ଓଡ଼ଗାଁ, ୧୦।୭(ଶ୍ରୀକାନ୍ତ କୁମାର ମିଶ୍ର): ଉତ୍ତର ପ୍ରଦେଶ ମରୋଦାବାଦ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ସ୍ବାମିଜୀ ନୟାଗଡ଼ ଜିଲ୍ଲା ଓଡ଼ଗାଁଠାରେ ବିଜେ ଶ୍ରୀ ଶ୍ରୀ ରଘୁନାଥ ଜିଉଙ୍କୁ ସୋମବାର ରାତି ୯ଟା ସମୟରେ ୪୦ରୁ ଉର୍ଦ୍ଧ୍ବ ଶିଷ୍ୟଙ୍କ ଗହଣରେ ଦର୍ଶନ ସାରି ପୁରୀକୁ ଫେରି ଜଣାଯାଇଛି । ବାଲ୍ୟକାଳରୁ ଅର୍ଥାତ୍ ୨ବର୍ଷ ବୟସରୁ ଦୃଷ୍ଟି ଶକ୍ତି ହରାଇଥିବା ସ୍ବାମିଜୀ ହେଉଛନ୍ତି ଜଣେ ତ୍ରିକାଳଦର୍ଶି। ୧୪ଟି ଭାଷାରେ ଅଗାଧ ପାଣ୍ଡିତ୍ୟ ହାସଲ କରିଥିବା ବେଳେ ୨୨ଟି ଭାଷାରେ କହିବା ଜାଣିଛନ୍ତି। ଜଣାଯାଏ ୨୦୨୨ ରଥଯାତ୍ରା ସମୟରେ ପୁରୀରେ ଥିବାବେଳେ ରଘୁନାଥଙ୍କୁ ଦର୍ଶନ କରିବା ପାଇଁ ମନ ବଳାଇଥିଲେ। ସେଠାରେ ସୂଚନା ପାଇଲେ ଓଡ଼ଗାଁ ଠାରେ ପ୍ରଭୁ ରାମଚନ୍ଦ୍ର, ପତ୍ନୀ ସୀତା ଓ ଭାଇ ଲକ୍ଷ୍ମଣଙ୍କ ସହିତ ରଘୁନାଥ ରୂପେ ପୂଜା ପାଉଛନ୍ତି । ଏକଥା ଜାଣିବା ପରେ ପ୍ରଥମେ ୨୦୨୨ ମସିହା ପରେ ଗତ ବର୍ଷ ଜୁଲାଇ ମାସରେ ଦିତୀୟ ବାର ଏଠାକୁ ଆସିବା ସହିତ ମଙ୍ଗଳର ଜୁଲାଇ ମାସ ୧୦ ତାରିଖ ଆଜିର ଦିନରେ ଓଡ଼ଗାଁ ଆସି ରଘୁନାଥଙ୍କୁ ଦର୍ଶନ କରିବା ପରେ ଭକ୍ତଙ୍କ ଭିଡ଼ କାରଣରୁ ଅଫିସ ନିକଟ ମଣ୍ଡପରେ ବସି ବହୁ ସମୟଧରି ପ୍ରଭୁଙ୍କୁ ଧ୍ୟାନ କରିଥିଲେ । ଏହି ସମୟରେ ବାର ବାର ଏହି ସ୍ଥାନ ଛାଡ଼ି ଯିବାକୁ ମନକରୁନାହିଁ ବୋଲି ତାଙ୍କ ତୁଣ୍ଡରୁ ଶୁଣାଯାଇଥିଲା । ଫଳରେ ଉକ୍ତ ପୀଠର କିଛି ସ୍ବତନ୍ତ୍ର ମହାତ୍ମ ଥିବାପରି ମନେ ହୋଇଥିଲା । ଫଳରେ ଦୃଷ୍ଟି ବାଧିତ ହୋଇ ମଧ୍ୟ ଏଥର ରଘୁନାଥଙ୍କୁ ସ୍ଥୂଳ ରୂପରେ ନୁହେଁ ବରଂ ସୁକ୍ଷ୍ମ ରୂପରେ ଦର୍ଶନ କରି ଫେରିଥିଲେ । ସ୍ଥାନୀୟ କୁରାଳ ଓ ଓଡ଼ଗାଁର ଏକାଧିକ ଭକ୍ତ ସଂକୀର୍ତ୍ତନ ମଣ୍ଡଳୀ ରାମ ନାମ ଗାନ ପୂର୍ବକ ସ୍ବାମିଜୀଙ୍କୁ ମନ୍ଦିର ମଧ୍ୟକୁ ପାଛୋଟି ନେଇଥବାର ଦୃଶ୍ୟ ସମସ୍ତଙ୍କ ମନରେ ଭକ୍ତିଭାବ ସୃଷ୍ଟି କରିଥିଲା ।
Sign in
Sign in
Recover your password.
A password will be e-mailed to you.
Prev Post