ଉପମୁଖ୍ୟମନ୍ତ୍ରୀଙ୍କ ସହ ସିଙ୍ଗାପୁର ହାଇକମିଶନରଙ୍କ ବୈଠକ

5

ଓଡ଼ିଶାରେ ପୁଞ୍ଜିନିବେଶ ନେଇ ସିଙ୍ଗାପୁରର ସହଯୋଗ କାମନା କଲେ ମନ୍ତ୍ରୀ ଶ୍ରୀ ସିଂହଦେଓ

ଭୁବନେଶ୍ୱର:ଆଜି ସନ୍ଧ୍ୟାରେ ସିଙ୍ଗାପୁର ସାଧାରଣତନ୍ତ୍ରର ହାଇକମିଶନର ମିଃ ସାଇମନ୍ ଓ୍ୱାଙ୍ଗ୍ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ଲୋକସେବା ଭବନସ୍ଥିତ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ସାକ୍ଷାତ କରି ଓଡ଼ିଶାର ପ୍ରଗତି ଦିଗରେ ଆଲୋଚନା କରିଛନ୍ତିା ପୂର୍ବନିର୍ଦ୍ଧାରିତ ଏହି ବୈଠକରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଲେ ଯେ ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ଏବଂ ଅର୍ଥନୈତିକ ସହଯୋଗ ବୃଦ୍ଧି ପାଇଁ ଓଡ଼ିଶା ସିଙ୍ଗାପୁର ସହ ସକି୍ରୟ ଭାବେ ଯୋଗାଯୋଗ ରଖିଅଛିା ଆମେ ସିଙ୍ଗାପୁର ସହିତ ଦୀର୍ଘକାଳୀନ ସହଭାଗିତା ଚାହୁଁ ଯାହା ଉଭୟ ଦେଶର ପାରସ୍ପାରିକ ସ୍ୱାର୍ଥକୁ ଅଗ୍ରାଧିକାର ଦେଉଥିବା କଳିଙ୍ଗ ଯୁଦ୍ଧ ପରେ ଓଡ଼ିଶାରୁ ବୌଦ୍ଧଧର୍ମର ବହୁଳ ପ୍ରଚାରପ୍ରସାର ଆରମ୍ଭ ହୋଇ ଏହା ମଧ୍ୟପ୍ରାଚ୍ୟରୁ ଦୂରପ୍ରାଚ୍ୟ ପର୍ଯ୍ୟନ୍ତ ପ୍ରସାରିତ ହୋଇଥିଲାା ଓଡ଼ିଶାରେ ଅନେକଗୁଡ଼ିଏ ବୌଦ୍ଧ କୀର୍ତ୍ତିରାଜି ଏବଂ ସୁଦୀର୍ଘ ସମୁଦ୍ରତଟ ରହିଛିା ଏ କ୍ଷେତ୍ରରେ ସିଙ୍ଗାପୁର ସରକାର ନିବେଶ କରିବାକୁ ଶ୍ରୀ ସିଂହଦେଓ ପ୍ରସ୍ତାବ ଦେଇଥିଲୋ
Imageବୈଠକରେ ହାଇକମିଶନର ମିଃ ଓ୍ୱାଙ୍ଗ୍ କହିଲେ ଯେ ଓଡ଼ିଶା ଏକ ନିବେଶ ଅନୁକୂଳ ରାଜ୍ୟା ଆମେ ଓଡ଼ିଶାରେ ବିଭିନ୍ନ କ୍ଷେତ୍ରରେ ନିବେଶ କରିବାର ଯୋଜନା ରଖିଛୁା ଆଲୋଚନା ପରିପ୍ରେକ୍ଷୀରେ ମିଃ ଓ୍ୱାଙ୍ଗ୍ କହିଲେ ଯେ ଆମେ ଓଡ଼ିଶାରେ ଅଦ୍ୟାବଧି ୧୫ ବିଲିୟନ୍ ଆମେରିକୀୟ ଡଲାର ନିବେଶ କରିଛୁ ଏବଂ ଭାରତରେ ୧୬୦ ବିଲିୟନ୍ ନିବେଶ କରାଯାଇ ବିଭିନ୍ନ କ୍ଷେତ୍ରରେ ବିକାଶର ଧାରାକୁ ବଜାୟ ରଖିଛୁା ପର୍ଯ୍ୟଟନ ଓ ବନ୍ଦର ଆଦି କ୍ଷେତ୍ରରେ ଆମେ ପୁଞ୍ଜିନିବେଶକୁ ଆଗକୁ ବଢ଼ାଇବାକୁ ଆଗ୍ରହୀ ବୋଲି ମିଃ ଓ୍ୱାଙ୍ଗ୍ ଉଲ୍ଲେଖ କରି ଏ ଦିଗରେ ରାଜ୍ୟ ସରକାରଙ୍କ ସହଯୋଗ ଲୋଡ଼ିଥିଲୋ ଆଗାମୀ ଦିନରେ ପୁଞ୍ଜିନିବେଶ ପାଇଁ ସିଙ୍ଗାପୁରକୁ ଏକ ସହଯୋଗୀ ରାଷ୍ଟ୍ର ଭାବେ ନେବାକୁ ସେ ମନ୍ତ୍ରୀଙ୍କୁ ନିବେଦନ କରିବା ସହ ମନ୍ତ୍ରୀଙ୍କୁ ସିଙ୍ଗାପୁର ପରିଭ୍ରମଣରେ ଯିବା ପାଇଁ ଆମନ୍ତ୍ରଣ ଜଣାଇଥିଲୋ
Imageଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ମିଃ ଓ୍ୱାଙ୍ଗଙ୍କ ପ୍ରସ୍ତାବକୁ ସ୍ୱାଗତ କରିବା ସହ ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ସିଙ୍ଗାପୁରର ସହଯୋଗ କାମନା କରିଥିଲୋ ଆଜିର ଏହି ବୈଠକରେ ମୋଟାମୋଟି ଭାବେ ଓଡ଼ିଶା-ସିଙ୍ଗାପୁରର ପୁଞ୍ଜିନିବେଶ ସଂପର୍କ, ରାଜ୍ୟର ଅର୍ଥନୈତିକ ବିକାଶ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ଏବଂ ଲୋକଙ୍କ ଜୀବନଧାରଣ ମାନ ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ଉପରେ ଆଲୋଚନା ହୋଇଥିଲାା

Leave A Reply

Your email address will not be published.