ମୋହନା ପ୍ରେସ କ୍ଲବ ପକ୍ଷରୁ ଚାରା ରୋପଣ କାର୍ଯ୍ୟକ୍ରମ

5

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ପ୍ରେସ୍ କ୍ଳବ୍ ପକ୍ଷରୁ ବନ ମହୋତ୍ସବ ଅବସରରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୋହନା ସରକାରୀ ଏସ୍ ଏସ୍ ଡି ହାଇସ୍କୁଲ୍ ଛାତ୍ରୀ ନିବାସ ପରିସରରେ ପ୍ରେସ କ୍ଲବ ସମ୍ପାଦକ ସୁମନ ପଟ୍ଟନାୟକଙ୍କ ସଂଯୋଜନାରେ ଆୟୋଜିତ କାର୍ଯକ୍ରମରେ ଅଧ୍ଯକ୍ଷତା କରିଥିଲେ ପ୍ରେସ୍ କ୍ଲବ୍ ସଭାପତି ପଞ୍ଚାନନ ଦାଶ।
ମୁଖ୍ୟ ଅତିଥିଭାବେ ବିଡ଼ିଓ ରାଜୀବ ଦାସ ଯୋଗଦେଇ ବର୍ତ୍ତମାନ ପରିସ୍ଥିତିରେ ଗଛର କେତେ ଆବଶ୍ୟକତା ରହିଛି ସେ ସମ୍ପର୍କରେ କହିଥିଲେ। ସମ୍ମାନିତ ଅତିଥି ଭାବେ ମୋହନା ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀ ପ୍ରସାଦ ବିଷୋୟୀ ଯୋଗଦେଇ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ ଗୋଟିଏ ଗଛ ମା’ଙ୍କ ନାମରେ ରୋପଣ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ।
କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଏସ୍ ଏସ୍ ଡି ହାଇସ୍କୁଲ ପ୍ରଧାନ ଶିକ୍ଷକ ସତ୍ୟରଞ୍ଜନ କର , ପ୍ରେସ କ୍ଲବ ଆଇନ ପରାମର୍ଶଦାତା ଦୁର୍ଯ୍ୟୋଧନ କରାଡ଼ ଓ ବନପାଳ ଦେବାଶିଷ ଶତପଥୀ ପ୍ରମୁଖ ଯୋଗଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ପ୍ରେସ୍ କ୍ଲବ୍ ର ଉପସଭାପତି ନୃସିଂହନାଥ ପୂଜାରୀ , ସହ ସଂପାଦକ ଅଂଶୁମାନ ପଣ୍ଡା , ବରିଷ୍ଠ ଉପଦେଷ୍ଟା ଲକ୍ଷ୍ମଣ ଚୌଧୁରୀ , ବାବୁଲା ସେଠୀ , ବାଦଲ ବେହେରା , ପ୍ରେସ କ୍ଲବ ସଦସ୍ୟ ପ୍ରମୋଦ ଦୋରା , ବିମଳ ମଲ୍ଲିକ, ମୋଜେସ ରଇତ ଓ ଧିରେନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏହାପରେ ଛାତ୍ରୀନିବାସ ପରିସରରେ ସମସ୍ତ ଅତିଥି , ସାମ୍ୱାଦିକ , ଶିକ୍ଷୟିତ୍ରୀ , କର୍ମଚାରୀ ଓ ହାଇସ୍କୁଲ ଛାତ୍ରୀ ବିଭିନ୍ନ କିସମର ଚାରା ରୋପଣ କରିଥିଲେ।

Leave A Reply

Your email address will not be published.