ବିଶ୍ୱ ଯୁବ ଦକ୍ଷତା ଦିବସ

6

 ଭବାନୀପାଟଣା:(ଶାସକ ପ୍ରଶାସକ) ଲୋକାର୍ପଣ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଙ୍କ କର କମଳ ରେ ଆଭାସୀ ମାଧ୍ୟମ ରେ ହୋଇ ଯାଇଛି।ଉକ୍ତ କେନ୍ଦ୍ର ରେ ଚଳିତ ଆର୍ଥିକ ବର୍ଷ ରେ ୫୦୦ ପିଲାଙ୍କୁ ତାଲିମ ପ୍ରଦାନ ସହ ନିଯୁକ୍ତି ପ୍ରଦାନ କରିଯିବା ପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଛି । ଭୁବନେଶ୍ୱର ର ବିଶ୍ୱ ଦକ୍ଷତା କେନ୍ଦ୍ର ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା କୌଶଳ ଭବନ, ମୁଖ୍ୟମନ୍ତ୍ରୀ ଦକ୍ଷତା ଫେଲୋସିପ, ମୁଖ୍ୟମନ୍ତ୍ରୀ ଆସପାଇରେ ଆଦି କାର୍ଯ୍ୟକ୍ରମ ର ଲୋକାର୍ପଣ କରାଯାଇଛି, ଉକ୍ତ କାର୍ଯ୍ୟକ୍ରମ ରେ ମାନ୍ୟବର ମନ୍ତ୍ରୀ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ଶ୍ରୀଯୁକ୍ତ ସମ୍ପଦ ଚରଣ ସ୍ୱାଇଁ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ, ଦକ୍ଷତା ବିକାଶ ଏବଂ ନିୟୋଜନ ନିର୍ଦେଶିକା ଶ୍ରୀମତୀ ରଶ୍ମିତା ପଣ୍ଡା ଆଦି ଯୋଗଦାନ କରି ଶିକ୍ଷାର୍ଥୀ ମାନଙ୍କୁ ଉତ୍ସାହିତ କରିଥିଲେ ।କଳାହାଣ୍ଡି ରେ ଏହି କାର୍ଯ୍ୟକ୍ରମ ରେ ମାନ୍ୟବର ସାଂସଦ କଳାହାଣ୍ଡି ଶ୍ରୀମତୀ ମାଳବିକା ଦେବୀ ଯୋଗ ଦେଇ ଜିଲ୍ଲା ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଏବଂ କୃତଜ୍ଞତା ଜ୍ଞାପନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ପି ଅନ୍ଵେଷା ରେଡ୍ଡି, ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ଅଜିତ କୁମାର ଉତ୍ତରାୟ ଯୋଗଦାନ କରିଥିଲେ। ଉଦ୍ଘାଟନ ପରେ ବିଭିନ୍ନ ଦକ୍ଷତା ତାଲିମ କେନ୍ଦ୍ର ର ଶିକ୍ଷାର୍ଥୀ ମାନଙ୍କ ସହ ମାନ୍ୟବର ସାଂସଦ ଓ ଜିଲ୍ଲାପାଳ ମତ ବିନିମୟ କରିଥିଲେ ଓ ବିଭିନ୍ନ ଦକ୍ଷତା ପ୍ରତିଯୋଗିତା ରେ ଉତ୍କର୍ଷ ପ୍ରତିପାଦନ କରିଥିବା ଶିକ୍ଷାର୍ଥୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ରେ ଥିବା ଶାହୀ ଏକ୍ସପୋର୍ଟ, CTTC , ବେଦାନ୍ତ ସ୍କିଲ କେନ୍ଦ୍ର , ଜନ ଶିକ୍ଷଣ ସଂସ୍ଥାନ, DATAPRO ଆଦି ତାଲିମ ପ୍ରଦାନକାରୀ ସଂସ୍ଥା ଯୋଗ ଦେଇଥିଲେ।
ସରକାରୀ ପଲିଟେକ୍ନିକ ର ଅଧ୍ୟକ୍ଷ ଶ୍ରୀ ଅମୁଲ୍ୟ ପଣ୍ଡା, ଶ୍ରୀ ଜ୍ଞାନ ରଞ୍ଜନ ମିଶ୍ର, ସରକାରୀ ଆଇ ଟି ଆଇ ଭବାନୀପାଟଣା ର ଅଧ୍ୟକ୍ଷ ଶିବ ପ୍ରସାଦ ସାମନ୍ତରାୟ , CTTC ରୁ ଶ୍ରୀ ଜୀବନ ଜ୍ୟୋତି ଓଝା, ଶାହୀ ଏକ୍ସପୋର୍ଟ ରୁ ଶ୍ରୀ ପ୍ରଶାନ୍ତ ପାଣିଗ୍ରାହୀ, ଶ୍ରୀ ସୁବାସ ନାୟକ , ବେଦାନ୍ତ ତାଲିମ କେନ୍ଦ୍ର ରୁ ତ୍ରୈଲୋକ୍ୟ ମହାପାତ୍ର , ଜନ ଶିକ୍ଷଣ ସଂସ୍ଥାନ ର ନିର୍ଦେଶକ ଶ୍ରୀ ସୁବ୍ରତ ତ୍ରିପାଠୀ, DATAPRO ରୁ
ଶ୍ରୀ ପ୍ରଭାତ ଚନ୍ଦ୍ର ଗୁପ୍ତା, ଗୁଣନିଧି ଦୁର୍ଗା ଆଦି ଯୋଗ ଦେଇଥିଲେ।ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ମହାପ୍ରସାଦ ଦାସ, ଦକ୍ଷତା ବିକାଶ ଅଧିକାରୀ ଶ୍ରୀ ସୁବିଦିତ ସାମନ୍ତରାୟ, ଜିଲ୍ଲା ଦକ୍ଷତା ବିକାଶ କାର୍ଯ୍ୟାଳୟ ର ଶ୍ରୀ ଲୋକନାଥ ପଟେଲ, ସୁବ୍ରତ ମେହେର, ବିପ୍ଳବ ମାଝୀ , ଜଗବନ୍ଧୁ ରଣା, ଧନେଶ୍ୱର ଶବର, ମନୋଜ କୁମାର ବଗର୍ତି ଆଦି କାର୍ଯ୍ୟକ୍ରମ ପରିଚାଳନା ରେ ସହାୟତା କରିଥିଲେ।ଏହି ସମାରୋହ ରେ ୨୫୦ ରୁ ଉର୍ଦ୍ଧ ଶିକ୍ଷାର୍ଥୀ ଯୋଗଦାନ କରିଥିଲେ.*

Leave A Reply

Your email address will not be published.