ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀଙ୍କ ଦ୍ୱାରା ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟର ସମୀକ୍ଷା

5
  •  ବିକଶିତ ଓଡ଼ିଶା ଗଠନରେ ପ୍ରମୁଖ ମାଧ୍ୟମ ହେବ ଗ୍ରାମ୍ୟ ଉନ୍ନୟନ ବିଭାଗ: ମନ୍ତ୍ରୀ ଶ୍ରୀ ନାଏକ

  •  ପ୍ରତ୍ୟେକ ଡିଭିଜନ୍ ଓ ସର୍କଲର ପ୍ରତିଟି କାର୍ଯ୍ୟର ଗୁଣାତ୍ମକ ମାନ ଉପରେ ଜୋର ଦେବାକୁ ନିର୍ଦ୍ଦେଶ

  •  ପିଏମ୍-ଜନମନ ଅଧିନରେ ରାସ୍ତା ନିର୍ମାଣ କାର୍ଯ୍ୟ ଉପରେ ବିଶେଷ ଗୁରୁତ୍ୱ

  •  ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସମ୍ପାଦିତ ହେବ ପ୍ରତିଟି କାର୍ଯ୍ୟ

  •  ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ପ୍ରକଳ୍ପଗୁଡ଼ିକୁ ପ୍ରାଥମିକତା ଦେବା ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର:ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ମନ୍ତ୍ରୀ ମାନ୍ୟବର ଶ୍ରୀ ରବିନାରାୟଣ ନାଏକ ଆଜି ଗ୍ରାମ୍ୟ ଉନ୍ନୟନ ବିଭାଗର ଉନ୍ନୟନ କାର୍ଯ୍ୟ (ଗୃହ, ରାସ୍ତା ଓ ସେତୁ)ର ସମୀକ୍ଷା କରିଛନ୍ତିା ଏହି ଅବସରରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହଙ୍କ ଠାରୁ ଗ୍ରାମ୍ୟ ଉନ୍ନୟନ ବିଭାଗର ବିଭିନ୍ନ ବିକାଶ କାର୍ଯ୍ୟ ବିଷୟରେ ଅବଗତ ହେବା ସହ ମାନ୍ୟବର ମନ୍ତ୍ରୀ ରାଜ୍ୟର ସମସ୍ତ ଡିଭିଜନ୍ର କାର୍ଯ୍ୟ ସମୀକ୍ଷା କରିଥିଲୋ
Imageସର୍ବୋଚ୍ଚ ଯନ୍ତ୍ରୀ, ଗ୍ରାମ୍ୟ ନିର୍ମାଣଙ୍କ କାର୍ଯ୍ୟାଳୟ, ଭୁବନେଶ୍ୱରର ସମ୍ମିଳନୀ କକ୍ଷରେ ଆୟୋଜିତ ସମୀକ୍ଷା ବୈଠକରେ ଶ୍ରୀ ରବିନାରାୟଣ ନାଏକ, ମାନ୍ୟବର ମନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ଓଡ଼ିଶା ଅଧ୍ୟକ୍ଷତା କରିଥିଲୋ ଏହି ଅବସରରେ ସେ ବିଭାଗର ସମସ୍ତ ଯନ୍ତ୍ରୀମାନଙ୍କୁ ସମ୍ବୋଧିତ କରି ବିକଶିତ ଓଡ଼ିଶା ଗଠନରେ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲୋ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ରାସ୍ତା ଓ ପୋଲ ନିର୍ମାଣ ସମ୍ପର୍କରେ ଆଲୋଚନା କରି ମାନ୍ୟବର ମନ୍ତ୍ରୀ ଏହା ଓଡ଼ିଶାର ବିକାଶର ନକ୍ସାକୁ ପରିବର୍ତ୍ତିତ କରିପାରିବ ବୋଲି ମତପ୍ରକାଶ କରିଥିଲୋ ଡିଭିଜନ୍ ସ୍ତରରୁ ସମସ୍ତ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀମାନେ ପ୍ରତିଟି ନିର୍ମାଣ କାର୍ଯ୍ୟର ଗୁଣାତ୍ମକ ମାନ ଉପରେ ଧ୍ୟାନ ଦେବା