ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ସିଦ୍ଧି ବିନାୟକ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠାନ “ସହଯୋଗ” ର ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି। ବାର୍ଷିକ ଉତ୍ସବ ପାଳନ ଅବସରରେ ଅନୁଷ୍ଠିତ ଏହି ସଭାରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି, ପଦ୍ମପୁର ଉପଜିଲ୍ଲାପାଳ ଆଲୋକ କୁମାର ପଟେଲ , ଉପଖଣ୍ଡ ଚିକିତ୍ସା ଅଧିକାରୀ ଆଶୁତୋଷ ହୋତା ଏବଂ ପଦ୍ମପୁର ଥାନା ଅଧିକାରୀ ମମତା ନାଏକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନ ର ସଦସ୍ୟଙ୍କୁ ଏହିପରି ସମାଜର ସେବା ମନୋଭାବ ନେଇ ସବୁ କ୍ଷେତ୍ର ରେ ଅଗ୍ରଣୀ ଭୂମିକା ନେବା ପାଇଁ ପ୍ରେରିତ କରିଥିଲେ।ସମ୍ପାଦକ ତାପସ କୁମାର ନାୟକ ଅନୁଷ୍ଠାନ ର ଆରମ୍ଭ ଓ ଲକ୍ଷ୍ୟ ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ।ପରେ ଆୟୋଜିତ ରକ୍ତଦାନ ଶିବିର ରୁ ୪୦ ୟୁନିଟ ରକ୍ତ ସଂଗ୍ରହ ସଂଗୃହୀତ ହୋଇଥିଲା। ସେବା ମନୋଭାବ ପାଇଁ ଶ୍ରୀ ନିରୋଜ ଦୋରା, ଶ୍ରୀ ନିରାକାର ପ୍ରଧାନ, ଶ୍ରୀ ଦ୍ରୋଣ ବେହେରା, ଶ୍ରୀ ସୌଭାଗ୍ୟ ପ୍ରଧାନ, ଶ୍ରୀ ତେଜେନ୍ଦର ସିଂ, ଶ୍ରୀ କିଶୋର ପରିଡା ଙ୍କୁ ସମ୍ମାନିତ କରିଥିବା ବେଳେ ନିଜର ସାମାଜିକ କାର୍ଯ୍ୟ ଏବଂ ଲୋକ ସେବା ମନୋଭାବ କୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ବରଗଡ଼ ଜିଲ୍ଲା ର ଏକ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ନିଷ୍ଠା ପରିବାର ର ସଦସ୍ୟ ମାନଙ୍କୁ ମଧ୍ୟ ସମାଜ ସେବା ପାଇଁ ସମ୍ମାନିତ କରିଥିଲେ। ଆକାଶ ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ଅନୁଷ୍ଠାନ ର ସଭାପତି ମୌସମ ପାଗଡ଼ା ଅତିଥି ପରିଚୟ ଦେବା ସହ ସମସ୍ତଙ୍କୁ ସ୍ୱାଗତ ଜଣାଇଥିବା ବେଳେ ଅନୁଷ୍ଠାନ ର ସମସ୍ତ ସଦସ୍ୟ ଏହି କାର୍ଯ୍ୟକ୍ରମ ରେ ସବିନୟ ନିଜର କାର୍ଯ୍ୟ ତୁଲାଇବା ସହ ସମାଜ ସେବା ପାଇଁ ସର୍ବଦା ସହଯୋଗ ର ନାରା ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post