କଟକ ତା ୧୩/୦୭/୨୦୨୪ରିଖ(ରଞ୍ଜିତ ମହାପାତ୍ର ): କଟକ ପୁରୀଘାଟ ଛକ ନିକଟରେ ରାଧା ରମଣ ହସ୍ପିଟାଲ ରେ ଭୟାବହ ଅଗ୍ନି କାଣ୍ଡ ଖବର ରୁ ପ୍ରକାଶ ଯେ ଆଜି ପ୍ରାୟ ଅପରାହ୍ନ 3.15ମିନିଟ୍ ସମୟରେ ଅଚାନକ ଅଗ୍ନି କାଣ୍ଡ ହେବାରୁ 17ରୁ ଅଧିକ ରୋଗୀ ନିଜର ଆତ୍ମୀୟ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଅଳ୍ପେକ ମୃତ୍ୟୁ ମୁଖରୁ ବଞ୍ଚିଯାଇଥିଲେ। ପ୍ରଶାସନିକ ସ୍ତରରେ ବହୁ ବିଳମ୍ବ ରେ ଆମ୍ବୁଲାନ୍ସ ଓ ଦମକଳ ବାହୀନି ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାରେ କଟକ ବାରବାଟି ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍ ଓ କଂଗ୍ରେସ ନେତା ମାନସ ଚୌଧୁରୀ ପ୍ରଶାସନିକ ବେଵସ୍ଥା କୁ ଭର୍ତ୍ସନା କରିଥିଲେ। ସେ କହିଥିଲେ କିପରି ଭାବରେ ପ୍ରଶାସନ ଲାଞ୍ଚ ନେଇ ଛତୁ ଫୁଟିଲା ପରି ହସ୍ପିଟାଲ ମାନ ଖୋଲା ଯାଉଛି। ଏ ଥି ପ୍ରତି କାହାର ନଜର ନାହିଁ। ଯଦି ଆଜି କୌଣସି ଅଘଟଣ ଘଟିଥାନ୍ତ ଏଥିପାଇଁ କିଏ ଦାଇ ରହିଥାନ୍ତି। କଟକ ରେ ଏପରି ବହୁ ହସ୍ପିଟାଲ ଅଛି ଯାହାର କୌଣସି କାଗଜ ପତ୍ର ନାହିଁ ଲାଞ୍ଚ ଦେଇକି ହସ୍ପିଟାଲ ଚଳୋଉଛନ୍ତି. ତୁରନ୍ତ କାଯ୍ୟନୁଷ୍ଠାନ ନିଆଗଲେ ରୋଗୀମାନେ ଭଲରେ ଟିଟମେଣ୍ଟ ହୋଇପାରନ୍ତେ. ନହେଲେ ଏଭଳି କେତେ ନିରୀହ ଲୋକ ଓ ଶିଶୁ ମାନଙ୍କର ହାନି ଘଟିବ କହିହେବନି.
Sign in
Sign in
Recover your password.
A password will be e-mailed to you.
Next Post