ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ଗୁଣୁପୁର ଓକିଲ ସଂଘର ସଦସ୍ୟ ସାମିଲ

5

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ଆଜି ସ୍ଥାନୀୟ ଜଗନ୍ନାଥ ମନ୍ଦିର ନିକଟରେ, ଗୁଣୁପୁର ଓକିଲ ସଂଘର ସଦସ୍ୟ ମାନେ, 75 ତମ ବନ ମହୋତ୍ସବ ରେ ସାମିଲ ହୋଇ “ମାଁ ପାଇଁ ଗଛଟିଏ” କାଯ୍ୟକ୍ରମରେ ଚାରରୋପଣ କରିଥିଲେ। ସଂଘର ସଭାପତି ଦେଵୀ ପ୍ରସାଦ ଆଚାର୍ଯ୍ୟ, ସଂପାଦକ ଇନ୍ଦ୍ରାକ୍ଷୀ ପ୍ରସାଦ ଦାଶ, ବରିଷ୍ଠ ସଦସ୍ୟ ଉମା ଚରଣ ପଟ୍ଟନାୟକ, ଫଣି ଭୂଷଣ ପଟ୍ଟନାୟକ, ଗଣେଶ ପଣ୍ଡା, ବିଶ୍ୱନାଥ ସାହୁ, ହିମକାନ୍ତ ମହାପାତ୍ର, ଏସ ଶିବାଜୀ, ମୁନା ଶବର,ନିଖିଲ ପାତ୍ର ,ମିହିର ପଟ୍ଟନାୟକ ଓ ସୁରଜ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ମାଁ ଙ୍କ ନାମରେ ଗୋଟିଏ ଗୋଟିଏ ଚାରାରୋପଣ କରିଥିଲେ ଏହି ଅବସରରେ ଗୁଣୁପୁର ବନ ବିଭାଗର ବନପାଳ ଶିବାନୀ ପାତ୍ର , ବନରକ୍ଷୀ ସସ୍ମିତା କୁମାରୀ ପାତ୍ର ,ସ୍ୱପ୍ନା ବାଉରୀ , ରାମ କୃଷ୍ଣ ନାୟକ ,ରତ୍ନମାଳା ହିଆଲା ଓ ସୂର୍ଯ୍ୟ ନାରାୟଣ ମହାଙ୍କୁଡ ପ୍ରମୁଖ ଉପସ୍ଥିତ ରହିଥିଲେ । ପ୍ରତ୍ୟେକ ବ୍ୟକ୍ତିଙ୍କୁ , ନିଜ ନିଜ ମାଆ ଙ୍କ ଉଧ୍ୟେଶ୍ୟରେ ଗୋଟିଏ ଗୋଟିଏ ଚାରା ରୋପଣ କରିବାକୁ ଓକିଲ ସଙ୍ଘ ସମ୍ପାଦକ ଇନ୍ଦ୍ରାକ୍ଷୀ ଦାଶ ଆହ୍ବାନ କରିଥିଲେ। ଏହି ଭଳି ଚାରରୋପଣ କାର୍ଯ୍ୟକ୍ରମକୁ ଜନ ସାଧାରଣ ଭୂୟସି ପ୍ରଶଂସା କରିଥିଲେ।

 

Leave A Reply

Your email address will not be published.