ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପଞ୍ଚାୟତ ସାଧନା କେନ୍ଦ୍ର ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳିତ ହୋଇଯାଇଛି।
ଏହି ଅବସରରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଜିଲ୍ଲା ମତ୍ସ୍ୟ ବିଭାଗ ଅଧିକାରୀ ଶ୍ରୀମତୀ ଲିଶା ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର ମିଞ୍ଜ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଉପ ନିର୍ଦ୍ଦେଶକ ଉଦ୍ୟାନ ବିଭାଗ ଶ୍ରୀ ସୁଶାନ୍ତ ରଞ୍ଜନ ଦାସ , ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀଯୁକ୍ତ ବଳରାମ ସୁବଧି , ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼.ରମାକାନ୍ତ ରଣା , ସିୟୁଟିଏମର ସହକାରୀ ପ୍ରଫେସର ପିତମ୍ ତ୍ରିପାଠୀ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଏହି ଦିବସ ପାଳନର ଆଭିମୁଖ୍ୟ ସମ୍ପର୍କରେ ଅଲୋକପାତ କରିଥିଲେ।
ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମିଞ୍ଜ ମତ୍ସ୍ୟ ଚାଷୀଙ୍କୁ ଅଳ୍ପ ଅର୍ଥ ବିନିଯୋଗ କରି ଅଧିକ ଲାଭ କରିବା ପାଇଁ ଚାଷୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଗଜପତି ଜିଲ୍ଲାରେ ସବୁଠାରୁ ଅଧିକ ମାଛ ଚାଷ ଉତ୍ପାଦନ ହୋଇପାରିବ। ମତ୍ସ୍ୟ ଚାଷ କରିବା ଦ୍ଵାରା ଚାଷୀ ଭାଇ ଭଉଣୀ ମାନେ ଅଧିକ ଲାଭବାନ ପାଇପାରିବେ। ଏଥିସହିତ ମତ୍ସ୍ୟ ଚାଷୀ ନୂତନ ଜ୍ଞାନ କୌଶଳ ପଦ୍ଧତି ଆପଣାଇବା ସହ ତଳିଆ ଜମିରେ ମାଛ ଚାଷ କରି ମତ୍ସ୍ୟ ପୋଖରୀ ନିର୍ମାଣ ଏବଂ ମହିଳା ସଶକ୍ତିକରଣ ଓ ବିକାଶ ଉପରେ ଗୁରୁତ୍ୱ ଆରୋପ କରିଥିଲେ।
ସେହିପରି ଜିଲ୍ଲାର ଅଗ୍ରଣୀ ମତ୍ସ୍ୟ ଚାଷୀ ଗୁମ୍ମା ବ୍ଲକର ଏନ୍.ଜଗା ରାଓ ଓ ଜଗନ୍ନାଥ ନାୟକ , ରାୟଗଡ଼ ବ୍ଲକର ରବୀନ୍ଦ୍ରନାଥ ଚୌଧୁରୀ ଓ ତପଶ୍ୱନି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଜିଲ୍ଲାରେ ଉଦୀୟମାନ ମତ୍ସ୍ୟ ଚାଷୀ ଭାବେ ଅତିରିକ୍ତ ଜିଲ୍ଲାପାଳ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।
ଏହି କାର୍ଯ୍ୟକ୍ରମକୁ ସହକାରୀ ମତ୍ସ୍ୟ ଅଧିକାରୀ ଶ୍ରୀ କିଶୋର ଚନ୍ଦ୍ର ପତି ପରିଚାଳନା କରିଥିବା ବେଳେ ବିଭାଗୀୟ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.