ଓଡ଼ିଆ ସାହିତ୍ୟାକାଶର ଜଣେ ଉଜ୍ଜ୍ୱଳ ନକ୍ଷତ୍ର ଥିଲେ ଦିବଙ୍ଗତ ବୀରେନ୍ଦ୍ର କୁମାର ଦାସ !!

5

 ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ଆନୁକୁଲ୍ୟରେ ଅନୁଷ୍ଠିତ ଶୋକ ସଭାରେ ଉପାନ୍ତପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଅଧ୍ୟକ୍ଷତା ଅନୁଷ୍ଠିତ ହୋଇଯାଇଛି।
ଜଣେ ଦକ୍ଷ , ସଚ୍ଚୋଟ , ସରଳ , ଜନପ୍ରିୟ ଜିଲ୍ଲା ବରିଷ୍ଠ ପ୍ରଶାସକ ତଥା ଓଡ଼ିଆ ଅସ୍ମିତା ସୁରକ୍ଷାର ଜଣେ ଜାଗ୍ରତ ପ୍ରହରୀ ଭାବେ ଦିବଙ୍ଗତ ଦାସ ଥିଲେ ସମାଜ ପାଇଁ ଏକ ବିରଳ ଉଦାହରଣ ବୋଲି ଅକାଳରେ ଚାଲିଯାଇଥିବା ବୀରେନ୍ଦ୍ର ମହାଶୟଙ୍କୁ ମନେପକାଇ ଥିଲେ।
ତାଙ୍କର ସ୍ବରଚିତ କବିତା ଗୁଚ୍ଛ ଆହତ ମୂର୍ଚ୍ଛନା ଓ ନିଷିଦ୍ଧ କାବ୍ୟ (ପ୍ରକାଶିତ) ସଭାରେ ମୁଖ୍ୟ ଆଲୋଚ୍ୟ ବିଷୟ ଥିଲା। ବିଚିତ୍ରାନନ୍ଦ ବେବର୍ତ୍ତା , ଡ. ବିଧୂତ୍ ଶେଖର ମିଶ୍ର , ଡ.କଲ୍ୟାଣୀ ମିଶ୍ର , ଆଶାଲତା ପାଣିଗ୍ରାହୀ , ସ୍ଵର୍ଣ୍ଣ ପ୍ରଭା ପାଠୀ , ମଲିକାର୍ଜୁନ ପଟ୍ଟନାୟକ , ଭାଗବତ ପାଢ଼ୀ , ବିନୋଦଚନ୍ଦ୍ର ଜେନା , ପ୍ରମୋଦ ଚନ୍ଦ୍ର ପାଢ଼ୀ , ଶରତ ଚନ୍ଦ୍ର ସାହୁ ପ୍ରଭୃତି ଏହି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦାନ କରି ଆମର ଆତ୍ମା ର ସଦଗତି କାମନା କରିଥିଲେ।

Leave A Reply

Your email address will not be published.