(ଶାସକ ପ୍ରଶାସକ/ଶିବରାମ ଜେନା)- ଖଲ୍ଲିକୋଟ ଥାନା ଅନ୍ତର୍ଗତ ପିଟଣା ପଲ୍ଲୀ, ନୂତନ ବ୍ରହ୍ମପୁର ଓ ମଥୁରା ଗ୍ରାମର ତିନି ଛକିଆ ରାସ୍ତା ରେ ଏକ ଅଭାବନୀୟ ଘଟଣା ଘଟିଛି। ଖବର ନେବାରୁ ଜଣାପଡିଛି ଯେ, ରାତ୍ରଘ ୮-୩୦ ମିନିଟ୍ ରେ ବାଇକ୍ ଯୋଗେ ଜ୍ୱାଇଁ ବୁଦ୍ଧି ରାମ ଜେନା ଓ ଶଳା ଦୟାନିଧି ରାଉଢ ନୁତନଵରହମ୍ ପୁର ଠାରୁ ବାହାରି ପିଟଣାପଲୀ ଅଭିମୁଖେ ବାହାରିଥିଲେ।
ବାଟରେ ଯାଉ ଥିବା ବେଳେ ହଠାତ୍ ତୋଟା ଗହଳିରୁ ଦୁଇ ଜଣ ଯୁବକ ବାହାରି ତାଙ୍କର ବାଇକ୍ ଆଗରେ ସେମାନଙ୍କ ର ବାଇକ୍ ଆଣି ଦେଇ ଅଟକେଇ ଦେଇ ଥିଲେ ଓ ନିକଟରେ ଥିବା ବାଉଁଶ କଣ୍ଟା ଆଣି ବାଟରେ ପକାଇଲେ।
ଦୟାନିଧି ରାଉତ କିଛି କହିବା ପୂର୍ବରୁ ସେମାନେ ତାଙ୍କର ମୁହଁ କୁ ମାଡ଼ ମାରିଥିଲେ | ତାପରେ ଛୁରୀରେ ଗୋଡ଼କୁ , ପିଚାକୁ ଭୁଷି ଥିବା ପ୍ରକାଶ କରିଛନ୍ତି। ତାପରେ ସେମାନେ ସେଠାରୁ ଦୌଡ଼ି ପଳାଇଥିଲେ। ଵୁଦ୍ଧିରାମ ଜେନା ଓ ଦୟାନିଧି ରାଉତ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଆସି ଥିଲେ। ଏଠାରେ ଚିକିତ୍ସା ଧୀନ ଥିବା ଅବସ୍ଥା ବେଳେ ଖଲ୍ଲିକୋଟ ଥାନା ସେକେଣ୍ଡ ସଵ୍ଇନିସ୍ପେକଟର ପାର୍ଥ ସାରଥି ଦେବତା, .ଭେଜିପୁଟ ଥାନା ଅଧିକାରୀ ଦେବାଶିଷ ମିଶ୍ର, ସିଦ୍ଧାର୍ଥ କୁମାର ବେହେରା ପ୍ରମୁଖ କାର୍ଯ୍ୟରତ ପୋଲିସ୍ କର୍ମଚାରୀ ଉପସ୍ଥିତ ଥିଲେ। ଏଅଵସରରେ ପାର୍ଥ ସାରଥି ଦେବତା ଆହତ ହୋଇଥିଵା ବ୍ୟକ୍ତି ବିଶେଷ ଙ୍କୁ ପଚାରି ବୁଝିଥିଲେ । ତଦନ୍ତ ଭାର ନେବାସହ ଥାନାରେ ଏତଲା ଦାଏର କରିବା ନିମନ୍ତେ ସେ ଆହତଙ୍କ ପରିଜନ ମାନଙ୍କୁ କହିଥିଲେ। ଗତ କାଲି ରାତିରେ ଜ୍ୱାଇଁ ବୁଦ୍ଧି ରାମ ଜେନା ଖଲ୍ଲିକୋଟ ଥାନା ରେ ଏତଲା ଦେଇଥିବା ଜଣାପଡ଼ିଛି। ଖଲ୍ଲିକୋଟ ଥାନା ପୋଲିସ ଏହାର ତଦନ୍ତଜାରି ରଖିଛନ୍ତି ବୋଲି ଜଣାପଡିଛି।
Sign in
Sign in
Recover your password.
A password will be e-mailed to you.