ଜଗତସିଂହପୁର,ତା-୧୨.୦୭.୨୦୨୪/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜ଼ିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୁଲ୍ୟରେ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶତ୍ରୁଘ୍ନ ଦାଶଙ୍କ ଅଧ୍ୟକ୍ଷତାରେ ଡାକ୍ତର ଖାନା ପରିସରରେ ଗ୍ରାମ କରତୁଠ, କୁଜଙ୍ଗର ଗୋଲେଖ ଜୟସିଂହ, ବିଦ୍ୟାଧର ଷେଣ୍ଢ ପାଇକ ଆଖଡା, ର ସଭାପତିଙ୍କ ଦ୍ୱାରା ଏକ ଚକୁଳିଆ ପଣ୍ଡା ଅଭିନୟ ମାଧ୍ୟମରେ ଡେଙ୍ଗୁ ମ୍ଯାଲେରିଆ ଓ ଡାଇରିଆ ରୋଗର ପ୍ରତିକାର ଓ ନିରାକରଣ ନିମନ୍ତେ କିଭଳି ପଦକ୍ଷେପମାନ ବ୍ୟକ୍ତିବିଶେଷ ଓ ସାମାଜିକ ସ୍ତରରେ ନେବା ଉଚିତ୍ ସେ ସମ୍ପର୍କରେ ସଚେତନ କରାଇଥିଲେ।ତାଙ୍କୁ ଏହି ଅଭିନୟରେ ସାରଦା ପ୍ରସାଦ ଦାସ ସହଯୋଗ କରିଥିଲେ।ଘର ଚାରିପାଖକୁ ସଫI ରଖିବା ସହ ନଡ଼ିଆ ଖୋଳ, ଭଙ୍ଗା ପ୍ଲାଷ୍ଟିକ୍, ଟାୟାର୍, ଇତ୍ଯାଦି ମଧ୍ୟ ସଫା କରିବା. କାରଣ ଡେଙ୍ଗୁ ଏଡିସ୍ ମଶା ଦ୍ଵାରା ହୋଇଥାଏ, ଏହି ମଶା ନିର୍ମଳ ପାଣି ଜମିଥିବା ସ୍ଥାନରେ ବଂଶ ବୃଦ୍ଧି କରିଥାନ୍ତି I ଏ ମଶା ଦିନବେଳେ କାମୁଡ଼େ, ସେଇପରି ବାସୀ ଖାଦ୍ୟ, ମାଛି ବସିଥିବା ଖାଦ୍ୟ ଓ ଅପରିଷ୍କାର ପାଣି ପିଇବା ଦ୍ଵାରା ଡାଇରିଆ ହୋଇଥାଏ I ତେଣୁ ଏଥିପ୍ରତି ସଚେତନ ହେବା ସହ ଅନ୍ୟ ମାନଙ୍କୁ ସଚେତନ କରିବା ଆମ ସମସ୍ତଙ୍କର ଦାୟିତ୍ଵ I ମଶାରୀ ଟାଙ୍ଗି ଶୋଇବା, ଦିନବେଳେ ସକାଳୁ ଫୁଲ ତୋଳିବାକୁ ଗଲେ ଫୁଲ୍ ଡ୍ରେସ୍ ପରିଧାନ କରିବା ଇତ୍ଯାଦି ବିଷୟରେ ଲୋକମାନଙ୍କୁ ସଚେତନ କରାଯାଇଥିଲା I
ଆଶା ଦିଦି ମାନେ ଘରକୁ ଘର ଯାଇ ସଚେତନ କରାଉଛନ୍ତି, ତାଙ୍କ କଥା ମାନିବା I କୌଣସି ବ୍ୟକ୍ତି, ପିଲା, ମହିଳା ଜ୍ଵରରେ ପଡ଼ନ୍ତି, ତେବେ ଏଣୁତେଣୁ ଜାଗାରୁ ଔଷଧ କିଣି ନ ଖାଇ ଆଶା କିମ୍ବା ଏ. ଏନ୍. ଏମ୍ ଦିଦି ଙ୍କ ପାଖରେ ରକ୍ତ ପରୀକ୍ଷା କରିନିଅନ୍ତୁ, ଆବଶ୍ୟକ ହେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ I ଯଦ୍ୱାରା ନିଜେ ସୁସ୍ଥ ରହିବା ସହ ସମସ୍ତଙ୍କୁ ସୁସ୍ଥ ରଖିପାରିବେ I ଏହି କାର୍ଯ୍ୟକ୍ରମରେ ଡିପିଏମ୍ ଚକ୍ର ଧର ଜେନା, ଏ ଡି ପି ଏଚ୍ ସି ଓ ସଚଳା ମହାନ୍ତି, ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ, ହସ୍ପିଟାଲ ମ୍ୟାନେଜର୍ ସସ୍ମିତା ସାହୁ, ନର୍ସିଂ ଅଫିସର ମାନଙ୍କ ସହ ହସ୍ପିଟାଲକୁ ଆସିଥିବା ଲୋକମାନେ ଓ ହସ୍ପିଟାଲର ଅନ୍ୟIନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ I
Sign in
Sign in
Recover your password.
A password will be e-mailed to you.