ଖାଉଟିମାନଙ୍କୁ ସଠିକ୍ ପରିମାଣ ଓ ଗୁଣାତ୍ମକ ସାମଗ୍ରୀ ଯୋଗାଣ ଉପରେ ଗୁରୁତ୍ୱାରୋପ
ଭୁବନେଶ୍ୱର,୧୬/୦୭/୨୦୨୪:ରାଜ୍ୟ ଖାଦ୍ୟଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ରାଜ୍ୟର ବିଭିନ୍ନ ପେଟ୍ରୋଲ, ଡିଜେଲ୍ ଏବଂ ଏଲ୍ପିଜି ବିତରକ ଏବଂ ସଂପୃକ୍ତ ଅନ୍ୟାନ୍ୟ ସଂସ୍ଥାର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତିା ନୟାପଲ୍ଲୀସ୍ଥିତ ଓଡ଼ିଶା ରାଜ୍ୟ ଖାଦ୍ୟଯୋଗାଣ ନିଗମ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ବିଭାଗୀୟ ଅଧିକାରୀ, ବିଭିନ୍ନ ରାଷ୍ଟ୍ରାୟତ୍ତ ତୈଳ କମ୍ପାନି-ଓଡ଼ିଶା ଶାଖାର ପ୍ରତିନିଧି, ଉତ୍କଳ ପ୍ରେଟ୍ରୋଲିୟମ୍ ଡିଲର୍ସ ଆସୋସିଏସନ୍ର କର୍ମକର୍ତ୍ତା, ବିଭିନ୍ନ ବିତରକ ସଂଘର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲୋ ଉକ୍ତ ବୈଠକରେ ମନ୍ତ୍ରୀ ଶ୍ରୀ ପାତ୍ର ଖାଉଟିମାନଙ୍କ ସ୍ୱାର୍ଥ ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ ପ୍ରତ୍ୟେକ ଖାଉଟି ଯେଭଳି ସଠିକ ପରିମାଣ ଏବଂ ଗୁଣାତ୍ମକ ତୈଳ ଓ ଗ୍ୟାସ ସାମଗ୍ରୀ ପାଇପାରିବେ ଏହା ଉପରେ ସଂପୃକ୍ତ ବିତରକ ସଂସ୍ଥା ଦୃଷ୍ଟି ଦେବା ଆବଶ୍ୟକା ଏଥି ସହ ଉକ୍ତ ସଂସ୍ଥା ପକ୍ଷରୁ ପ୍ରତ୍ୟେକ ଗ୍ରାହକଙ୍କୁ ଉତ୍ତମ ବ୍ୟବହାର ପ୍ରଦାନ କରିବାକୁ ମନ୍ତ୍ରୀ ଶ୍ରୀ ପାତ୍ର ପରାମର୍ଶ ଦେଇଥିଲୋ ଗ୍ୟାସ ବୁକିଂର ୪୮ ଘଣ୍ଟା ମଧ୍ୟରେ ଖାଉଟିମାନଙ୍କ ନିକଟରେ ଗ୍ୟାସ ପହଞ୍ଚିପାରିବ ସେ ଦିଗରେ ଯନିବାନ ହେବାକୁ ସେ ଗୁରୁତ୍ୱାରୋପ କରିଥିଲୋ ଏହାର ଖିଲାପକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ପାତ୍ର ସୂଚନା ଦେଇଥିଲୋ ଏଥି ସହ ଗ୍ୟାସର କଳାବଜାରୀ ଏବଂ ତୈଳ ସାମଗ୍ରୀରେ ଅପମିଶ୍ରଣ ରୋକିବାକୁ ବିଭିନ୍ନ ସ୍ଥାନରେ ନିୟମିତ ଯାଞ୍ଚ ଜାରି ରଖିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିଲୋ
ଏହି ବୈଠକରେ ବିଭିନ୍ନ ବିତରକ ସଂସ୍ଥାଗୁିକର ସମସ୍ୟା ଏବଂ ଖାଉଟିମାନଙ୍କ ଅଭିଯୋଗଗୁଡ଼ିକର ତ୍ୱରିତ ସମାଧାନ ଉପରେ କାର୍ଯ୍ୟକରିବା ନେଇ ଆଲୋଚନା ହୋଇଥିଲାା ପ୍ରେଟ୍ରୋଲ ଟାଙ୍କିଗୁଡ଼ିକରେ ପାନୀୟ ଜଳ, ଶୌଚାଳୟ ଏବଂ ବିନାମୂଲ୍ୟରେ ଗାଡ଼ିରେ ପ୍ରେସର୍ ଦେବା ବ୍ୟବସ୍ଥାକୁ ଟାଙ୍କି ମାଲିକମାନେ ସୁନିଶ୍ଚିତ କରିବାକୁ ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲୋ
ଆଜିର ବୈଠକରେ ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶ୍ରୀ ସନ୍ତୋଷ ନାୟକ, ଉପନିର୍ଦ୍ଦେଶକ ଶ୍ରୀ ଦୀପକ ଶତପଥୀ, ବୈଧ ମାପ ଓ ଓଜନ ବିଭାଗର ବରିଷ୍ଠ ନିୟନ୍ତ୍ରକ ଶ୍ରୀ ହରିଶଙ୍କର ପଟ୍ଟନାୟକ, ଉତ୍କଳ ପେଟ୍ରୋଲିୟମ୍ ଡିଲର୍ସ ଆସୋସିଏସନ୍ର ସାଧାରଣ ସଂପାଦକ ଶ୍ରୀ ସଂଜୟ ଲାଠ୍, ସଭାପତି ଶ୍ରୀ ବିଶ୍ୱଜିତ ପଟ୍ଟନାୟକଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲୋ