ଏସସିବି ନୂଆ କ୍ୟାମ୍ପସ୍ ନିର୍ମାଣ ଅଗ୍ରଗତି ନେଇ ସମୀକ୍ଷା କଲେ ପୂର୍ତ୍ତ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ

5
  •  ଆସନ୍ତା ଡିସେମ୍ବର ସୁଦ୍ଧା ସମସ୍ତ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ବୈଠକରେ ପ୍ରସ୍ତାବ

  •  ପ୍ରତି ୧୫ ଦିନରେ କାର୍ଯ୍ୟର ଅଗ୍ରଗତି ନେଇ ରିପୋର୍ଟ ପ୍ରଦାନ ଲାଗି ନିର୍ଦ୍ଦେଶ

ଭୁବନେଶ୍ୱର:ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲର ନୂତନ କୋଠା ନିର୍ମାଣର ଅଗ୍ରଗତି ନେଇ ଆଜି ପୂର୍ତ୍ତ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛିା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଯାଉଥିବା ଏହି ନୂତନ କ୍ୟାମ୍ପସରେ ନିର୍ମାଣ ସ୍ଥିତି ସଂପର୍କରେ ବିଭାଗୀୟ ଅଧିକାରୀ, ଓବିସିସି ତଥା ନିର୍ମାଣ ଦାୟିତ୍ୱ ନେଇଥିବା ଠିକା ସଂସ୍ଥାଠାରୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଜାଣିବାକୁ ଚାହିଁଥିଲୋ
Image୪୮ ଏକରବିଶିଷ୍ଟ ନିର୍ମାଣାଧିନ ଏହି କ୍ୟାମ୍ପସରେ ଜେନେରାଲ ମେଡିସିନ୍, ସ୍ୱତନ୍ତ୍ର ମେଡିସିନ୍, ସ୍ୱତନ୍ତ୍ର ସର୍ଜରୀ, ସାଧାରଣ ସର୍ଜରୀ ଓ ଟ୍ରମା କେୟାର ଆଦି ବର୍ଗରେ ୨୬୬ଟି ଆଇସିୟୁ ଶଯ୍ୟା ସହ ୨୦୫୮ ଶଯ୍ୟାର ପ୍ରସ୍ତାବ ରହିଛିା ସେହିପରି ନିର୍ମାଣାଧିନ ଏହି କ୍ୟାମ୍ପସରେ ବିଭିନ୍ନ ବର୍ଗର ଡାକ୍ତର ଓ କର୍ମଚାରୀଙ୍କ ପାଇଁ ୧୩ଟି ଆବାସିକ ଟାଓ୍ୱାରରେ ୫୧୨ୟୁନିଟ୍ ରହିବା ୨୨୭୮ ଜଣ ବାଳକ ଓ ବାଳିକା ରହିବା ନିମନ୍ତେ ସ୍ୱତନ୍ତ୍ର ହଷ୍ଟେଲର ନିର୍ମାଣ ସ୍ଥିତି ସଂପର୍କରେ ଅଧିକାରୀମାନେ ମନ୍ତ୍ରୀଙ୍କୁ ଅବଗତ କରାଇବା ସହ ରୋଷଶାଳା, ଲଣ୍ଡି୍ର, ଡାଟା ସେଣ୍ଟର, ସେଣ୍ଟ୍ରାଲ ଷ୍ଟୋର ସହ ରୋଗୀଙ୍କ ସହ ଆସୁଥିବା ଆଟେଣ୍ଡାଣ୍ଟଙ୍କ ପାଇଁ ରହିବା ସ୍ଥାନ, ବହୁତଳ କାର୍ ପାର୍କିଂ ଆଦି ବିଷୟରେ ଆଲୋଚନା ହୋଇଥିଲାା ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସମସ୍ତ ଅଧିକାରୀ ଓ ଠିକା ସଂସ୍ଥାର କଥା ଶୁଣିବା ସହ କ୍ୟାମ୍ପସ୍ ନିର୍ମାଣର ଗୁରୁତ୍ୱକୁ ଉପଲବ୍ଧି କରି ନିର୍ମାଣ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା ଏବଂ ପ୍ରତି ୧୫ ଦିନରେ କାର୍ଯ୍ୟର ଅଗ୍ରଗତି ନେଇ ଏକ ରିପୋର୍ଟ ପ୍ରଦାନ କରିବାକୁ ଅଧିକାରୀ ଓ ଠିକା ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲୋ
Imageଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କଟକ-ବାରବାଟି ବିଧାୟକ ସୋଫିୟା ଫିର୍ଦ୍ଦୋଶ, କଟକ-ଚୌଦ୍ୱାର ବିଧାୟକ ଶ୍ରୀ ସୌଭିକ୍ ବିଶ୍ୱାଳ, କଟକ-ସଦର ବିଧାୟକ ଶ୍ରୀ ପ୍ରକାଶ ଚନ୍ଦ୍ର ସେଠୀ, ପୂର୍ତ୍ତ ବିଭାଗର ଇଆଇସି (ସିଭିଲ୍) ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଓବିସିସିର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଜୟକୃଷ୍ଣ ଦାସଙ୍କ ସମେତ ଏନ୍ସିସି, ଏଲ୍ ଆଣ୍ଡ ଟି ଏବଂ ଏଇ-କମର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲୋ

Leave A Reply

Your email address will not be published.