ଖଇରା/ବୁଲୁ ଲେଙ୍କ| : ସିମୁଳିଆ ନିର୍ବାଚନ ମଣ୍ଡଳୀ ଖଇରା ବ୍ଲକ୍ ଅନ୍ତର୍ଗତ ଗଣ୍ଡିବେଡ୍ ବଜାର ବିଜେପି କର୍ଯ୍ୟଳୟଠରେ ବିଶ୍ଵ ପ୍ରସିଦ୍ଧ ରଥ ଯାତ୍ରା ଉପଲକ୍ଷେ ସେବା କାର୍ଯ୍ୟକ୍ରମ ଭାରତୀୟ ଜନତା ପାର୍ଟି ତରଫରୁ ଯୁବନେତା ଇଂ. ରାଜେଶ ମହାକୁଡ କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ରାଜ୍ୟ ଯୁବମୋର୍ଚ୍ଚା କୋଷାଧ୍ୟକ୍ଷ ଇଂ.ରାଜେଶ ମହାକୁଡ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ତାଙ୍କ ସହିତ ମଣ୍ଡଳ ସଭାପତି ମହେଶ୍ୱର ନାଥ, ଯୁବମୋର୍ଚ୍ଚା ସଭାପତି ନୃଷିହ ସିଂହ, ବରିଷ୍ଟ ବିଜେପି ନେତା ବାବାଜୀ ମହାନ୍ତି, ମାନସ ମୁଦୁଲି, ମନୋଜ ପତି ଓ ଦିନେଶ ଜେନା ଉପସ୍ଥିତ ରହି ଲୋକ ମାନକୁ କାନିକା ପ୍ରସାଦ ଓ ଥଣ୍ଡା ପାଣି ହଜାର ହଜାର ସଂଖ୍ୟା ରେ ଆସିଥିବା ଲୋକଙ୍କୁ ପ୍ରଦାନ କରିଥିଲେ ଏହି ଅବସରରେ ଇଂ. ମହାକୁଡ କହିଥିଲେ ସତ୍ତା ସୁଖଭୋଗ ପାଇଁ ନୁହେଁ କି କ୍ଷମତା ଲୋଭ ପାଇଁ ନୁହେଁ, ସେବା ପାଇଁ ପାଇଚୁ | ତେଣୁ ସଦା ସର୍ବଦା ଲୋକଙ୍କ ସେବାରେ ଭାରତୀୟ ଜନତା ପାର୍ଟି ସମର୍ପିତ ।ତେଣୁ ଜନସାଧାରଣଙ୍କୁ ସେବା କାର୍ଯ୍ୟ ହିଁ ପ୍ରାଥମିକତା ଏହି କାର୍ଯ୍ୟକ୍ରମ କୁ ବିନୋଦ ପତି, ଜୟଗୋପଲ୍ ଦାସ , ସନାତନ ବାଗୁଡ଼ାଇ ସମେତ ବହୁ ଯୁବକ ମାନେ ସହଯୋଗ କରିଥିଲେ |
Sign in
Sign in
Recover your password.
A password will be e-mailed to you.