ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ଅଚାନକ ଆହାର କେନ୍ଦ୍ର ପରିଦର୍ଶନ

6
  •  ନିଜେ ଟିକଟ କାଟି ଖାଦ୍ୟ ଖାଇଲେ

  •   ଖାଦ୍ୟରେ ପରିବା କମ ଥିବା ଅନୁଭବ କଲେ ମନ୍ତ୍ରୀ

  •  ଖାଦ୍ୟ ଖାଉଥିବା ଲୋକଙ୍କୁ ଭଲ ମନ୍ଦ ପଚାରି ବୁଝିଲେ

  •  ଆହାର କେନ୍ଦ୍ରର ପରିସ୍କାର ପରିଚ୍ଛନତା ଓ ଖାଦ୍ୟର ଗୁଣବତା ଉପରେ ଗୁରୁତ୍ୱ

  •  ବାସନ ସଫାକରିବା ଯନ୍ତ୍ର ତୁରନ୍ତ ମରାମତି କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର-ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାଃ କୃଷ୍ଣଚନ୍ଦ୍ର ମହାପାତ୍ର ଆଜି କ୍ୟାପିଟାଲ ହସପିଟାଲ ପରିସରରେ ଥିବା ଆହାର କେନ୍ଦ୍ରକୁ ଅଚାନକ ପରିଦର୍ଶନ କରିଥିଲେ । ମନ୍ତ୍ରୀ ଡାଃ ମହାପାତ୍ର ଆହାର କେନ୍ଦ୍ରରେ ପହଂଚିବା ପରେ ଧାଡିରେ ରହି କୁପନ କିଣି ଲୋକଙ୍କ ସହ ବସି ଭୋଜନ କରିଥିଲେ । ଏହି ଅବସରରେ ଭୋଜନ କରୁଥିବା ଲୋକମାନଙ୍କ ସହ ଖାଦ୍ୟର ଗୁଣବତା ସଂପର୍କରେ ପଚାରି ବୁଝିଥିଲେ ଓ ଆହାର କେନ୍ଦ୍ର ସଂପର୍କରେ ସେମାନଙ୍କର ମତାମତ ପଚାରିଥିଲେ । ଆହାର କେନ୍ଦ୍ରର ପରିସ୍କାର ପରିଚ୍ଛନତା ଓ ଖାଦ୍ୟର ଗୁଣବତା ଉପରେ ଗୁରୁତ୍ୱ ଦେବା ସହ ଖରାପ ହୋଇ ଯାଇଥିବା ବାସନ ସଫାକରିବା ଯନ୍ତ୍ର ତୁରନ୍ତ ମରାମତି କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

Imageଏହି ଅବସରରେ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଥିଲେ କି ବନ୍ଦ ହେବନି ଆହାର ଯୋଜନା. କାରଣ ଲୋକଙ୍କ ଆଗ୍ରହ ଅଛି ଗୁରୁତ୍ୱ ଦିଆଯାଉଛି |  ଆହାର ନାମ ପରିବର୍ତ୍ତନ ନେଇ ପରବର୍ତୀ ସମୟରେ ସମୀକ୍ଷା କରାଯିବ. କ୍ୟାପିଟାଲ ହସ୍ପିଟାଲ ଆହର ପରିଦର୍ଶନ ସମୟରେ ଏହି ମତ ରଖିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ମହାପାତ୍ର |  ସୁସ୍ଥ ଓ ପରିଷ୍କାର ପରିସ୍ଥିତିରେ ଗରିବ ଲୋକଙ୍କୁ ପୁଷ୍ଟିକର ଖାଦ୍ୟକୁ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର. ଖାଦ୍ୟ ଲୋକଙ୍କ ସେବା ଉଦେଶ୍ୟରେ ଦିଆଯାଇଛି. ତେଣୁ ଉନ୍ନତ ମାନର ଖାଦ୍ୟ ଯୋଗାଇବାକୁ ପ୍ରାଥମିକତା ରହୁଛି |  କୌଣସି ଅଭିଯୋଗ ରହିଲେ, ବିଏମସି କି ଜିଲ୍ଲପାଳଙ୍କୁ ଜଣାନ୍ତୁ |  ଖାଦ୍ୟରେ ପରିବା କମ ଥିବା ଅନୁଭବ କଲେ ମନ୍ତ୍ରୀ |  ଯେଉଁଥି ପାଇଁ ସ୍ୱୟଂ ସହାୟକ ମାଆ ମାନଙ୍କୁ ସେବା ଉଦେଶ୍ୟରେ ଶ୍ରଦ୍ଧା ଦେଇ ଖାଦ୍ୟ ପରିବେଷଣ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି |  ଦରଦାମ ବୃଦ୍ଧି ଵି ଏହାର କାରଣ ହୋଇପାରେ. କଣ କଲେ ଭଲ ହୋଇ ପାରିବ, ସେ ଦିଗରେ ବିଚାର ହେଉଛି. ରାଜ୍ୟ ସରକାର ୨୩ ଟଙ୍କା ଓ ଲୋକ ୫ ଟଙ୍କା ଦେଉଛନ୍ତି. ଗରିବଙ୍କ ସେବା ଭାବି ଖାଦ୍ୟ ଯୋଗାଇଲେ ଆହୁରି ଭଲ ଖାଦ୍ୟ ମିଳି ପାରିବ. ଏ ନେଇ ସ୍ୱୟଂ ସହାୟକ ମାଆ ମାନଙ୍କ ସହ ଆଲୋଚନା କରିବେ ମନ୍ତ୍ରୀ. ଆଜି ମନ୍ତ୍ରୀ ନିଜେ ଟୋକନ କାଟି ଆହାର ଖାଦ୍ୟ ଖାଇଥିଲେ. ଡଷ୍ଟ ବିନ ଠିକ ସ୍ଥାନରେ ରହିବା ସହ ପରିଷ୍କାର ପରିବେଶ ପାଇଁ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ଵି ନଗର ଉନ୍ନୟନ ମନ୍ତ୍ରୀ ତାଗିଦ କରିଛନ୍ତି

Imageପ୍ରକାଶ ଥାଉକି ୨୦୧୫ ମସିହା ଅପ୍ରେଲ ପହିଲା ପବିତ୍ର ଉତ୍କଳ ଦିବସ ଦିନ ଏହି ସୁଲଭ ରନ୍ଧା ଖାଦ୍ୟ ଯୋଜନା ଆହାର ଆରମ୍ଭ ହୋଇଥିଲା । ବର୍ତମାନ ରାଜ୍ୟର ୧୧୫ ଟି ସହରାଂଚଳରେ ୧୬୮ ଗୋଟି ଆହାର କେନ୍ଦ୍ର ରହିଛି । ସମସ୍ତ ଆହାର କେନ୍ଦ୍ର ଏବଂ କିଚେନ୍ ଆଇ.ଏସ୍‌.ଓ ପ୍ରମାଣପତ୍ର ହାସଲ କରିବା ସହିତ ଜିଇଓ ସଂଯୁକ୍ତ କରାଯାଇଛି । ୧୬୮ ଆହାର କେନ୍ଦ୍ର ମଧ୍ୟରୁ ୬୧ ଗୋଟି କେନ୍ଦ୍ରରେ ରାତ୍ରିକାଳୀନ ଭୋଜନ ବ୍ୟବସ୍ଥା ରହିଛି । ଦୈନିକ ଏକ ଲକ୍ଷ ମିଲ୍ ଯୋଗାଇ ଦିଆ ଯାଉଛି ।

Leave A Reply

Your email address will not be published.