ଖଇରା/ ବୁଲୁ ଲେଙ୍କା. ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ପରିସରରେ ଖଇରା ପଞ୍ଚାୟତ ସମିତିର ୯ମ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଖଇରା ବ୍ଲକ ର ଅଧ୍ଯକ୍ଷା ଅଭିଲିପ୍ସା ସାହୁଙ୍କ ଅଧ୍ଯକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା ଉକ୍ତ ବୈଠକରେ ଭଦ୍ରକ ସାଂସଦ ଅଭିମନ୍ଯୁ ସେଠୀ, ବିଧାୟକ ପଦ୍ମଲୋଚନ ପଣ୍ଡା, ଜିଲ୍ଲାପରିଷଦ ସଦସ୍ୟ ଗଜେନ୍ଦ୍ର ପ୍ରସାଦ ଦାସ, ସୁଷମା ମହାପାତ୍ର, ରଶ୍ମିତା ମହାପାତ୍ର, ମାନସ କୁମାର ଦାସ, ବିଡ଼ିଓ ଅନନ୍ତ କୁମାର ହାଁସଦା, ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଉତ୍ତମ କୁମାର ସାହୁ, ବି ଏସ ଏସ ଓ ସରୋଜ କୁମାର ନାୟକ, ପିଇଓ ରଞ୍ଜନ କୁମାର ପାଣିଗ୍ରାହୀ ଯୋଗ ଦେଇଥିଲେ G.P.O ପୂର୍ବ ଅଧିବେଶନର ବିବରଣୀ ପାଠ କରିଥିଲେ ଥିଲେ । ୮ମ ଅଧିବେଶନରେ ଗୃହିତ ହୋଇଥିବା ଅଧିକାଂଶ ପ୍ରସ୍ତାବ କାର୍ଯ୍ୟକାରୀ ହୋଇ ନ ଥିବାରୁ ଗୃହରେ କ୍ଷୋଭ ପ୍ରକାଶ କରିଥିଲେ ବିଧାୟକ ଏବଂ ସାଂସଦ । ପ୍ରଥମେ ଅପେଖିତ ଥିବା ସଦସ୍ୟ ସଦସ୍ୟା ଲୋକ ପ୍ରତିନିଧି ମାନଙ୍କୁ ସଭା ଗୃହରେ ଏଜେଣ୍ଡା ଠିକ୍ ଭାବେ ବଣ୍ଟନ କରା ଯାଇନଥିବା ଯୋଗୁଁ ସାଂସଦ ବିଡ଼ିଓଙ୍କୁ ତାଗିଦ୍ କରିଥିଲେ ଏବଂ ଆଗାମୀ ବୈଠକ ରେ ସିଷ୍ଟ ମେଟିକି ହେବା ସହିତ ଶୃଙ୍ଖଳିତ ହେବା ପାଇଁ ପରାମର୍ଶ ଦେଇଥିଲେ , ଆଗାମୀ ଅଧିବେଶନରେ ଏଭଳି ବିଶୃଙ୍ଖଳା ଦେଖାଦେଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ । ଉକ୍ତ ଅଧିବେଶନ ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ଡକା ଯାଇଥିଲେ ମଧ୍ୟ ବହୁ ବିଭାଗୀୟ ଅଧିକାରୀ ଅନୁପସ୍ଥିତ ଥିଲେ । କେଉଁ କାରଣ ପାଇଁ ଅଦ୍ଯ ଅଧିବେଶନରେ ଅନୁପସ୍ଥିତ ରହିଲେ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ପାଇଁ ବିଡ଼ିଓଙ୍କୁ ସାଂସଦ ଓ ବିଧାୟକ ନିର୍ଦ୍ଦେଶ ଦେଇଛନ୍ତି । ଅଧ୍ୟକ୍ଷା, ବିଧାୟକ, ବିଡିଓଙ୍କ ଉପସ୍ଥିତିରେ ଅନ୍ୟ ଏକ ତାରିଖ ଠିକ୍ କରି ସ୍ବତନ୍ତ୍ର ମିଟିଂର ଆୟୋଜନ କରିବା ବିଧାୟକ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଯେଉଁଥିରେ ବିଭିନ୍ନ ସମସ୍ୟାର ବିଷୟବସ୍ତୁକୁ ନେଇ ଆଲୋଚନା ହୋଇ ସମାଧାନର ପନ୍ଥା ବାହାର କରାଯିବ । ଖୁବ୍ ଶୀଘ୍ର ନୂତନ ବି, ଏଲ, ସି ,କମିଟି ଗଠନ କରିବା ନିମନ୍ତେ ଅଧ୍ୟକ୍ଷା ଶ୍ରୀମତୀ ସାହୁଙ୍କୁ ପ୍ରସ୍ତାବ ଦେଇଥିଲେ । ଏଥିରେ ୩୭ ଗୋଟି ପଞ୍ଚାୟତରୁ ଆସିଥିବା ନିର୍ବାଚିତ ଜନ ପ୍ରତିନିଧି ମାନେ ଉପସ୍ଥିତ ବିଭିନ୍ନ ସମସ୍ୟା ବିଷୟରେ ଗୃହରେ ଉପସ୍ଥାପନ କରିଥିଲେ ରପୈୟା ପଞ୍ଚାୟତ ର ସରପଞ୍ଚ କାର୍ଯ୍ୟ ସରିଥିବା ଏକ ଫାଇଲ କୁ ଅଧ୍ୟକ୍ଷା ବିଲ ନକରି ଅଟକ ରଖିଥିବା ର ଅଭିଯୋଗ କରିଥିଲେ ଅଧ୍ୟକ୍ଷା ତାର ଉତ୍ତର ଏହି ଫାଇଲ ଉପରେ ଜନସାଧାରଣଙ୍କ ତରଫରୁ ନିମ୍ନ ମାନର କାମ ଅଭିଯୋଗ ହୋଇଛି କହିଥିଲେ ଏହି ବିଲ ବାବଦରେ ସରଗରମ ଆଲୋଚନା କିଛି ସମୟ ଚାଲିଥିବା ବେଳେ ସାଂସଦ ହସ୍ତ କ୍ଷେପ କରି କହିଥିଲେ ବିଭାଗୀୟ ଯନ୍ତ୍ରୀଙ୍କ ନାମରେ କର୍ଯ୍ୟାଦେଶ ଥିବା ବେଳେ କାର୍ଯ୍ୟ ସରୁ ସରୁ ରାସ୍ତା ଫାଟୁଛି ଏହି କ୍ରମରେ ସାଂସଦ ଙ୍କ ମୁଦେଇ ମୁଦାଲା ଉପାଖ୍ୟାନ ଗୃହକୁ କିଛି ସମୟ ହସର ଖୋରାକ ଯୋଗାଇ ଥିଲା
।ଉକ୍ତ ଅଧିବେଶନରେ ସ୍ବାସ୍ଥ୍ୟ, ଖାଦ୍ୟ, ଜଳସେଚନ, ଉନ୍ନୟନ ମୂଳକ କାର୍ଯ୍ୟ, ପାନୀୟ ଜଳ ଓ ପରିମଳ, ମିଶନଶକ୍ତି ଓ ପଞ୍ଚମ ଅର୍ଥ କମିଶନ, ପଞ୍ଚଦଶ ଅର୍ଥ କମିଶନ ଓ ପଞ୍ଚାୟତ ସମିତି ଅନୁଦାନ ସମ୍ବନ୍ଧୀୟ ଆଲୋଚନା ହେବାକୁ ଥିବା ବେଳେ ଅନେକ ବିଭାଗୀୟ ଅଧିକାରୀଙ୍କ ଅନୁପସ୍ଥିତି ଯୋଗୁଁ ଆଲୋଚନା ଫଳପ୍ରଦ ହୋଇନଥିଲା ।
Sign in
Sign in
Recover your password.
A password will be e-mailed to you.