ଦୁଇଟି ପାର୍କ ଉଦଘାଟନ କଲେ ବିଧାୟକ

5

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ସ୍ଥାନୀୟ ପୁରୁଣା ଗୁଣପୁର ଠାରେ ୩ଏକର ପରିମିତ ଜମି ଉପରେ ହୋଇଥିବା ସ୍ମାର୍ଟପାର୍କ କୁ ଆଜି ବିଧାୟକ ସତ୍ଯଜିତ୍ ଗମାଙ୍ଗ ଉଦଘାଟନ କରିଛନ୍ତି। ଏଥିସହ କଣ୍ଡା ବାଉରୀ ସାହିରେ ୧୯ ଲକ୍ଷ ଟଙ୍କାରେ ତିଆରି ହୋଇଥିବା ଭିବିକେ ଦେଓ ମିନି ପାର୍କ ର ମଧ୍ୟ ଉଦଘାଟନ କରିଛନ୍ତି ବିଧାୟକ। ଏଥିସହ ପୌର ଅଧ୍ୟକ୍ଷା ମମତା ଗୌଡ ଓ ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ ଉପସ୍ଥିତ ଥିଲେ। କୋଭିଡ୍ ପୁର୍ବରୁ ଏକକୋଟି ବ୍ଯୟରେ ପୁରୁଣା ଗୁଣପୁର ପାର୍କ ନିର୍ମାଣ ହୋଇଥିଲେ ମଧ୍ୟ ଉଦଘାଟନ ହୋଇନପାରି ଅନେକ ସାମଗ୍ରୀ ନଷ୍ଟ ହୋଇ ଯାଇଥିଲା। ଏବେ ପୁଣି ୧୫ ଲକ୍ଷ ଟଙ୍କା ଖର୍ଚ୍ଚରେ ଉକ୍ତ ପାର୍କର ନବକଳେବର କରାଯାଇ ବରିଷ୍ଠ ନାଗରିକ ମାନେ ଚାଲିବା ପାଇଁ ସୁବିଧା ରହିଛି, ଯୁବକ ମାନେ ଜିମିଂ କରିବା ପାଇଁ ସୁବିଧା, ଅନେକ ସ୍ଥାନରେ ଫାଉଣ୍ଟେନ, ପିଲାଙ୍କ ଖେଳିବା ପାଇଁ ବିଭିନ୍ନ ସାମଗ୍ରୀ ରହିଛି। ଆଗାମି ଦିନରେ ଏହି ପାର୍କରେ ଟଏଟ୍ରେନର ସୁବିଧା କରିବାର ଯୋଜନା ରହିଥିବା କର୍ତ୍ତୃପକ୍ଷ କହିଛନ୍ତି। ଏହି କାର୍ଯ୍ୟକ୍ରମକୁ ନିର୍ବାହ ଅଧିକାରୀ ମନୋଜ କୁମାର ତାଣ୍ଡି ପରିଚାଳନା କରିଥିଲେ। ସହକାରୀ ଜନ୍ତ୍ରୀ ବିଶ୍ବନାଥ ସାରକା, କାଉନସିଲର ଭାଗିରଥି ବିଶ୍ବୋୟୀ, ପ୍ରମୋଦ ଦାସ, ସୁଲୋଚନା ପ୍ରଧାନ, ରଷ୍ମିତା ପଟ୍ଟନାୟକ, ଲଳିତା ଶବର ପ୍ରମୁଖ ଉପସ୍ଥିତ ଥିଲେ।

 

Leave A Reply

Your email address will not be published.