। ପରବର୍ତ୍ତୀ ସମୟରେ ଶିକ୍ଷା ବିଭାଗର କାର୍ଯ୍ୟ ସମୀକ୍ଷା କରଯାଇଥିଲା। ଗୋଟିଏ ସ୍କୁଲରେ ୫ ବର୍ଷରୁ ଊର୍ଦ୍ଧ୍ଵ ରହିଥିବା ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ଅନ୍ୟତ୍ର ବଦଳି କରାଯିବା ଓ ନିଶା ସେବନ କରି ସ୍କୁଲକୁ ଆସୁଥିବା ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନିମନ୍ତେ ଜିଲ୍ଲାପରିଷଦ ସଭ୍ୟା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପ୍ରାଇମେରୀ ସ୍କୁଲରେ ଶିକ୍ଷା ବ୍ୟବସ୍ଥା ଅତ୍ୟନ୍ତ ଦୁର୍ବଳ ଥିବା ଓ ଏହାର ସମାଧାନ ସମ୍ପର୍କରେ ଜିଲ୍ଲାପରିଷଦ ସଭ୍ୟ ଅଧିକାରୀଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ସ୍କୁଲରେ ପାଚେରୀ ଦେବା ନିମନ୍ତେ ମାନ୍ୟବର ବିଧାୟକ ଅତାବିରା ଶ୍ରୀଯୁକ୍ତ ନିହାର ରଞ୍ଜନ ମହାନନ୍ଦ ଅଧିକାରୀଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ପରବର୍ତ୍ତୀ ବୈଠକରେ ଏହାର ଉତ୍ତର ଦେବା ନିମନ୍ତେ ଅଧିକାରୀଙ୍କୁ ନିଜର ବକ୍ତବ୍ୟରେ କହିଥିଲେ। ପରବର୍ତ୍ତୀ ସମୟରେ ବିଦ୍ୟୁତ ବିଭାଗର କାର୍ଯ୍ୟ ସମୀକ୍ଷା କରଯାଇଥିଲା। ପଦ୍ମପୁର ଅଞ୍ଚଳରେ ବିଦ୍ୟୁତ ଖୁଣ୍ଟ ଅଛି କିନ୍ତୁ ବିଦ୍ୟୁତ ସଂଯୋଗ କରାଯାଇ ନ ଥିବା ସମ୍ପର୍କରେ ମାନ୍ୟବର ବିଧୟିକା ପଦ୍ମପୁର ଶ୍ରୀମତୀ ବର୍ଷା ସିଂ ବରିହା ଅଧିକାରୀଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ ଓ ଏହାର ତୁରନ୍ତ ସମାଧାନ ନିମନ୍ତେ ଅଧିକାରୀଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ଜାରିଙ୍ଗ ସ୍କୁଲ ସାମ୍ନାରେ ଥିବା ୨ଟି ଟ୍ରାନ୍ସଫର୍ମର ମରାମତି କରାଯିବା ନିମନ୍ତେ ଜିଲ୍ଲାପରିଷଦ ସଭ୍ୟ ବିଦ୍ୟୁତ ବିଭାଗର ଅଧିକାରୀଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ଏହାର ସମାଧାନ ନିମନ୍ତେ ଅଧିକାରୀ ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ଗ୍ରାହକଙ୍କର ଘରକୁ ମିଟର ଲଗାଇବା, ବିଦ୍ୟୁତ ଖମ୍ବ ଯୋଗାଇଦେବା ଓ ବିଦ୍ୟୁତ ସଂଯୋଗ ଯୋଗାଇବା କର୍ମଚାରୀମାନେ ଗ୍ରହକଙ୍କ ଠାରୁ ଅର୍ଥ ଦାବୀ କରୁଥିବା ସମ୍ପର୍କରେ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ମୋହନ ଲୁହା ଅଧିକାରୀଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ଏହାର ସମାଧାନ ନିମନ୍ତେ ଅଧିକାରୀ ପ୍ରତିଶ୍ରୁତି ଦେଇଥିଲେ। ପରବର୍ତ୍ତୀ ସମୟରେ ପାନୀୟଜଳ ଯୋଗାଣ ଓ ଗ୍ରାମ୍ୟ ପରିମଳ ବିଭାଗର କାର୍ଯ୍ୟ ସମୀକ୍ଷା କରଯାଇଥିଲା।
ପରବର୍ତ୍ତୀ ସମୟରେ ଗ୍ରାମୀଣ ବିକାଶ ବିଭାଗର କାର୍ଯ୍ୟ ସମୀକ୍ଷା କରଯାଇଥିଲା। R & B ବିଭାଗର କାର୍ଯ୍ୟ ସମୀକ୍ଷା ବେଳେ ୨୩ଟି ରାସ୍ତାର କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ଅଧିକାରୀ ସୂଚନା ପ୍ରଦାନ କରିଥିଲେ। ଜଙ୍ଗଲ ବିଭାଗର କାର୍ଯ୍ୟ ସମୀକ୍ଷା ବେଳେ ୫ଲକ୍ଷ ବୃକ୍ଷରୋପଣ ହୋଇଥିବା ସମ୍ପର୍କରେ ଅଧିକାରୀ ସୂଚନା ପ୍ରଦାନ କରିଥିଲେ। G.M.L.I.P. ବିଭାଗ ଅଧିକାରୀ ଜଳ ଯୋଗାଣ ଓ ଜଳ ସେଚନ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଜିଲ୍ଲା ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧିକାରୀ ବରଗଡ ଜିଲ୍ଲାରେ ଚାଲିଥିବା ଯୋଜନା ଏବଂ କାର୍ଯ୍ୟକ୍ରମ ଗୁଡିକର ବିବରଣୀ ପ୍ରଦାନ କରିଥିଲେ। ଜିଲ୍ଲାପରିଷଦର ୨୦୨୩-୨୪ ବାର୍ଷିକ ଆର୍ଥିକ ବିବରଣୀ ପାଠ କରଯାଇଥିଲା। ସଭା ଶେଷରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ସୁଶାନ୍ତ କୁମାର ସିଂ, ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.