ସହ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଥିଲୋ ବିଭିନ୍ନ ବିଭାଗ ସହ ସମନ୍ୱୟ ରକ୍ଷା କରି ଗ୍ରାମୀଣ ବିକାଶ ପାଇଁ ତୃଣମୂଳ ସ୍ତରର ନିର୍ଦ୍ଦିଷ୍ଟ ସମସ୍ୟାଗୁଡ଼ିକର ସମାଧାନ ପାଇଁ ସର୍ଜନାତ୍ମକ ପ୍ରସ୍ତାବମାନ ଦେବା ପାଇଁ ସେ ସଭିଙ୍କୁ ପ୍ରେରିତ କରିଥିଲୋ ଓଡ଼ିଶାର ଜନସାଧାରଣଙ୍କ ପ୍ରତି ସମର୍ପିତ ରହି ବିଭାଗୀୟ କାର୍ଯ୍ୟକୁ ସୁଚାରୁ ରୂପେ ସମ୍ପାଦନ କରିବା ସହ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ଗଠନରେ ନିଜର ଯୋଗଦାନ ଦେବା ମାନ୍ୟବର ମନ୍ତ୍ରୀ ଶ୍ରୀ ନାଏକ ସମସ୍ତଙ୍କୁ ଉତ୍ସାହିତ କରିଥିଲୋ
Imageସମୀକ୍ଷା ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ ବିଭାଗ ଅଧିନରେ ଚାଲିଥିବା ବିଭିନ୍ନ ଯୋଜନା, ନିର୍ମାଣ କାର୍ଯ୍ୟର ଅଗ୍ରଗତି ଆଦି ବିଷୟରେ ମାନ୍ୟବର ମନ୍ତ୍ରୀଙ୍କୁ ଅବଗତ କରାଇଥିଲୋ ଗ୍ରାମ୍ୟ ଉନ୍ନୟନ ବିଭାଗ ଏକ ଟିମ୍ ଭାବରେ କାର୍ଯ୍ୟ କରିବା ସହ ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରଦତ୍ତ ଲକ୍ଷ୍ୟକୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ହାସଲ କରାଯିବା ପାଇଁ ଗ୍ରହଣ କରାଯାଉଥିବା ବିଭିନ୍ନ କାର୍ଯ୍ୟପନ୍ଥା ଓ ଐକ୍ୟବଦ୍ଧ ସଂକଳ୍ପ ବିଷୟରେ ମାନ୍ୟବର ମନ୍ତ୍ରୀଙ୍କୁ ସୂଚିତ କରିଥିଲୋ ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ସଞ୍ଜୀବ କୁମାର ମହାନ୍ତି ପିପିଟି ପ୍ରେଜେଣ୍ଟେସନ୍ ମାଧ୍ୟମରେ ବିଭିନ୍ନ ଡିଭିଜନ୍ ଅଧିନରେ ଚାଲିଥିବା କାର୍ଯ୍ୟ ବିଷୟରେ ଜଣାଇଥିଲୋ ମନ୍ତ୍ରୀ ବିଭିନ୍ନ ଡିଭିଜନ୍ କାର୍ଯ୍ୟ ବିଷୟରେ ସଂପୃକ୍ତ ଯନ୍ତ୍ରୀମାନଙ୍କୁ ପଚାରିଥିଲେ ଓ ଆବଶ୍ୟକୀୟ ନିର୍ଦ୍ଦେଶ ଦେଇଥିଲୋ ଅନ୍ତିମ ପର୍ଯ୍ୟାୟରେ ସ୍ୱତନ୍ତ୍ର ସଚିବ ଶ୍ରୀ ସୁଦର୍ଶନ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲୋ ସମୀକ୍ଷା ବୈଠକରେ ସ୍ୱତନ୍ତ୍ର ସଚିବ ଶ୍ରୀ ସୁବ୍ରତ ପଣ୍ଡା ଓ ବିଭାଗୀୟ ସମସ୍ତ ଅଧିକାରୀ ଓ ଯନ୍ତ୍ରୀମାନେ ଉପସ୍ଥିତ ରହି ଅଂଶଗ୍ରହଣ କରିଥିଲୋ ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଶ୍ରୀ ନାଏକ ଏବଂ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ ସର୍ବୋଚ୍ଚ ଯନ୍ତ୍ରୀ, ଗ୍ରାମ୍ୟ ନିର୍ମାଣଙ୍କ କାର୍ଯ୍ୟାଳୟ ପରିସରରେ ଚାରାରୋପଣ କରିଥିଲୋ

Leave A Reply

Your email address will not be published.