ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ତ୍ରିଧାରା ଓ ହେଲଥ୍ ଅନ୍ ଟପ୍ ର ମିଳିତ ଆନୁକୂଲ୍ୟରେ ଭୁବନେଶ୍ଵର ସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ ଓଡ଼ିଶୀ ନୃତ୍ୟର ମହାଗୁରୁ ସ୍ବର୍ଗତ ଗୁରୁ ଡକ୍ଟର ଦେବପ୍ରସାଦ ଦାସଙ୍କ ୩୮ତମ ଶ୍ରଦ୍ଧାଞ୍ଜଳୀ ସମାରୋହ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଓଡ଼ିଶାର ରାଜ୍ୟପାଳ ଶ୍ରୀ ରଘୁବର ଦାସ , ସମ୍ମାନୀତ ଅତିଥି ରୂପେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଦିଲୀପ ରାଉତରାଏ , ତ୍ରିଧାରା ସ୍ଵର୍ଣ୍ଣ ସମାରୋହ କମିଟିର ଅଧ୍ୟକ୍ଷ ଶ୍ରୀ ଗୌରବ ରଲହନ , କାର୍ଯ୍ୟକାରୀ ସଭାପତି ସୀମାଞ୍ଚଳ ପଣ୍ଡା , ନିର୍ଦ୍ଦେଶକ ଗୁରୁ ଡକ୍ଟର ଗଜେନ୍ଦ୍ର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।
ଏହି ଅବସରରେ ଓଡ଼ିଶା ତଥା ଓଡ଼ିଶା ବାହାରୁ ୫୦୦ରୁ ଉର୍ଦ୍ଧ୍ବ ନୃତ୍ୟାଙ୍ଗନା ମାନେ ନୃତ୍ୟ ପରିବେଷଣ କରିଥିଲେ। ଏତଦ୍ ବ୍ୟତୀତ ବିଶିଷ୍ଟ ଗୁରୁମାନଙ୍କୁ ଓ ବରିଷ୍ଠ ନୃତ୍ୟଶିଳ୍ପୀ ଅର୍ଥାତ୍ ୨୫ ଜଣଙ୍କ ମଧ୍ୟରୁ ପାରଳାଖେମୁଣ୍ଡିର ଓଡ଼ିଶୀ ନୃତ୍ୟାଙ୍ଗନା ଶ୍ରୀମତୀ ଡି.ପ୍ରିୟଙ୍କାଙ୍କୁ ଗୁରୁ ଦେବପ୍ରସାଦ ଦାସ ନୃତ୍ୟ ରତ୍ନ ଉପାଧିରେ ସମ୍ମାନନୀୟ ରାଜ୍ୟପାଳ ଶ୍ରୀ ରଘୁବର ଦାସଙ୍କ ଦ୍ବାରା ସମ୍ମାନୀତ କରାଯାଇଥିଲା ଏବଂ ତାଙ୍କରି ନୃତ୍ୟ ନିର୍ଦ୍ଦେଶନାରେ ତାଙ୍କରି ଶିଷ୍ୟା ମାନେ ପଲ୍ଲୀନୃତ୍ୟକୁ ପରିବେଷଣ କରି ସମସ୍ତ ଅତିଥି ଓ ଦର୍ଶକଙ୍କ ହୃଦୟ ଜିଣିଥିଲେ।
Sign in
Sign in
Recover your password.
A password will be e-mailed to you.