ଦାସିଆ ଅଜାଙ୍କ ୧୧୭ ତମ ଜନ୍ମ ସ୍ମାରକୀ ଅବସରରେ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ

5

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ,ପ୍ରଖ୍ୟାତ ସଂଗ୍ରାହକ ତଥା ନୟାଗଡ଼ ମାଟିର ଗର୍ବ ଓ ଗୌରବ ଏବଂ ସମସ୍ତଙ୍କ ପ୍ରିୟ ଦାଶରଥି ପଟ୍ଟନାୟକ ଓରଫ ଦାସିଆ ଅଜାଙ୍କ ୧୧୭ତମ ଜନ୍ମ ଜୟନ୍ତୀ ଅବସରରେ ଦାସିଆ ଅଜା ସ୍ମୃତି କମିଟି ଏବଂ ଦାସିଆ ପ୍ରେମୀ ସଂଗଠନ ସମୂହଙ୍କ ମିଳିତ ଆନୁକୂଲ୍ୟରେ କଚେରୀ ବଜାର ସ୍ଥିତ ତାଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ସହିତ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଦାସିଆ ଅଜା ଅମର ରହେ,ଦାସିଆ ଅଜା ଆମ ପ୍ରଣାମ ଘେନ ଆଦି ସ୍ଲୋଗାନରେ ସ୍ଥାନୀୟ ପରିବେଶ ପ୍ରକମ୍ପିତ ହୋଇ ଉଠିଥିଲା । ସ୍ମୃତି କମିଟି ଅଧ୍ୟକ୍ଷ ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ପୌରହିତ୍ୟରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ନୟାଗଡ଼ ପୌରପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ,ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା,ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ, କାଉନସେଲର ଲକ୍ଷ୍ମୀଧର ମହାପାତ୍ର, ଜାନକୀ ବଲ୍ଲଭ ଜେନା,ସମାଜସେବୀ ଦାମୋଦର ସାହୁ,ଅରୁଣ କୁମାର ମହାନ୍ତି,ରୋଟାରୀ କ୍ଲବ ସଭାପତି ଶ୍ରୀକାନ୍ତ ଖଟେଇ,ରୋଟାରିଆନ ଶ୍ରୀଧର କୁମାର ସାହୁ,ପ୍ରାଧ୍ୟାପକ ଡ ବିଜୟ କୁମାର ଚୌଧୁରୀ,ବରିଷ୍ଠ ନାଗରିକ ଗୋଦାବରୀଶ ସାହୁ,ଗୋଦାବରୀଶ ମିଶ୍ର,ଦୁର୍ଯ୍ୟୋଧନ ସାହୁ,ନିରଞ୍ଜନ ମିଶ୍ର,ଭାରତ ବିକାଶ ପରିଷଦ ସଦସ୍ୟ ହରେକୃଷ୍ଣ ସାହୁ, ଅନାଦି ଚରଣ ମହାନ୍ତି,ପ୍ରଦୀପ କୁମାର ସାହୁ,ଡ. ନିର୍ମଳ ଶୂରଦେଓ,ଶ୍ରମିକ ନେତା ବିଶ୍ୱନାଥ ମହାପାତ୍ର,ପ୍ରତାପ ନନ୍ଦ, ଚନ୍ଦ୍ରାବିଜୟୀ ମିଶ୍ର,ଲକ୍ଷ୍ମୀଧର ସାହୁ,ରଞ୍ଜନ ରଶ୍ମି ଜେନା ପ୍ରମୁଖ ଯୋଗଦାନ କରି ପୁଷ୍ପମାଲ୍ୟ ଏବଂ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।  ରାମକୃଷ୍ଣ ଆଦର୍ଶ ଶିକ୍ଷା କେନ୍ଦ୍ର ପକ୍ଷରୁ ସ୍କାଉଟ ଛାତ୍ରଛାତ୍ରୀ ଏବଂ ଗୁରୁ ମା ମାନେ ସହଯୋଗ କରିଥିବା ବେଳେ ଅଧ୍ୟକ୍ଷ ଶ୍ରୀଧର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ସୂଚନା ଯୋଗ୍ୟ ଯେ ସମସ୍ତଙ୍କ ପ୍ରିୟ ଦାସିଆ ଅଜା ଭାବେ ସମଗ୍ର ଜନମାନସରେ ପରିଚିତ ସ୍ୱର୍ଗତ ଦାଶରଥି ପଟ୍ଟନାୟକ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ଉଦୟପୁରଠାରେ ୧୯୫୯ ମସିହାରେ ବାଞ୍ଛାନିଧି ପାଠାଗାର, ୧୯୭୩ ମସିହାରେ ଶ୍ରୀଅରବିନ୍ଦ ସଂଗ୍ରହାଳୟ ଏବଂ ୧୯୭୫ରେ ଯଦୁମଣି ସାହିତ୍ୟ ସଂସଦ ପ୍ରତିଷ୍ଠା କରିଥିଲେ । ସେ ୧୯୯୭ ମସିହା ସେପ୍ଟେମ୍ବର ମାସ ୧୨ ତାରିଖ ଦିନ ନିଜ ଗ୍ରାମରେ ଇହଲୀଳା ସମ୍ବରଣ କରିଥିଲେ ।

Leave A Reply

Your email address will not be published.