ଡାବୁଗାଁ ମହେନ୍ଦ୍ରିି ରାସ୍ତା ମରଣଯନ୍ତା, ଶୀଘ୍ର ମରାମତି ଦାବୀ

4

ଡାବୁଗାଁ:ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସଦର ତାରିଣୀ ମନ୍ଦିର ଛକରୁ ମହେନ୍ଦ୍ରିି ଗ୍ରାମ ପର୍ଯ୍ୟନ୍ତ ରାସ୍ତା ମରଣଯନ୍ତା ପାଲଟିଛି। ପୂର୍ତ୍ତ ବିଭାଗ ଅଧିନରେ ଥିବା ଏହି ରାଜ୍ୟ ରାଜପଥ ମୁଖ୍ୟ ରାସ୍ତା ରେ ଖାଲ ଖମା ଥିବାରୁ ଯାତାୟତ ରେ ଅସୁବିଧା ଦେଖା ଦେଇଛି। ନବରଙ୍ଗପୁର ଜିଲ୍ଲା ର ମଧ୍ୟ ଭାଗରେ ଥିବା ଡାବୁଗାଁ ରାଜ୍ୟ ରାଜପଥ ଉପରେ ଉମରକୋଟ, ଝରିଗାଁ, ଚନ୍ଦାହାଣ୍ଡି ଓ ରାଇଘର ବ୍ଲକ ସହ ପୋଡଶି ଛତିଶ ଗଡ ନିର୍ଭର କରୁଛି। ଏହି ରାସ୍ତା ଦେଇ ପ୍ରତିଦିନ ସହ ସହ ଯାନ ଯାତାୟତ କରୁଛି। ତେବେ ପୂର୍ତ୍ତ ବିଭାଗ ଅଧୀନରେ ଥିବା ଏହି ରାଜ୍ୟ ରାଜପଥ ବର୍ତ୍ତମାନ ମରଣ ଯନ୍ତା ପାଲଟିଛି। ଡାବୁଗାଁ ରୁ ମହେନ୍ଦ୍ରିି ପର୍ଯ୍ୟନ୍ତ ରାସ୍ତା ର ବହୁ ସ୍ଥାନରେ ପିଚୁ ଉଠି ଯାଇ ବଡ ବଡ ଗର୍ତ୍ତ ସୃଷ୍ଟି ହୋଇଛି। କିଛି ଦିନ ହେଲା ଅନବରତ ବର୍ଷା ଲାଗି ରହିଥିବାରୁ ଗର୍ତ୍ତ ମାନଙ୍କରେ ବର୍ଷା ଜଳ ଭର୍ତ୍ତି ହୋଇ ଯାଇଛି। ଯୋ ଦ୍ଵାରା ଦୁଇ ଓ ଚାରି ଚକିଆ ଯାନ ଚାଳକ ରାସ୍ତା ସମତୁଲ ଭାବି ଗାଡ଼ି ଚଲାଉଛନ୍ତି ଏବଂ ଦୁର୍ଘଟଣାର ଶିକାର ହେଉଛନ୍ତି। ରାସ୍ତା ଉପରେ ଖାଲଖମା ଯୋଗୁ ପ୍ରତିଦିନ ଛୋଟ ବଡ ଦୁର୍ଘଟଣା ଘଟୁଛି। ବିଶେଷ କରି ଭୈରବ ମନ୍ଦିର ନିକଟ ବନପାଳ ଙ୍କ କାର୍ଯ୍ୟାଳୟ ନିକଟରେ ରାସ୍ତାରୁ ପିଚୁ ଉଠି ଯାଇ ବଡ ବଡ ଗର୍ତ୍ତ ସୃଷ୍ଟି ହୋଇଛି।ଗୋଟିଏ ପାର୍ଶ୍ଵ ଡ୍ରେନେଜ୍ ନ ଥିବାରୁ ରାସ୍ତା ଉପରେ ବର୍ଷା ପାଣି ବହିଯାଇ ରାସ୍ତା ଖରାପ ହେଉଛି। ପୂର୍ତ୍ତ ବିଭାଗ ତରଫରୁ ନାମକୁ ମାତ୍ର ଅଳ୍ପ ମରାମତି କରି ଛାଡି ଦେଉଛନ୍ତି। ଏହି ରାସ୍ତା ଦେଇ ଜିଲ୍ଲାପାଳ ,ବିଭିନ୍ନ ବିଭାଗ ର ଉଚ୍ଚ ପଦସ୍ଥ କର୍ମଚାରୀ ସହ ନେତା ମନ୍ତ୍ରୀ ଯାତାୟତ କରୁଥିଲେ ସୁଦ୍ଧା ସମସ୍ତେ କିଭଳି ଚୁପ୍ ରହୁଛନ୍ତି ତାହା ଡାବୁଗାଁ ବାସୀଙ୍କୁ ଚକିତ କରିଛି। ଗତକାଲି ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଡାବୁଗାଁ ଠାରୁ ପାପଡାହାଣ୍ଡି ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ଅଧୀନରେ ଥିବା ଏହି ରାଜ୍ୟ ରାଜପଥ ମରଣଯନ୍ତା ପାଲଟି ଥିବାରୁ ଶିଘ୍ର ମରାମତି କରିବାକୁ ବିଜେପି ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଶୁଭଜିତ ପାଣିଗ୍ରାହୀ ଅଭିଯୋଗ କରିଥିଲେ। ସେହିପରି ଡାବୁଗାଁ ତାରିଣୀ ମନ୍ଦିର ଛକରୁ ନୂଆଗୁଡା ମାଉସୀ ମା ମନ୍ଦିର ପର୍ଯ୍ୟନ୍ତ ମଧ୍ୟ ରାସ୍ତା ଚଉଡା କରିବାକୁ ଜିଲ୍ଲାପାଳ ଙ୍କ ଅଭିଯୋଗ ପ୍ରକୋଷ୍ଠରେ ଦାବୀ ହୋଇଥିଲା। ଶୀଘ୍ର ପୂର୍ତ୍ତ ବିଭାଗ ତରଫରୁ ଦୃଷ୍ଟି ଦିଆଯାଇ ଡାବୁଗାଁ ରୁ ମହେନ୍ଦ୍ରିି ଓ ଡାବୁଗାଁ ତାରିଣୀ ମନ୍ଦିର ଛକ ରୁ ନୁଆଗୁଡା ମାଉସୀ ମନ୍ଦିର ପର୍ଯ୍ୟନ୍ତ ସମସ୍ତ ଖାଲଖମା ମରାମତି ସହ ଚଉଡା କରିବାକୁ ସାଧାରଣରେ ଦାବି ହୋଇଛି।

Leave A Reply

Your email address will not be published.