ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଓଡିଶା ରାଜ୍ୟ ମହିଳା ଆୟୋଗ ଅଦାଲତ ଶିବିର ଅନୁଷ୍ଠିତ ହୋଇଯାଇଛି।
ଏହି ଶିବିରରେ ଡ.ମିନତୀ ବେହେରା , ଅଧ୍ୟକ୍ଷ , ଓଡିଶା ରାଜ୍ୟ ମହିଳା ଆୟୋଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ରାଜ୍ୟ ମହିଳା ଆୟୋଗ ସଦସ୍ୟ ସୁଜାତା ଦିଗାଲ ଉପସ୍ଥିତ ରହି ସମସ୍ତ କେଶକୁ ଶୁଣାଣି କରିଥିଲେ।
ଆଜି (ବୁଧବାର ଦିନ) ଗଜପତି ଜିଲ୍ଲାରେ ଜିଲ୍ଲା ସ୍ତରୀୟ ଓଡ଼ିଶା ରାଜ୍ୟ ମହିଳା ଆୟୋଗ ଅଦାଲତ ଶିବିରରେ ୧୭ ଗୋଟି ଅଭିଯୋଗ କେଶ ଶୁଣାଣି ମଧ୍ୟରୁ ୧୧ଜଣ ଅଭିଯୋଗକାରୀ ଉପସ୍ଥିତ ଥିଲେ। ସେଥି ମଧ୍ୟରୁ ୩ଟି ଯୁଗ୍ମ ସମସ୍ୟା ଅଭିଯୋଗ ଏବଂ ବ୍ୟକ୍ତିଗତ ଅଭିଯୋଗ ୮ଟି ଅଭିଯୋଗ ଶୁଣାଣି କରାଯାଇଥିଲା। ରାଜ୍ୟ ସରକାର ସମାଜରେ ମହିଳା ମାନଙ୍କ ଅଧିକାରକୁ ଅଧିକ ଗୁରୁତ୍ୱ ଦେଉଛନ୍ତି , ସେମାନଙ୍କୁ ଯଥା ସମ୍ଭବ ସବୁ କାର୍ଯ୍ୟରେ ଯୋଗଦାନ କରିବାର ଅଧିକାର ଦେବା ଆମ ସମାଜର ପ୍ରଥମ କର୍ତ୍ତବ୍ୟ। ସେହିପରି ପାରିବାରିକ ହିଂସା ହେଉ କିମ୍ବା ଯୌତୁକ ନିର୍ଯ୍ୟାତନା , କର୍ମ କ୍ଷେତ୍ରରେ ହତାଶ , କନ୍ୟା ଭୃଣ ହତ୍ୟା , ବାଲ୍ୟ ବିବାହ , ସାଇବର ଅପରାଧ , ସମ୍ପତ୍ତିଗତ ଅଧିକାର ସର୍ବପରି ନାରୀ ସମ୍ବନ୍ଧୀୟ ଯେତେ ଅଧିକାର ହେଉ ଏସବୁ ଉଲଂଘନ ହେଲେ ସେମାନଙ୍କ ନ୍ୟାୟ ପ୍ରଦାନ ପାଇଁ ଓଡିଶା ରାଜ୍ୟ ମହିଳା ଆୟୋଗ ଗଠନ କରାଯାଇଛି। ବିଶେଷକରି ମହିଳାମାନଙ୍କ ଅଧିକାରକୁ ସୁରକ୍ଷିତ ରଖିବାପାଇଁ ସେମାନଙ୍କ ସାମାଜିକ , ଅର୍ଥନୈତିକ , ଶିକ୍ଷା , ସ୍ୱାସ୍ଥ୍ୟ କିଭଳି ସୁଦୃଢ ରହିବ ସେଥିପାଇଁ ରାଜ୍ୟ ସରକାର ମହିଳାମାନଙ୍କୁ ଅଧିକ ଗୁରୁତ୍ୱ ଦେଉଛନ୍ତି ବୋଲି ଓଡିଶା ରାଜ୍ୟ ମହିଳା ଆୟୋଗର ଅଧକ୍ଷା କହିଥିଲେ।
ଏହି ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ମନୋରମା ଦେବୀ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ , ଶ୍ରୀ ଅରବିନ୍ଦ ପଟ୍ଟନାୟକ , ଲୋ-ଅଫିସର , ଓଡିଶା ରାଜ୍ୟ ମହିଳା ଆୟୋଗ , ଭୁବନେଶ୍ୱର , ଶ୍ରୀ ଉମାକାନ୍ତ ସାହୁ , ଷ୍ଟେନୋଗ୍ରାଫର , ଓଡିଶା ରାଜ୍ୟ ମହିଳା ଆୟୋଗ , ଭୁବନେଶ୍ୱର ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.