କୁଲାଡରେ ସୁବର୍ଣ୍ଣ ନଥାଇ ଚତୁର୍ଦ୍ଧାମୂର୍ତ୍ତିଙ୍କ ସୁନାବେଶ

6

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଶହ ଶହ ଭରଣ ଜମିର ମାଲିକ କୁଲାଡ ଶ୍ରୀମନ୍ଦିରର ଜଗନ୍ନାଥ ମହାପ୍ରଭୁଙ୍କ ଆଜି ସୁବର୍ଣ୍ଣ ହିନ ସୁନାବେଶ ଧାରଣ କରିଥିଲେ। ଏହା ଦେଖି ଶହ ଶହ ଶ୍ରଦ୍ଧାଳୁ ଜନସାଧାରଣଙ୍କ ମନରେ ଗଭୀର ଆଘାତ ଲାଗିଛି।

ଘୁମୁସର ଗଡର ତତ୍କାଳୀନ ରାଜଧାନୀ କୁଲାଡରେ ଶ୍ରୀଜିଉମାନଙ୍କ ବୁଧବାର ଏକାଦଶୀ ତିଥିରେ ସୁନାବେଶ ଅନୁଷ୍ଠିତ ହୋଇଯାଇଛି। ହେଲେ ଅବିକଳ ଦୁତୀୟ ଶ୍ରୀକ୍ଷେତ୍ର କୁଲାଡ ଶ୍ରୀଜଗନ୍ନାଥ ମନ୍ଦିର ରେ ମହାପ୍ରଭୁଙ୍କ ସୁନା ନଥାଏ ସୁନାବେଶ ଦେଖି ଭକ୍ତ ନିରାଶ ହୋଇଛନ୍ତି। ପ୍ରାୟ ପାଞ୍ଚ ଶହ ବର୍ଷ ପୁର୍ବେ ଭଞ୍ଜ ରାଜାମାନଙ୍କ ଦ୍ୱାରା ନିର୍ମିତ ଏହି ଜଗନ୍ନାଥ ମନ୍ଦିର ପୁରୀ ମନ୍ଦିର ପରି ପ୍ରାୟ ସମାନ ବା ଅବିକଳ। ମାତ୍ର ବୁଧବାର କୁଲାଡ ରଥ ଖଳାରେ ପବିତ୍ର ବଡ଼ ଏକାଦଶୀ ତିଥି ପାଳନ ବେଳେ ବହୁ ଭକ୍ତ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ବିଭିନ୍ନ ସ୍ଥାନରୁ ଛୁଟି ଆସିଥିଲେ। କିନ୍ତୁ ମହାପ୍ରଭୁଙ୍କ ଦେହରେ ସୁବର୍ଣ୍ଣ ଅଳଙ୍କାର ନଦେଖି ନିରାଶ ହୋଇଛନ୍ତି। ଏଵେ ଶ୍ରୀବିଗ୍ରହମାନଙ୍କ ଦେହରେ ରୁପା ସଦୃଶ୍ୟ କିରଟି ଓ ହସ୍ତପାଦ ଲଗାଯାଉଛି। ଏହା ଭକ୍ତଙ୍କୁ ନିରାଶ କରୁଛି ବୋଲି ଜଗନ୍ନାଥ ସଂସ୍କୃତି ପ୍ରେମି ଲୋକ ସଂସ୍କୃତି ଗବେଷକ ତଥା ଆକାଶବାଣୀ ର ଅବସର ପ୍ରାପ୍ତ କେନ୍ଦ୍ର ନିର୍ଦେଶକ ଶ୍ରୀ ଶାନ୍ତନୁ କୁମାର ରଥ ପ୍ରକାଶ କରିଛନ୍ତି।
ପୁର୍ବରୁ ଏଠାରେ ସୁନାବେଶ ରେ ଦିଅଁ ମାନଙ୍କ ଦେହରେ ସୁନା ଅଳଂକାର ସଜାଯାଉଥିଲ। ମନ୍ଦିରରେ ରାଜାଙ୍କ ଦ୍ଵାରା ପ୍ରଦତ୍ତ ବହୁ ସୁନାରୁପା ଅଳଙ୍କାର ସହ ବିଭିନ୍ନ ମୁଲ୍ୟବାନ୍ ଓ ଅଷ୍ଟଧାତୁ ନିର୍ମିତ ଅଳଙ୍କାର ରହିଥିଲା। ତେବେ ୧୯୯୩ ଫେବୃଆରୀ ୧୭ ତାରିଖ ରେ କିଛି ଆନ୍ତଃରାଜ୍ୟ ଡକାୟତ ମନ୍ଦିର ରେ ପଶି ବିଭିନ୍ନ ସିନ୍ଧୁକରୁ ପ୍ରାୟ ୮୦ କିଲୋ ଓଜନର ରୁପା, ୧୦ କିଲୋ ଓଜନର ସୁନା ଅଳଙ୍କାର , ତିନି ଠାକୁର ଙ୍କ ତିନୋଟି ମୁଲ୍ୟବାନ୍ ଚିତା ଓ ଅନ୍ୟାନ୍ୟ ମୁଲ୍ୟବାନ୍ ଅଳଙ୍କାର ନେଇଯାଇଥିଲେ। ତତ୍କାଳୀନ ଭଞ୍ଜନଗର ବିଧାୟକ ରାମକୃଷ୍ଣ ଗୈାଡ ସେ ସମୟରେ ବିଧାନ ସଭାରେ ପ୍ରଶ୍ନ କରିଥିବା ବେଳେ। ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଆନ୍ତଃରାଜ୍ୟ ଡକାୟତ ଦଳର କାର୍ଯ୍ୟ ବୋଲି ଉତ୍ତର ରଖିବା ସହ ଶିଘ୍ର ଉଦ୍ଧାର ପାଇଁ ପଦକ୍ଷେପ ନିଆଯିବ ବୋଲି କହିଥିଲେ। କିନ୍ତୁ ଏଯାବତ୍ ସେହି ରହସ୍ୟ ଉନ୍ମୋଚନ ହୋଇପାରିନାହିଁ। ସେହି ଦିନରୁ କୁଲାଡ ରେ ରଥଯାତ୍ରା ପରେ ସୁନା ନଥାଇ କେବଳ ନିତି ଓ ବିଧି ପୁର୍ବକ ଶ୍ରୀଜିଉମାନଙ୍କ ସୁନାବେଶ ନୀତି କରାଯାଉଛି। ତେବେ ନିକଟରେ ଭଞ୍ଜନଗର ଉପଜିଲ୍ଲାପାଳ ଅନିଲ୍ କୁମାର ସେଠୀ ଙ୍କ ଅଧ୍ୟକ୍ଷତାରେ କୁଲାଡ ମନ୍ଦିରର ଉନ୍ନତି ପାଇଁ ବସିଥିବା ଏକ ବୈଠକ ରେ ଆଲୋଚନା ହୋଇଥିଲା। କୁଲାଡ ଶ୍ରୀଜଗନ୍ନାଥ ମନ୍ଦିରର ବ୍ୟାଙ୍କ୍ ଆକାଉଣ୍ଟ୍ ରେ ଏକ ୟୁପିଆଇ କୋଡ଼୍ ବାହାର କରି ଏହାକୁ ବିଭିନ୍ନ ସ୍ଥାନରେ ରଖାଗଲେ ବଦାନ୍ୟ ବ୍ୟକ୍ତି ଯଥୋଚିତ ଦାନଧର୍ମ କରିପାରିବେ। ଫଳରେ ମନ୍ଦିରର ଅନେକ ଆବଶ୍ୟକତା ପୁରଣ ହୋଇପାରିବ ବୋଲି ମତପ୍ରକାଶ ପାଇଥିଲା।
ଏସବୁ ଭିତରେ କୁଲାଡ ଶ୍ରୀମନ୍ଦିର କୁ ନେଇ ସ୍ଥାନୀୟ ଜନସାଧାରଣ ଓ ଶ୍ରଦ୍ଧାଳୁ ଜଗନ୍ନାଥ ପ୍ରେମୀଙ୍କ ମନରେ ଦେଖାଦେଇଛି କ୍ଷୋଭ ଓ ନିରାଶର ଭାବ। କାରଣ ସାଧାରଣ ଜନତା ଙ୍କ କହିବାନୁଯାୟୀ କୁଲାଡ ଶ୍ରୀଜଗନ୍ନାଥ ମନ୍ଦିର ଦୀର୍ଘ ପାଞ୍ଚଶହ ବର୍ଷ ର ଓ ଏହା ଦେବୋତ୍ତର ବିଭାଗ ଅଧିନ । ତଥାପି ଏଯାବତ୍ ମନ୍ଦିର ର ନିଜସ୍ଵ ପଟା କାହିଁକି ହୋଇନାହିଁ। ଶ୍ରୀମନ୍ଦିର ଉନ୍ନତି ଗ୍ରାମ୍ୟ କମିଟି ଗଠନରେ ପ୍ରଶାସନ ର ଆଗ୍ରହ କାହିଁକି ଦେଖାଉନାହାନ୍ତି। କୁଲାଡ ଶ୍ରୀଜଗନ୍ନାଥ ମନ୍ଦିର ର ହଜାର ହଜାର ଏକର ଉର୍ବର ଚାଷଜମି ଥାଇ ମଧ୍ୟ ପ୍ରଭୁଙ୍କ ନିତିକାନ୍ତି ଓ ମହାପ୍ରସାଦ ଭୋଗ ରେ ଅବହେଳା କାହିଁକି ହେଉଛି। ଶ୍ରୀମନ୍ଦିର ର ରକ୍ଷଣା ବେକ୍ଷଣ ଓ ଉନ୍ନତି ସକାଶେ ସରକାରଙ୍କ ତରଫରୁ କୋଟି କୋଟି ଅନୁଦାନ ଆସିଛି, କିନ୍ତୁ ତାହା ଉନ୍ନତି ର ସଠିକ୍ ଦିଗରେ ବିନିଯୋଗ ହୋଇପାରି ନାହିଁ। କିମ୍ବା ତାହାକୁ ଲୋକଲୋଚନ କରାଯାଉନାହିଁ କାହିଁକି। ମନ୍ଦିରର ଉନ୍ନତି ସକାଶେ ପ୍ରଶାସନ ଦ୍ଵାରା ଅନୁଷ୍ଠିତ ବିଭିନ୍ନ ବୈଠକ ରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଙ୍କୁ କାହିଁକି ଅଣଦେଖା କରାଯାଉଛି। ଏହିପରି ଭାବରେ ସ୍ଥାନୀୟ ଜନସାଧାରଣ ଙ୍କ ମନରେ ଦେଖାଦେଇଛି ନିରାଶ ର ଭାବ।

Leave A Reply

Your email address will not be published.