କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲା ଗୁଣପୁର ର ବୈଶ୍ଯସଂଘ : ରେଳପଥ ସଡକପଥ ଓ ତୀର୍ଥକ୍ଷେତ୍ର ର ବିକାଶ ପାଇଁ ଦାବି

6

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି; ଗୁଣପୁର କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ତଥା ପୋଡଶୀ ଶ୍ରୀକାକୁଲମ ସାଂସଦ କେ. ରାମମୋହନ ନାଇଡୁଙ୍କୁ ଗୁଣପୁର ଯୁବ ବୈଶ୍ଯସଂଘ ର କର୍ମକର୍ତ୍ତା ମାନେ ଭେଟି ଆଜି ସିମାନ୍ତ ଅଞ୍ଚଳର ବିଭିନ୍ନ ଦାବି ଉପସ୍ଥାପନ କରିଛନ୍ତି। ବିଶେଷ କରି ହାଇଦ୍ରାବାଦ ଠାରୁ ବିଶାଖାପାଟଣା ଆସୁଥିବା ଗରିବ ରଥ ଟ୍ରେନ୍ କୁ ଗୁଣପୁର ଯାଏଁ ସଂପ୍ରସାରଣ, ଗୁଣପୁର ଥେରୁବାଲି ରେଳ ପ୍ରକଳ୍ପ ତ୍ବରାନ୍ବିତ କରିବା, ଲିହୁରୀ ତୀର୍ଥକ୍ଷେତ୍ର ସହ ଲିହରୀ ଷ୍ଟେସନ ର ଉନ୍ନତିକରଣ କରି ଓଡିଶା ପଟରୁ ଯାତାୟତ ସୁବିଧା କରିବା, ବାତିଲି ଦେଇ ବିଶାଖାପାଟଣା ଯାଏଁ କଦର୍ଯ୍ୟ ଅବସ୍ଥାରେ ରହିଥିବା ରାସ୍ତାକୁ ଚାରି ଥାକିଆ ରାସ୍ତା ନିର୍ମାଣ କରିବା ସହ ଉକୁମ୍ବା ଠାରେ ରହିଥିବା ବିମାନ ଚଳାଚଳ ବିଭାଗର ୨୭ ଏକର ପରିମିତ ଜମିକୁ ଜବରଦଖଲ ମୁକ୍ତ କରି ବିଭାଗିୟ କାର୍ଯ୍ଯରେ ଉପଯୋଗ କରିବାକୁ ଦାବିପତ୍ର ଦେଇଥିଲେ। ମନ୍ତ୍ରୀ ଙ୍କ ଶ୍ରୀକାକୁଲମ ବାସଭବନ ରେ ଭେଟି ଏହି ଆଲୋଚନା କରିଥିବା ବୈଶ୍ଯ ସଂଘର ପ୍ରତିନିଧି ଦଳର ବିଭିନ୍ନ ଦାବି ଉପରେ ଗୁରୁତ୍ବ ଦିଆଯିବ ବୋଲି ମନ୍ତ୍ରୀ ପ୍ରତିଶୃତି ଦେଇଥିଲେ। ଏହି ଗସ୍ତବେଳେ ସଂର ସଭାପତି ଲାଡି ଇଶ୍ବର ରାଓ, ସମ୍ପାଦକ ଏସ. ବାବା ପ୍ରଶାଦ, ବରିଷ୍ଠ ସଦଶ୍ଯ ଆନ୍ଦାବାରପୁ ଭେଙ୍କେଟ ରାଓ, ଡି. ରମେଶ, କେ ନାଗଭୂଷଣ, ଜି. ଶ୍ରୀନିବାସ ରାଓ, କେ. ରାଜେଶ, ଲାଡି. ରଘୁନାଥ ରାଓ, ଇପିଲି ସାବରିସ ପ୍ରମୁଖ ଉପସ୍ଥିତ ଥିଲେ।

 

Leave A Reply

Your email address will not be published.