(ନିଶ୍ଚିନ୍ତକୋଇଲି -ଶାସକ ପ୍ରଶାସକ): ନୂଆ ସରକାର ଆସିବା ପରେ ପ୍ରଥମ କରି ମାହାଙ୍ଗା ନିର୍ବାଚନ ମଣ୍ଡଳୀଙ୍କୁ ଆସୁଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ l ଚଳିତମାସ ୧୮ ତାରିଖ ଦିନ ମୂଖ୍ୟମନ୍ତ୍ରୀଙ୍କ ଗ୍ରସ୍ତ ନେଇ ବିଧାୟକ ସାରଦା ପ୍ରଧାନଙ୍କ ତତ୍ୱାବଧାନରେ ଶନିବାର ଅପରାହ୍ନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l
ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ଉଭୟ ବ୍ଲକର ବହୁ ସଂଗଠକ, ବୁଦ୍ଧିଜୀବୀ ଏବଂ ମୁରବୀ ମାନେ ଆଲୋଚନାରେ ଭାଗନେଇଥିଲେ l ଅହମଦବକ୍ସ ହାଇସ୍କୁଲ ର ହୀରକ ଜୟନ୍ତୀ ସମାରୋହରେ ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥିଭାବେ ଯୋଗଦାନ ପାଇଁ ସ୍ୱୀକୃତି ପ୍ରଦାନ କରିଥିବା ବେଳେ, ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଶିଷ୍ଟ ଅତିଥି ଭାବେ ଉତ୍ସବରେ ଯୋଗଦେବା ସମ୍ପର୍କରେ ବିଧାୟକ ଶ୍ରୀ ପ୍ରଧାନ ସୂଚନା ଦେଇଥିଲେ l ଆସନ୍ତା ୧୮ ତାରିଖ ଦିନ ପ୍ରଥମ କରି ମାହାଙ୍ଗା ଗସ୍ତ କରିବେ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ l ତାଙ୍କ ସହିତ ଆସିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ l
ଏନେଇ ଚଳଚଂଚଳ ହୋଇଉଠିଛି ମାହାଙ୍ଗା ନିର୍ବାଚନ ମଣ୍ଡଳୀ l ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀଙ୍କ ସହିତ ଆମନ୍ତ୍ରିତ ଅତିଥି ମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ସମସ୍ତ ପ୍ରସ୍ତୁତି ଜାରି ରହିଛି l ଉତ୍ସବରେ କିଭଳି ଭାବେ ବହୁ ସଂଖ୍ୟାରେ ଲୋକମାନେ ଉପସ୍ଥିତ ରହିବା ସହ ଶାନ୍ତିଶୃଙ୍ଖଳା ସହ ସଭାକୁ ସାଫଲ୍ୟ ମଣ୍ଡିତ କରାଯିବ ସେନେଇ କର୍ମୀ ଓ ଆୟୋଜକ ମାନଙ୍କ ସହ ବିସ୍ତୃତ ଆଲୋଚନା କରଯାଇଥିଲା l
Sign in
Sign in
Recover your password.
A password will be e-mailed to you.
Next Post