କାର୍ଗିଲ ବିଜୟ ଦିବସ ପାଇଁ କଳିଙ୍ଗ ମୋଟର ସ୍ପୋର୍ଟ୍ସ କ୍ଳବ ଅଭିଯାତ୍ରୀ ଦଳଙ୍କ ଦ୍ରାସ ଗସ୍ତ

5

ଭୁବନେଶ୍ୱର : ୨୫ ତମ କାର୍ଗିଲ ବିଜୟ ଦିବସ ପାଇଁ କଳିଙ୍ଗ ମୋଟର ସ୍ପୋର୍ଟ୍ସ କ୍ଳବ, ଭୁବନେଶ୍ୱର ଦ୍ୱାରା ଏକ ମୋଟର ରା଼ଲ୍ଲୀ ର ଆୟୋଜିତ କରା ଯାଉଛି | ଏହା ଆସନ୍ତା ୨୧ ତାରିଖ ଦିନ ନୂଆ ଦିଲ୍ହୀ ଠାରୁ ଅଟାରି ୱାଘା, ଭାରତ ପାକିସ୍ତାନ ସୀମା, ଶ୍ରୀନଗର ଦେଇ ଦ୍ରାସ ଠାରେ କାର୍ଗିଲ ବିଜୟ ମେମୋରିଆଲ ଠାରେ ପୁଷ୍ପମାଲ୍ୟ ଅର୍ପଣ କରିବ ବୋଲି ବୋଲି କଳିଙ୍ଗ ମୋଟର ସ୍ପୋର୍ଟସ କ୍ଲବର ଜେନେରାଲ ସେକ୍ରେଟାରୀ ରମେଶ ମହାପାତ୍ର ସୂଚନା ଦେଇଛନ୍ତି |
ସୂଚନାଯୋଗ୍ୟ ଯେ ଓଡ଼ିଶାର ୮ ଜଣ ବୀରପୁତ୍ରଙ୍କ ସହିତ ୫୧୯ ଜଣ ବିରପୁତ୍ର, ଏହି ଯୁଦ୍ଧ ରେ ନିଜ ପ୍ରାଣ କୁ ଦେଶ ପାଇଁ ଆହୁତି ଦେଇଥିଲେ ଓ ଆମ ଦେଶକୁ ଜୟଯୁକ୍ତ କରାଇଥିଲେ | ସେହି ବୀରପୁତ୍ର ଙ୍କୁ ସ୍ମରଣ କରି ୨୫ ତମ କାର୍ଗିଲ ବିଜୟ ଦିବସ ପାଇଁ ଭୁବନେଶ୍ୱର ରେ ଥିବା କଳିଙ୍ଗ ମୋଟର ସ୍ପୋର୍ଟ୍ସ କ୍ଳବ ଦ୍ୱାରା ଏହି ମୋଟର ରା଼ଲ୍ଲୀ ଆୟୋଜିତ କରାଯାଇଛି। ଏଥିରେ ୧୭ ଟି ମୋଟର ଗାଡି ଏବଂ ୬୦ ଜଣ ଅଭିଜ୍ଞ ମୋଟର ଚାଳକ ଦେଶର ବିଭିର୍ନ କୋଣରୁ ଆସି ଯୋଗ ଦେବେ, ଏହି ଚାଳକ ଦଳରେ ୧୭ ଜଣ ମହିଳା ଚାଳକ ଅଛନ୍ତି | ଏହି ରା଼ଲ୍ଲୀଟି ୩୦୦୦ କିଲୋମିଟର ପାହାଡିଆ ଏବଂ ଦୁର୍ଗମ ରାସ୍ତା ଅତିକ୍ରମ କରି ଅଗଷ୍ଟ ୨ ତାରିଖ ରେ ଦିଲ୍ଲୀ ଫେରିବ | ଏହି ମୋଟର ଚାଳକ ଦଳ ୱାଘା ବର୍ଡର ଶ୍ରୀନଗର , ଦ୍ରାସ୍, କାର୍ଗିଲ , ବାଟାଲିକ, ଲେହ , ଜିସପା, ମନାଲି ହୋଇ ଆସନ୍ତା ଅଗଷ୍ଟ ୧ ତାରିଖ ଦିନ ଦିଲ୍ଲୀ ପ୍ରତ୍ୟାବର୍ତନ କରିବ |
ଏହି ଅଭିଯାନକୁ ଓଡିଶା ର ଉପମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂଦେଓ ଅଶେଷ ଅଶେଷ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇଛନ୍ତି | ଓଡିଶା ରୁ ଯେଉଁ ୮ ଜଣ ଏବଂ ଅନ୍ୟ ସମସ୍ତ ବୀରପୁତ୍ର ମାନେ କାର୍ଗିଲ ଯୁଦ୍ଧ ରେ ପ୍ରାଣ ହରାଇଥିଲେ ସେମାନଙ୍କୁ ସତ ସତ ପ୍ରଣାମ ଜ୍ଞାପନ କରିଛନ୍ତି |

Leave A Reply

Your email address will not be published.