ଖଲ୍ଲିକୋଟ ବିଜେପି ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ,ଓ ଆସ୍କା ଲୋକସଭା ସାଂସଦ ଅନୀତା ଶୁଭଦର୍ଶୀନୀଙ୍କ ବିଜୟ ଅବସରରେ ଖଲ୍ଲିକୋଟ ସହର ପରିକ୍ରମା ।
(ଶାସକ ପ୍ରଶାସକ /ଖଲ୍ଲିକୋଟ ରୁ ଶିବରାମ ଜେନା: ପବିତ୍ର ଘୋଷଯାତ୍ରା ଅବସରରେ ଖଲ୍ଲିକୋଟ ସହର ଚଳଚଞ୍ଚଳ ହୋଇପଡିଛି। ଏଅଵସରରେ ଆଜି ସ୍ଥାନୀୟ ଖଲ୍ଲିକୋଟ ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଓ ଆସ୍କା ଲୋକସଭା ସାଂସଦ ଅନିତା ଶୁଭଦର୍ଶୀନି ପଟ୍ଟନାୟକ ଙ୍କ ସମେତ ଅନ୍ୟାନ୍ୟ ମାନଙ୍କ ମଧ୍ୟରେ ଶ୍ରୀଅନୀଲ କୁମାର ପଣ୍ଡା, ଯଜ୍ଞ ନାରାୟଣ ଦାସ, ଶଙ୍କର ପ୍ରସାଦ ନାହାକ, ଜଗନ୍ନାଥ ଭୂୟାଁ ଙ୍କ ସମେତ ଅନ୍ୟାନ୍ୟ ବହୁ ସଂଖ୍ୟକ ଦଳୀୟ କର୍ମୀ ତଥା ନେତା ମାନେ ବିଜୟର ଶୁଭ ବାର୍ତ୍ତା କୁ ନେଇ ସହର ପରିକ୍ରମା କରିବାସହ ଜନସାଧାରଣ ଙ୍କ ପାଖରେ ବିଶ୍ଵାସ ଭାଜନ ହୋଇ ଥିବା ଜଣାପଡ଼ିଛି।
ଏକ୍ଷେତ୍ରରେ ଆମର ଆସ୍କା ଲୋକସଭା ସାଂସଦ ଅନୀତା ଶୁଭଦର୍ଶୀନୀ ଗୁଣ୍ଡିଚା ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରି ତିନି ଠାକୁରଙ୍କୁ ଦର୍ଶନ କରିଛନ୍ତି । ଖଲ୍ଲିକୋଟ ଜଗନ୍ନାଥ ମନ୍ଦିର ର ଉନ୍ନତି ମୂଳକ କାର୍ଯ୍ୟକ୍ରମ କୁ ଆଗେଇ ନେବାକୁ ଜଗନ୍ନାଥଙ୍କ କୃପା ଭିକ୍ଷା କରିଥିଲେ । ଆଜି ସ୍ଥାନୀୟ ଖଲ୍ଲିକୋଟ ର ଗୁଣ୍ଡିଚା ମନ୍ଦିର ପରିସରରେ ମନ୍ଦିର ସମୂହ କାର୍ଯ୍ୟାଳୟ ପକ୍ଷରୁ ଆଧ୍ୟାତ୍ମିକ ସାଂସ୍କୃତିକ ସଂଧ୍ୟା ଭଜନ ସମାରୋହ ର ଆୟୋଜନ କରାଯାଇଥିଲା। ବହୁସଂଖ୍ୟକ ଭକ୍ତଙ୍କ ଭିଡ ଲାଗିରହିଥିବା ବେଳେ ଭଜନ ସନ୍ଧ୍ୟା ରେ ଜନସମାଗମ ବେଶ୍ ସରଗରମ ଥିଲା।
